ସର୍ବକାଳୀନ ରେକର୍ଡ... ମୋଦିଙ୍କ ଶପଥ ପରେ ରେକର୍ଡ ସ୍ତରରେ ସେୟାର ବଜାର, ୭୭ ହଜାର ଛୁଇଁଲା ସେନ୍‌ସେକ୍ସ

ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୭ ହଜାର ମାର୍କ ଅତିକ୍ରମ କରିଥିଲା ।

Stock Market

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦେଶରେ ତୃତୀୟ ଥର ପାଇଁ ମୋଦୀ ସରକାର ଗଠନ ପରେ ସେୟାର ବଜାରର ଉତ୍ସାହ ଶିଖରରେ ପହଞ୍ଚିଛି । ଜୁନ୍ ୯ରେ ମୋଦି କ୍ୟାବିନେଟ୍ ଶପଥ ଗ୍ରହଣ କରିଥିଲେ, ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ଏହାର ପ୍ରଭାବ ସୋମବାର ସେୟାର ବଜାର ଉପରେ ପଡ଼ିଥିଲା । ମାର୍କେଟ ଖୋଲିବା ମାତ୍ରେ ଏହା ଦ୍ରୁତଗତିରେ ବଢ଼ିବାରେ ଲାଗିଥିଲା । ବଜାର ଖୋଲିବା ମାତ୍ରେ ସେନ୍‌ସେକ୍ସ ଅଲ୍‌ ଟାଇମ୍‌ ହାଇରେ ପହଞ୍ଚିଥିଲା । ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୭ ହଜାର ମାର୍କ ଅତିକ୍ରମ କରିଥିଲା ।

ସୋମବାର ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ ଏହା ଏକ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଆଜି ଷ୍ଟକ୍‌ ମାର୍କେଟ ‌ଖୋଲିବା ମାତ୍ରେ ସେନ୍‌ସେକ୍ସ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ସେହିପରି ନିଫ୍ଟି ମଧ୍ୟ ଖୋଲିବା ମାତ୍ରେ ୨୩୦୦୦ ପଏଣ୍ଟ ଅତିକ୍ରମ କରିଥିଲା । ନୂତନ ସରକାର ଗଠନ ସହିତ ଷ୍ଟକ୍ ମାର୍କେଟର ଉତ୍ସାହ ଅଧିକ ଥିଲା, ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୭୭,୦୦୦ ଅତିକ୍ରମ କରିଥିବାବେଳେ ନିଫ୍ଟି ୨୩୪୦୦ ସ୍ତର ଅତିକ୍ରମ କରି ଐତିହାସିକ ଶିଖରରେ ପହଞ୍ଚିଛି ।

ଲୋକସଭା ନିର୍ବାଚନ ଫଳାଫଳ ଦିନ ଅର୍ଥାତ ମଙ୍ଗଳବାର ସେୟାର ବଜାରରେ ଏକ ବଡ଼ ହ୍ରାସ ଘଟିଥିଲା, କିନ୍ତୁ ବୁଧବାର ଠାରୁ ଆରମ୍ଭ ମାର୍କେଟ ପୁଣି ଉପରକୁ ଉଠିଥିଲା । ଲଗାତାର ତିନି ଦିନ ଧରି ସେୟାର ବଜାରରେ କ୍ରମାଗତ ବୃଦ୍ଧି ପାଇଥିଲା । ପ୍ରଥମେ, ଏକଜିଟ୍ ପୋଲ୍ ଆକଳନ ଅନୁଯାୟୀ ଫଳାଫଳ ଆସି ନ ଥିବା ବେଳେ ବଜାର ଦ୍ରୁତ ଗତିରେ ଖସିଥିଲା । କିନ୍ତୁ ଏହାପରେ ଏନଡିଏ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପୁଣି ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଜୁନ୍‌ ୧ରେ ଏକ୍‌ଜିଟ୍‌ ପୋଲ୍‌ ଆସିଥିଲା । ସମସ୍ତ ଏକଜିଟ୍‌ ପୋଲ୍‌ ଦର୍ଶାଇଥିଲା ଯେ ଦେଶରେ ତୃତୀୟ ଥର ମୋଦି ସରକାର ଗଠନ ହେବ । ତେବେ ଏହାର ପ୍ରଭାବ ଜୁନ୍‌ ୩ରେ ଭାରତୀୟ ସେୟାର ମାର୍କେଟ ଉପରେ ପଡ଼ିଥିଲା । ମାର୍କେଟ ଖୋଲା ହେବା ପରେ ସେନସେକ୍ସରେ ୨୫୦୦ ପଏଣ୍ଟ ବୃଦ୍ଧି ଘଟିଥିଲା ।

ଏହା ସହ ନିଫ୍ଟି-୫୦ ମଧ୍ୟ ନିଜର ରେକର୍ଡ ଭାଙ୍ଗିଥିଲା । ଏହା ଗତ ଚାରି ବର୍ଷ ମଧ୍ୟରେ ସବୁଠାରୁ ବଡ ଲମ୍ପ ମାରିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ଜୁନ୍‌ ୩ରେ ସେମାନଙ୍କର ରେକର୍ଡ ସ୍ତରରେ ପହଞ୍ଚିଥିଲା । ସମସ୍ତ ସେନ୍ସେକ୍ସ ଏବଂ ନିଫ୍ଟି ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଆଇସିଆଇସିଆଇ ବ୍ୟାଙ୍କ ଏବଂ HDFC ବ୍ୟାଙ୍କ ପ୍ରମୁଖ ଯୋଗଦାନକାରୀଗୁଡ଼ିକ ରେକର୍ଡସ୍ତରରେ ପହଞ୍ଚିଥିଲା ।