Advertisment

ଜିଓ ୟୁଜର୍ସଙ୍କୁ ଝଟ୍‌କା ! ୨୨% ପ୍ରତିଶତ ବଢ଼ିଲା ବିଭିନ୍ନ ପ୍ଲାନ୍‌ ଟାରିଫ୍

୧୫୫ ଟଙ୍କିଆ ପ୍ୟାକେଜ ୨୨% ମହଙ୍ଗା ହୋଇଛି। କମ୍ପାନୀ ପକ୍ଷରୁ ୧୯ଟି ପ୍ଲାନ୍ସର ଟାରିଫ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ୧୭ଟି ପ୍ରିପେଡ୍‌ ଓ ୨ଟି ପୋଷ୍ଟପେଡ୍‌ ପ୍ଲାନ୍ ରହିଛି।

ଅଦ୍ୟତନ ହୋଇଛି
Reliance JIO

Reliance JIO

Advertisment

ଜିଓ ଗ୍ରାହକଙ୍କୁ ଝଟ୍‌କା । ଅନଲିମିଟେଡ 5G ସେବା ବନ୍ଦ କରିଦେଇଛି ଜିଓ । କିଛି ନିର୍ଦ୍ଦିଷ୍ଟ ପ୍ଲାନ ସହ ଅନଲିମିଟେଡ 5G ସର୍ଭିସ ଦେବାକୁ କମ୍ପାନୀ ସ୍ଥିର କରିଛି । ଅନ୍ୟପଟେ ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ । ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ଦର । ଏହାସହ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଜିଓ JIO Safe ସର୍ଭିସ୍ ଲଞ୍ଚ କରିଛି । ସେହିପରି କମ୍ପାନୀ AI Powered Jio Translate ସର୍ଭିସ୍‌ ମଧ୍ୟ ଶୁଭାରମ୍ଭ କରିଛି । 

Advertisment

ଏବେ ଲୋକମାନେ ଅଧିକ ଟଙ୍କା ଦେଇ ସେମାନଙ୍କ ମୋବାଇଲ ରିଚାର୍ଜ କରିବେ। ବର୍ତ୍ତମାନ ଜିଓ ତରଫରୁ ୧୫୫ ଟଙ୍କିଆ ପ୍ୟାକେଜ ସବୁଠାରୁ ଅଧିକ ରିଚାର୍ଜ ହେଉଛି। ଜୁଲାଇ ୩ରୁ ଏହି ପ୍ୟାକେଜରେ ଥିବା ସମସ୍ତ ସୁବିଧା ପାଇଁ ଗ୍ରାହକଙ୍କୁ ୧୮୯ ଟଙ୍କା ଦେବାକୁ ପଡ଼ିବ। ଏହାର ଅର୍ଥ ୧୫୫ ଟଙ୍କିଆ ପ୍ୟାକେଜ ୨୨% ମହଙ୍ଗା ହୋଇଛି। କମ୍ପାନୀ ପକ୍ଷରୁ ୧୯ଟି ପ୍ଲାନ୍ସର ଟାରିଫ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ୧୭ଟି ପ୍ରିପେଡ୍‌ ଓ ୨ଟି ପୋଷ୍ଟପେଡ୍‌ ପ୍ଲାନ୍ସ ରହିଛି।

୨୮ ଦିନିଆ ପ୍ଲାନ୍

ପୂର୍ବରୁ ଜିଓର ୨୮ ଦିନିଆ ପ୍ଲାନରେ ୧୫୫, ୨୦୯, ୨୩୯, ୨୯୯, ୩୪୯ ଓ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୧୮୯, ୨୪୯, ୨୯୯, ୩୪୯, ୩୯୯ ଓ ୪୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ । ଅର୍ଥାତ ଆପଣ ଯଦି ୧୫୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୧୮୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ ।

Advertisment

୫୬ ଦିନିଆ ପ୍ଲାନ୍

ସେହିପରି କମ୍ପାନୀ ନିଜର ୫୬ ଦିନିଆ ପ୍ଲାନକୁ ବି ବଢ଼ାଇ ଦେଇଛି । ପୂର୍ବରୁ ୫୬ ଦିନିଆ ପ୍ଲାନ ପାଇଁ ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୮୪ ଦିନିଆ ପ୍ଲାନ୍

ତିନି ମାସିଆ (୮୪) ଦିନିଆ ପ୍ଲାନରେ ବି ପରିବର୍ତ୍ତନ ହୋଇଛି । ପୂର୍ବରୁ ଏହି ପ୍ଲାନରେ ୩୯୩, ୬୬୬, ୭୧୯ ଓ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ଏବେ ୪୭୯, ୭୯୯, ୮୫୯ ଓ ୧୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Advertisment

ବର୍ଷିକିଆ ପ୍ଲାନ୍

୩୩୬ ଦିନ ବର୍ଷିକିଆ ପ୍ଲାନର ଦାମ ବି ବଢ଼ିଛି । ପୂର୍ବରୁ ଏହି ପ୍ଲାନ ପାଇଁ ୧୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୧୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩୬୫ ଦିନ ପ୍ଲାନ୍ ପାଇଁ ପୂର୍ବରୁ ୨୯୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୫୯୯ ଟଙ୍କା ଦେବାକୁ ପଡିବ ।

JIO PLANJIO PLAN
JIO PLANJIO PLAN
JIO PLANJIO PLAN
Reliance Jio Jio
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ