କେତେ ଟଙ୍କା ରୋଜଗାର କରନ୍ତି ଅମ୍ବାନୀଙ୍କ ଡ୍ରାଇଭର୍, ଶୁଣିଲେ ଉଡ଼ିଯିବ ହୋସ୍!

ଭାରତରେ ସେଲିବ୍ରିଟି, ଶିଳ୍ପପତି ଓ ରାଜନେତାମାନଙ୍କର ଜୀବନଶୈଳୀ ଉପରେ ଜାଣିବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଥାଏ । କିପରି ଭାବେ ସେମାନେ ଜୀବନଯାପନ କରନ୍ତି, ସେମାନେ ବେଶ ପୋଷାକ ଆଦି ଉପରେ ସାଧାରଣ ଲୋକଙ୍କର ନଜର ରହିଥାଏ ।

Mukesh Ambani

ଶିଳ୍ପ ଜଗତରେ ଗୋଟେ ଜଣାଶୁଣା ନାମ ମୁକେଶ ଅମ୍ବାନୀ । ନିକଟରେ ନିଜ ସାନପୁଅର ବିବାହ କରାଇ ଚର୍ଚ୍ଚାରେ ରହିଛନ୍ତି ଅମ୍ବାନୀ । ପୁଅ ବାହାଘରରେ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ସତ୍ତ୍ୱେ ଏସିଆର ସର୍ବୋଚ୍ଚ ଧନୀର ମାନ୍ୟତା ବଜାୟ ରଖିଛନ୍ତି ମୁକେଶ । ତାଙ୍କର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଦିନକୁ ଦିନ ବିଶ୍ୱରେ ନୂଆ ଶିଖର ଛୁଉଁଛି ।

୧୭ ଜୁଲାଇ ୨୦୨୪ ସୁଦ୍ଧା ଫୋର୍ବସ୍ ପତ୍ରିକା ଅମ୍ବାନୀଙ୍କୁ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶ୍ୱର ୧୧ତମ ଧନୀ ବ୍ୟକ୍ତିର ମାନ୍ୟତା ପ୍ରଦାନ କରିଛି । ୧୯୬୬ ମସିହାରେ ଅମ୍ବାନୀଙ୍କର ସ୍ୱର୍ଗତ ପିତା ଧୀରୁଭାଇ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ ଛୋଟ କମ୍ପାନୀ ଥିଲା । ବର୍ତ୍ତମାନ ଏହା ବୟନ ଉତ୍ପାଦନ କରିବାଠାରୁ ଆରମ୍ଭ କରି ଶକ୍ତି, ପେଟ୍ରୋକେମିକାଲ୍ସ, ଖୁଚୁରା ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ପାଦ ଦେଇସାରିଛି ।

Ambani Car

ଭାରତରେ ସେଲିବ୍ରିଟି, ଶିଳ୍ପପତି ଓ ରାଜନେତାମାନଙ୍କର ଜୀବନଶୈଳୀ ଉପରେ ଜାଣିବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଥାଏ । କିପରି ଭାବେ ସେମାନେ ଜୀବନଯାପନ କରନ୍ତି, ସେମାନେ ବେଶ ପୋଷାକ ଆଦି ଉପରେ ସାଧାରଣ ଲୋକଙ୍କର ନଜର ରହିଥାଏ । ତେବେ ଆପଣମାନେ ଜାଣନ୍ତି କି, ଅମ୍ବାନୀଙ୍କ ପାଖରେ କାମ କରୁଥିବା ଏକ ଡ୍ରାଇଭର୍‌ର ଦରମା କେତେ ହୋଇଥିବ ।

କୋଭିଡ -୧୯ ମହାମାରୀ ବେଳେ ହୋଇଥିବା ଆର୍ଥିକ ଅବନତି ପାଇଁ ମୁକେଶ ଅମ୍ବାନୀ, ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଜର ସମସ୍ତ ଦରମା ଏବଂ ଆନୁସଙ୍ଗିକ ସୁବିଧା ଛାଡିଥିଲେ । ତେବେ ୨୦୦୮-୦୯ ଆର୍ଥିକ ବର୍ଷରୁ ଅମ୍ବାନୀଙ୍କ ବ୍ୟକ୍ତିଗତ ଦରମା ବାର୍ଷିକ ୧୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।

Ambani Car

ସୂଚନାଯୋଗ୍ୟ, ୨୦୧୭ ରେ ଏକ ଭାଇରାଲ୍ ଭିଡିଓରୁ ଜଣାପଡିଛି ଯେ ଅମ୍ବାନୀଙ୍କ ବ୍ୟକ୍ତିଗତ ଡ୍ରାଇଭର ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଫଳରେ ତାଙ୍କର ବାର୍ଷିକ ଆୟ ଅତି କମରେ ୨୪ ଲକ୍ଷ ଅଟେ । ପରେ ପରେ ଏହା ଡ୍ରାଇଭରମାନଙ୍କ ରୋଜଗାର ବିଷୟରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

ତେବେ ଆପଣମାନେ ଜାଣନ୍ତି କି, ଅମ୍ବାନୀ ପରିବାର ପାଇଁ ଡ୍ରାଇଭରମାନେ କଠୋର ତାଲିମ ନେଇଥାଆନ୍ତି । ଡ୍ରାଇଭରମାନଙ୍କର ନିଯୁକ୍ତି ଘରୋଇ ଚୁକ୍ତିଭିତ୍ତିକ ସଂସ୍ଥା ମାଧ୍ୟମରେ ହୋଇଥାଏ । ସେମାନେ ଉଭୟ ବାଣିଜ୍ୟିକ ଏବଂ ବିଳାସପୂର୍ଣ୍ଣ ଯାନଗୁଡିକ ଚଳାଇବାର ଦକ୍ଷତା ରଖିଥାଆନ୍ତି । ଚ୍ୟାଲେଞ୍ଜିଂ ଡ୍ରାଇଭିଂ କରିବା ସହ ବିପଦପୂର୍ଣ୍ଣ ଅବସ୍ଥା ପରିଚାଳନା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ବିଶେଷ ଭାବେ ତାଲିମ ନେଇଥାଆନ୍ତି । ଅମ୍ବାନୀଙ୍କ ଗାଡ଼ିଗୁଡିକରେ ମଧ୍ୟ ବୁଲେଟ୍ ପ୍ରୁଫ୍ ଟେକ୍ନୋଲୋଜି ରହିଛି ।