Market Meltdown
ଆମେରିକାରେ ମାନ୍ଦାବସ୍ଥା, ଭାରତରେ ବଡ଼ ପ୍ରଭାବ। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ଏବେ ସେନସେକ୍ସ ୨୬ ଶହ ଖସିଥିବା ବେଳେ ନିଫଟି ପ୍ରାୟ ୮୦୦ ପଏଣ୍ଟ ଖସିଛି। କୁହାଯାଉଛି ଏହା ସିଜନ୍ ର ସବୁଠୁ ଖରାପ ପ୍ରଦର୍ଶନ କରିଛି ଷ୍ଟକ୍ ଏକସଚେଞ୍ଜ। ଫଳରେ ଅନେକ ଗୁଡ଼ିଏ ଲାଭ ଦାୟକ କମ୍ପାନୀର ସେୟାରର ଦର ବି ଖସି ଯାଇଛି।
ଫଳରେ ନିବେଶକଙ୍କ ୯.୫୧ ଲକ୍ଷ କୋଟି କ୍ଷତି ସହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାଛଡ଼ା ଭାରତୀୟ ମୁଦ୍ରା ଦର ଉପରେ ବି ଏହାର ପ୍ରଭାବ ପଡ଼ିଛି। ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ୮୩ ଟଙ୍କା ୮୦ ପଇସାରେ ପହଞ୍ଚିଛି। ଯାହା ସର୍ବକାଳୀନ ନିମ୍ନରେ ଥିବା ଅର୍ଥନୈତିଜ୍ଞ ମାନେ ମତ ରଖିଛନ୍ତି। ଆମେରିକା ମାର୍କେଟରେ ଦେଖାଦେଇଥିବା ମାନ୍ଦାବସ୍ଥା, ଜାପାନ ବଜାରରେ ସୁଦ୍ଧ ଦର ବଢ଼ିବା ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘମାଘୋଟର ପ୍ରଭାବ ଷ୍ଟକ୍ ମାର୍କେଟ ଉପରେ ପଡ଼ିଥିବା କୁହାଯାଉଛି ।
ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ସୋମବାର ଭାରତୀୟ ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରରେ ବଡ଼ ଝଟକା ଲାଗିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ଟି ସେୟାର ଯୁକ୍ତ ସେନ୍ସେକ୍ସ ସେନ୍ସେକ୍ସ ୧୫୦୦ ପଏଣ୍ଟ ହ୍ରାସ ପାଇ ୮୦,୦୦୦ ତଳକୁ ଖସି ପଡିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରାୟ ୫୦୦ ପଏଣ୍ଟ ହ୍ରାସ ପାଇଛି।
ସେନ୍ସେକ୍ସ ୧୬୨୭ ପଏଣ୍ଟ ସହ ୨.୦୧% ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୨.୦୩ % ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। ଏହି ବିରାଟ ହ୍ରାସର କିଛି ମିନିଟ୍ ମଧ୍ୟରେ ଷ୍ଟକ୍ ମାର୍କେଟର ନିବେଶକମାନଙ୍କର ପ୍ରାୟ ୧୦ ଲକ୍ଷ କୋଟି ବୁଡି ଯାଇଛି। ଫଳରେ ଅନେକ ଗୁଡ଼ିଏ ଲାଭ ଦାୟକ କମ୍ପାନୀର ସେୟାର ଦର ବି ଖସି ଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722841153.jpg)