Repo Rate Is Unchanged
ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରିଂ ପଲିସି କମିଟିର ମିଟିଂରେ ନିଆଯାଇଛି ଏହି ନିଷ୍ପତ୍ତି। ତେବେ ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେଣୁ ଗ୍ରାହକଙ୍କ ମଧ୍ୟରେ ଇଏମଆଇ ବଢିବା ନେଇ ଥିବା ଚିନ୍ତା ଦୂର ହୋଇଛି।
ଗତ ବର୍ଷ ଫେବୃଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା ଆରବିଆଇ। ସେତେବେଳେ ଏହାକୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଥିଲା । ୬.୨୫ ପ୍ରତିଶତରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତ ହେଇଥିଲା ରେପୋ ରେଟ। ଏହାପର ଠାରୁ ୬ଟି ମନିଟରି ପଲିସିରେ ଏହାକୁ ଅପରିବର୍ତ୍ତିତ ରଖାଯାଇଛି।
ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ଅପରିବର୍ତ୍ତିତ ରଖିଛି । ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି ରିଭର୍ସ ରେପୋ ରେଟ୍ । ସେହିପରି ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି । ଏଥର ଜିଡିପି ଗ୍ରୋଥର ଅନୁମାନ ୭ ପ୍ରତିଶତ ରଖାଯାଇଛି । ଯାହାର ପୂର୍ବ ଅନୁମାନ ମଧ୍ୟ ୭.୩ ରହିଥିଲା । ଏହାସହ ଗତ ଏକ ବର୍ଷ ଧରି ଭାରତୀୟ ମୁଦ୍ରାରେ ସ୍ଥିରତା ବଜାୟ ରହିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707389219.jpg)