Special Story: ଓଟିଭି ଦେଖିଲେ, ବେପାର କଲେ: ଏବେ ଯୁବକଙ୍କୁ ବାଣ୍ଟୁଛନ୍ତି ଚାକିରି...

ଦିନେ ଓଟିଭିରେ ଘୁଷୁରୀ ଚାଷ ସମ୍ପର୍କରେ ଏକ ଖବର ଦେଖିଥିଲେ କୃତାର୍ଥ । ପରେ ସେହି ଖବରରୁ ପ୍ରେରଣା ପାଇ ଘୁଷୁରୀ ଚାଷ ଆରମ୍ଭ କରିଥିଲେ । ଯାହା ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ।  

OTV Inspires Business Success

କିଛି ନୂଆକରି ଦେଖାଇବାର ଆଶା । ଆଜି ଦେଇଛି ନୂଆ ପରିଚୟ । ସଫଳ ଧଳା ଘୁଷୁରୀ ପାଳନ କରି ନିଜ ଅଞ୍ଚଳରେ ଏବେ ବେଶ୍‌ ଜଣାଶୁଣା କୃତାର୍ଥ ପ୍ରଧାନ। ଦେଢ଼ ବର୍ଷ ତଳେ ଆରମ୍ଭ କରିଥିବା ଏହି ଫାର୍ମରେ ଏବେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଘୁଷୁରୀ ଅଛନ୍ତି । ମାତ୍ର ୨୦ଟି ଘୁଷୁରୀକୁ ନେଇ ଫାର୍ମ ଆରମ୍ଭ କରିଥିଲେ କୃତାର୍ଥ । କିନ୍ତୁ ଏବେ ଏହି ଫାର୍ମ ବଡ଼ ହେବା ସହ ୨ଜଣ ଯୁବକଙ୍କୁ ଏଥିରେ ନିଯୁକ୍ତି ଦେଇଛନ୍ତି । ଏଭଳି କରି ଦେଖାଇଛନ୍ତି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ବଡ଼ବାଣପୁର ଗ୍ରାମର ସଫଳ ଚାଷୀ କୁତାର୍ଥ ପ୍ରଧାନ।

ପ୍ରତି ୬ ମାସରେ ଘୁଷୁରୀ ଥରେ ପ୍ରସବ କରନ୍ତି । ପ୍ରାୟ ୮ରୁ ୧୭ ଟି ଛୁଆକୁ ଜନ୍ମ ଦିଏ ମା’ ଘୁଷୁରୀ । ଘୁଷୁରୀ ଗୁଡ଼ିକ ବଢିବାକୁ ୯ ମାସ ସମୟ ଲାଗିଥାଏ । ଘୁଷୁରି ବଢ଼ିବା ପରେ ତା'ର ଓଜନ ଦୁଇରୁ ପାଞ୍ଚ କ୍ୱିଣ୍ଟାଲ ରହୁଛି । ତାଙ୍କ ଠାରୁ ଧଳା ଘୁଷୁରୀ କିଣିବାକୁ  ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକେ ଆସୁଛନ୍ତି । ପ୍ରତି ଧଳା ଘୁଷୁରୀ ୧୦ରୁ ୧୫ ହଜାର ଟଙ୍କା ବିକ୍ରି କରୁଥିବା କୃତାର୍ଥ କହିଛନ୍ତି । 

ଦିନେ ଓଟିଭିରେ ଘୁଷୁରୀ ଚାଷ ସମ୍ପର୍କରେ ଏକ ଖବର ଦେଖିଥିଲେ କୃତାର୍ଥ । ପରେ ସେହି ଖବରରୁ ପ୍ରେରଣା ପାଇ ଘୁଷୁରୀ ଚାଷ ଆରମ୍ଭ କରିଥିଲେ । ଯାହା ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ।  

ଘୁଷୁରୀ ଚାଷକରି ବର୍ଷକୁ ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କାର ରୋଜଗାର ଆଶା ରଖିଛନ୍ତି କୃତାର୍ଥ । ଶିକ୍ଷିତ ଯୁବକ ଯୁବତୀମାନେ ଚାକିରୀ ପଛରେ ନ ଗୋଡାଇ ଘୁଷୁରୀ ଚାଷ କଲେ ଏହା ରୋଜଗାରର ଭଲ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି ।