Advertisment

Tricks and Tips: ଭଲ ଟଙ୍କା ରୋଜଗାର କରୁଛନ୍ତି, ହେଲେ ସଞ୍ଚୟ କରିପାରୁ ନାହାନ୍ତି; ଆପଣଙ୍କ ପାଇଁ ୫ ଟିପ୍ସ

ଯଦି ଆପଣଙ୍କର ଖର୍ଚ୍ଚ କରିବାର ଅଭ୍ୟାସ ଅଛି ଏବଂ ଆପଣ ଆବଶ୍ୟକତା ବିନା କୌଣସି ସାମଗ୍ରୀ କିମ୍ବା ଅନ୍ୟ କୌଣସି ସର୍ଭିସ୍ କିଣିବାରେ ଅଭ୍ୟସ୍ତ, ତେବେ ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛୁ। ଜାଣନ୍ତୁ ଏହିସବୁ ଟିପ୍ସ।

ଅଦ୍ୟତନ ହୋଇଛି
How to Save Money

These tips will help you save money in smart ways

Advertisment

କୁହାଯାଏ ଲକ୍ଷ୍ମୀ(ଟଙ୍କା) ଚଞ୍ଚଳା, ସେ କାହା ପାଖରେ ସ୍ଥିର ହୋଇ ରୁହନ୍ତି ନାହିଁ। କିନ୍ତୁ ଖାଲି ହାତ ହୋଇଗଲେ ମଣିଷକୁ ବେଳେବେଳେ ଭାରି ପଡିଯାଏ। ତେଣୁ ଟଙ୍କା ରୋଜଗାର କରିବା ଯେତିକି ଜରୁରୀ, ଟଙ୍କା ସଞ୍ଚୟ କରିବା ମଧ୍ୟ ସେତିକି ଜରୁରୀ। ଟଙ୍କା ଖର୍ଚ୍ଚ କରିବା ସହଜ, କିନ୍ତୁ ରୋଜଗାର କରିବା କଷ୍ଟକର। ତେଣୁ ସେ ମହିଳା ହୁଅନ୍ତୁ କି ପୁରୁଷ, ସଞ୍ଚୟ କରିବାର ଅଭ୍ୟାସ ରହିବା ଆବଶ୍ୟକ।

Advertisment

ଅନ୍ୟପକ୍ଷରେ, ଯଦି ଆପଣଙ୍କର ଖର୍ଚ୍ଚ କରିବାର ଅଭ୍ୟାସ ଅଛି ଏବଂ ଆପଣ ଆବଶ୍ୟକତା ବିନା କୌଣସି ସାମଗ୍ରୀ କିମ୍ବା ଅନ୍ୟ କୌଣସି ସର୍ଭିସ୍ କିଣିବାରେ ଅଭ୍ୟସ୍ତ, ତେବେ ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛୁ। ଜାଣନ୍ତୁ ଏହିସବୁ ଟିପ୍ସ।

ଅଧିକ ପଢ଼ନ୍ତୁ: ଆପଣଙ୍କ ମୋବାଇଲ୍‌ରୁ ଶୀଘ୍ର ବ୍ୟାଟେରୀ ସରିଯାଉଛି କି… ଆପଣାନ୍ତୁ ଏହି ୫ ଟିପ୍ସ

Advertisment

ଭାବପ୍ରବଣ ସପିଂରୁ ଦୂରେଇ ରହିବା:

ଭାବପ୍ରବଣ ହୋଇ ଜିନିଷ କିଣିବା ମଧ୍ୟ ବେଳେବେଳେ ଟଙ୍କା ଖର୍ଚ୍ଚ କରିବାର କାରଣ ହୋଇଯାଏ। ବେଳେବେଳେ ଏମିତି ହୋଇଥାଏ ଯେ ଆମକୁ ଗୋଟିଏ ଜିନିଷ ଦରକାର ହୋଇଥାଏ, ଆମେ କିନ୍ତୁ ଭାବପ୍ରବଣ ହୋଇ ଦୁଇଟି ଜିନିଷ କିଣିଥାଉ। ଏଭଳି ସପିଂରେ ଟଙ୍କା ଖର୍ଚ୍ଚ କରିବା କ୍ଷତି ପହଞ୍ଚାଇଥାଏ। ସପିଂ କରିବା ସମୟରେ ଏହା ଉପରେ ଧ୍ୟାନ ରଖିବା ଉଚିତ ଯେ ଆପଣ ଭାବପ୍ରବଣ ହୋଇ ସପିଂ କରୁ ନାହାନ୍ତି ତ?

ଖର୍ଚ୍ଚର ହିସାବ ରଖିବା:

ନିଜ ପାଇଁ ଖର୍ଚ୍ଚ କରନ୍ତୁ କିନ୍ତୁ ଏହାର ରେକର୍ଡ ବା ହିସାବ ରଖନ୍ତୁ। କେତେ ଖର୍ଚ୍ଚ ହୋଇଛି, କେବେ ଏବଂ କେଉଁଠାରେ ଏହା ଖର୍ଚ୍ଚ ହୋଇଛି ଏହି ଆକାଉଣ୍ଟ୍ ଆପଣଙ୍କୁ ମାନସିକ ସ୍ତରରେ ସତର୍କ କରିବ ଏବଂ ଧୀରେ ଧୀରେ ଆପଣଙ୍କର ଖର୍ଚ୍ଚ ଯାହା ଆବଶ୍ୟକ ତାହା ମଧ୍ୟରେ ସୀମିତ ହେବା ଆରମ୍ଭ କରିବ। ଆପଣ ନିଜେ ଅନୁଭବ କରିବେ ଯେ କିଛି ଅନାବଶ୍ୟକ ଜିନିଷ ନ କିଣିଲେ ବି ଚଳିଥାନ୍ତା। ଏହା ହୃଦୟଙ୍ଗମ କରିବା ପରେ, ଆପଣଙ୍କର ମସ୍ତିଷ୍କ ପରବର୍ତ୍ତୀ ଅନାବଶ୍ୟକ କ୍ରୟ ବିଷୟରେ ଆପଣଙ୍କୁ ସଚେତନ କରିବ।

Advertisment

ବଜେଟ୍ ପ୍ରସ୍ତୁତ କରିବା:

ସବୁଠାରୁ ଭଲ ଉପାୟ ହେଉଛି ବଜେଟ୍ ପ୍ରସ୍ତୁତ କରିବା। ଆପଣ ନିଜ ଘରୁ ଟଙ୍କା ନିଅନ୍ତୁ କିମ୍ବା ନିଜେ ରୋଜଗାର କରନ୍ତୁ କିମ୍ବା ଘର ପରିଚାଳନା କରନ୍ତୁ, ମାସର ଆରମ୍ଭରେ ଏକ ବଜେଟ୍ ପ୍ରସ୍ତୁତ କରନ୍ତୁ। ମୋବାଇଲରେ ନୋଟ୍‌ପ୍ୟାଡରେ କିମ୍ବା ଅନ୍ୟ କୌଣସି ଆପ୍ ମାଧ୍ୟମରେ ଏକ ବଜେଟ୍ ତିଆରି କରି ରଖନ୍ତୁ। କିମ୍ବା ମାସର ପ୍ରମୁଖ ଖର୍ଚ୍ଚକୁ ଗୋଟିଏ ଛୋଟ ନୋଟ୍‌ବୁକ୍‌ରେ ଆଗରୁ ଲେଖନ୍ତୁ ଏବଂ ସେଥିରେ ସ୍ଥିର ହୋଇ ରହିବାକୁ ଚେଷ୍ଟା କରନ୍ତୁ।

ସୋସିଆଲ ମିଡିଆ ବ୍ୟବହାର ହ୍ରାସ:

ସୋସିଆଲ ମିଡିଆର ବାରମ୍ବାର ଏବଂ ନିରନ୍ତର ବ୍ୟବହାର ଅନାବଶ୍ୟକ ସପିଂ ପାଇଁ ଏକ ଟ୍ରିଗର ଭଳି କମ କରେ। ସ୍କ୍ରୋଲ୍ କରିବା ସମୟରେ, ବିଭିନ୍ନ ଇ-କମର୍ସ ସାଇଟ୍‌ଗୁଡିକର ବିଜ୍ଞାପନ ଦେଖାଯାଏ। ଅନେକ ଥର ଆପଣ ସେଗୁଡିକ ଉପରେ କ୍ଲିକ୍ କରନ୍ତି ଏବଂ କିଛି କିଣିବା ପାଇଁ ଉତ୍ସାହ ସୃଷ୍ଟି ହୁଏ। ବେଳେବେଳେ ଆପଣ ଏପରି ଜିନିଷ କିଣିନିଅନ୍ତି ଯାହାକୁ ଆପଣ ସାଧାରଣତଃ କିଣନ୍ତି ନାହିଁ କିମ୍ବା ଯାହା ଆପଣଙ୍କ ଆବଶ୍ୟକ ନ ଥାଏ। ଏଭଳି ପରିସ୍ଥିତିରେ ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍ ପରି ଆପ୍ସର ବ୍ୟବହାର ହ୍ରାସ କରିବାକୁ ଚେଷ୍ଟା କରନ୍ତୁ।

ବିନିଯୋଗ କରିବାର ଅଭ୍ୟାସ:

ବିନିଯୋଗ କରିବାର ଅଭ୍ୟାସକୁ ଆପଣାଇବା ଏକ ଭଲ ଅଭ୍ୟାସ। ତେବେ କେଉଁଠାରେ ଟଙ୍କା ବିନିଯୋଗ କରିବେ ସେ ସମ୍ବନ୍ଧରେ ଆର୍ଥିକ ଯୋଜନା ପ୍ରସ୍ତୁତ କରନ୍ତୁ, ଯଦି ଆପଣ SIP, RD କିମ୍ବା FD କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା ସଞ୍ଚୟ କରିବାକୁ ପଡିବ। ଟଙ୍କା ସଞ୍ଚୟ କରି ବିନିଯୋଗ କରିବା ଯଦି ଆପଣଙ୍କ ଇଛା, ତେବେ ଆପଣ ଟାଣିଟୁଣି ଖର୍ଚ୍ଚ କରିବେ।

ଦୈନନ୍ଦିନ ଜୀବନରେ ଏହିଭଳି ଛୋଟ ଛୋଟ ଅଭ୍ୟାସକୁ କାର୍ଯ୍ୟକାରୀ କଲେ ଆପଣ ଅନୁଭବ କରିପାରିବେ ଯେ ପୂର୍ବ ଅପେକ୍ଷା କମ୍ ଖର୍ଚ୍ଚ କରୁଛନ୍ତି।

Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ