Advertisment

SBI ର ନୂଆ ଫ୍ରାଞ୍ଚାଇଜ୍; ୫ ଲକ୍ଷ ଖର୍ଚ୍ଚ କଲେ ମାସକୁ ୬୦ ରୁ ୭୦ ହଜାର ରୋଜଗାର

ପ୍ରତି ମାସରେ ଘରେ ବସି ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? SBI ଆଣିଛି ନୂଆ ଫ୍ରାଞ୍ଚାଇଜ୍। ଏମିତି କରି ପ୍ରତି ମାସରେ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ। ଆପଣ କିପରି ଏହାର ଫାଇଦା ନେଇପାରିବେ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Sbi new business scheme will be give rs 70000 per month

Sbi new business scheme will be give rs 70000 per month

ଯଦି ଆପଣ କୌଣସି ଏକ ସାଇଟ୍ ବ୍ୟବସାୟ କରିବାକୁ ଚାହୁଁଛନ୍ତି କିମ୍ବା ପ୍ରତି ମାସରେ ଘରେ ବସି ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଘରେ SBI ବ୍ୟାଙ୍କ୍‌ ଏଟିଏମ୍ ସ୍ଥାପନ କରି ଆପଣ ପ୍ରତି ମାସରେ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ। ଆପଣ କିପରି ଏହାର ଫାଇଦା ନେଇପାରିବେ ଆସନ୍ତୁ ଜାଣିବା।

Advertisment

ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଟାଟା ଇଣ୍ଡିକେଶ, ମୁଥୁଟ୍ ଏଟିଏମ୍ ଏବଂ ଇଣ୍ଡିଆ ୱାନ୍‌ ଏଟିଏମ୍ ସହିତ ମିଶି ଭାରତରେ ଏଟିଏମ୍ ସ୍ଥାପନ କରିଛି। ଯଦି ଆପଣ ଏସ୍‌ବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କେବଳ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଯାଇ ଏମିତି କରିବାକୁ ପଡିବ। ଅନ୍ୟ କୌଣସି ସ୍ଥାନକୁ ଯାଇ ଆବେଦନ କଲେ ଠକାମୀର ଶିକାର ହୋଇପାରନ୍ତି, କାରଣ ଠକମାନେ ଆପଣଙ୍କୁ ଏଟିଏମ୍ ଫ୍ରାଞ୍ଚାଇଜ୍ ନାମରେ ବିଭ୍ରାନ୍ତ କରିପାରନ୍ତି।

କ’ଣ ଆବଶ୍ୟକ:

ଏଟିଏମ୍ ପାଇଁ ଆପଣଙ୍କ ପାଖରେ ୫୦ରୁ ୮୦ ବର୍ଗଫୁଟର ଏକ ଜାଗା ରହିବା ଥିବା ଦରକାର। ଏହା ସହିତ, ଅନ୍ୟ କୌଣସି ଏଟିଏମ୍ ସେଣ୍ଟର ଠାରୁ ଏହା ଅତି କମରେ ୧୦୦ମିଟର ଦୂରରେ ରହିବା ଉଚିତ। ଆହୁରି ମଧ୍ୟ, ଏହା ଏପରି ଏକ ସ୍ଥାନ ହେବା ଉଚିତ ଯେଉଁଠାକୁ ଲୋକମାନେ ସହଜରେ ଯାଇପାରିବେ ଏବଂ ସେଠାରେ ନିରନ୍ତର ବିଦ୍ୟୁତ ଉପଲବ୍ଧ ରହିବା ଉଚିତ, ଯାହା ପାଇଁ ଅତି କମରେ ୧kW ବିଦ୍ୟୁତ୍ ସଂଯୋଗ ଆବଶ୍ୟକ।

Advertisment

କଂକ୍ରିଟ ଏବଂ ଇଟା ଦ୍ୱାରା ନିର୍ମିତ ଏକ ସ୍ଥାୟୀ ରୁମ୍ ମଧ୍ୟ ରହିବା ଉଚିତ। ଯଦି ଏହି ଏଟିଏମକୁ କୌଣସି ଏକ ସୋସାଇଟିରେ ଲଗେଇବାକୁ ଚାହାଁନ୍ତି, ତେବେ ଭି-ସ୍ୟାଟ୍ ପ୍ରତିଷ୍ଠା ପାଇଁ ସୋସାଇଟି ବା କର୍ତ୍ତୃପକ୍ଷଙ୍କଠାରୁ ଆପତ୍ତି-ରହିତ ପ୍ରମାଣପତ୍ର ପାଇବାକୁ ପଡିବ।

କେତେ ବିନିଯୋଗ କରିବେ:

ଏସ୍‌ବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ଅନୁମୋଦନ ପାଇବାକୁ ହେଲେ ସୁରକ୍ଷା ଜମା ଭାବରେ ଆପଣଙ୍କୁ ୨ ଲକ୍ଷ ଟଙ୍କା ଓ ୱାର୍କିଂ ପୁଞ୍ଜି ପାଇଁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ। ଅର୍ଥାତ୍, ଏସ୍‌ବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ନେବାକୁ ଆପଣଙ୍କୁ ମୋଟ ୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ। ଏଟିଏମ୍ ହେବା ପରେ ଏବଂ ଲୋକଙ୍କ ଦ୍ୱାରା ଏହା ବ୍ୟବହୃତ ହେବା ପରେ, ପ୍ରତ୍ୟେକ କାରବାରରେ ୮ ଟଙ୍କା ଏବଂ ବାଲାନ୍ସ ଚେକ୍ ଏବଂ ଅନୁସନ୍ଧାନ ଇତ୍ୟାଦି କାରବାରରେ ୨ ଟଙ୍କା ମିଳିବ।

ଆବେଦନ ପାଇଁ ଡକ୍ୟୁମେଣ୍ଟ୍:

  • ଆଧାର କାର୍ଡ, ଭୋଟର କାର୍ଡ, ପାନ୍ କାର୍ଡ
  • ରାସନ କାର୍ଡ, ବିଦ୍ୟୁତ୍ ବିଲ୍
  • ବ୍ୟାଙ୍କ ଆକାଉଣ୍ଟ୍ ଏବଂ ପାସବୁକ୍
  • ଫଟୋଗ୍ରାଫ୍, ଇମେଲ୍ ଆଇଡି, ମୋବାଇଲ୍ ନମ୍ବର
  • ଜିଏସ୍‌ଟି ନମ୍ବର
  • ଫାଇନାନ୍‌ସିଆଲ୍ ଡକ୍ୟୁମେଣ୍ଟ
State Bank Of India SBI
Advertisment
Advertisment