Advertisment

Repo Rate: କମିଲା ରେପୋ ରେଟ୍; ଋଣ ଉପରେ କମିବ ସୁଧ ହାର

ରେପୋ ରେଟ୍ ହ୍ରାସ ପାଇବା ପରେ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ। ଏହା ଋଣ ଗ୍ରହୀତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Repo Rate

Repo Rate

Advertisment

ରେପୋ ରେଟ୍‌ରେ ପରିବର୍ତ୍ତନ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫ବର୍ଷ ପରେ ଖସିଛି ରେପୋ ରେଟ୍। ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। o.୨୫ ବେସିସ୍ ପଏଣ୍ଟ ହ୍ରାସ ହେବା ପରେ ବର୍ତ୍ତମାନ ରେପୋ ରେଟ୍ ୬.୨୫ ପ୍ରତିଶତ ହୋଇଛି। ପୂର୍ବରୁ ରେପୋ ରେଟ୍ ୬.୫୦ ପ୍ରତିଶତ ଥିଲା। ରିପୋ ରେଟ୍ କମିବା ପରେ ଗୃହ ଋଣ ଉପରେ ଇଏମଆଇ ଖସିବା ସମ୍ଭାବନା ରହିଛି।

Advertisment

ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ବୈଠକରେ ଇକୋନମିକ ଡେଭଲମେଣ୍ଟ ଉପରେ ଆଲୋଚନା ହୋଇଥିଲା। ପରେ ବୈଠକରେ ରେପୋ ରେଟ୍‌ ହ୍ରାସ ପାଇଁ ନିଷ୍ପତ୍ତି ହୋଇଥିଲା।ଏବେ ରେପୋ ରେଟ୍‌ ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ରେପୋ ରେଟ୍‌ ଖସିବା ଦ୍ୱାରା ଗୃହ ଋଣ ଉପରେ ଇଏମଆଇ ଖସିବା 

୨୦୨୦ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍‌ ହ୍ରାସ କରିଥିଲା। ଏହାପରେ ରେପୋ ରେଟ୍ ଧୀରେ ଧୀରେ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚିଥିଲା।

Advertisment

ଉଲ୍ଲେଖଯୋଗ୍ୟ, ରେପୋ ରେଟ୍ ହ୍ରାସ ପାଇବା ପରେ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ। ଏହା ଋଣ ଗ୍ରହୀତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।

୨୦୨୫ ଆର୍ଥିକ ବର୍ଷରେ ପ୍ରକୃତ GDP ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷ ୮.୨ ପ୍ରତିଶତ ଥିଲା। 

Advertisment

ଅଧିକ ପଢ଼ନ୍ତୁ: ଜଳି ପାଉଁଶ ହୋଇଗଲା ବାୟୁସେନାର ଫାଇଟର୍ ବିମାନ।

RBI Governor RBI Policy Repo Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ