• Astrospeak
  • Live TV
  • Read In English

ରେପୋ ରେଟ୍‌ ଅପରିବର୍ତ୍ତିତ, ଜାଣନ୍ତୁ ଜନତାଙ୍କୁ କ’ଣ ମିଳିବ ଫାଇଦା...

ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ରେପୋ ରେଟ୍‌ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

RBI keeps repo rate unchanged
ରେପୋ ରେଟ୍‌ ଅପରିବର୍ତ୍ତିତ

ସାଧାରଣ ଜନତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ରେପୋ ରେଟ୍‌ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ପୂର୍ବଥର ଭଳି ଚଳିତ ମାସରେ ରେପୋ ରେଟ୍‌  ୬.୫% ରଖାଇଛି। 

ରେପୋ ରେଟ୍ ଅପରିବର୍ତ୍ତିତ ଯୋଗୁ EMI ମଧ୍ୟ ଆଉ ବଢ଼ିବନି। ପ୍ରଥମେ ଅନୁମାନ କରାଯାଉଥିଲା, ଏଥିରେ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି ହୋଇପାରେ। ହେଲେ ବୈଠକରେ ରେପୋ ରେଟ୍‌ ଅପରିବର୍ତ୍ତିତ ନେଇ ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢ଼ନ୍ତୁ: ଚିରା ନୋଟ୍‌ ନେଇ ଆଇବିଆଇ କରେ କ’ଣ?

ସୂଚନାଥାଉ କି, ଗତବର୍ଷ ମେ’ରୁ ବର୍ତ୍ତମାନ ସୁଦ୍ଧା ରେପୋ ରେଟ୍‌ ଲଗାତାର ଭାବେ ୬ ଥର ବୃଦ୍ଧି ପାଇସାରିଲାଣି। 

ରେପୋ ରେଟ୍ ବୃଦ୍ଧି ହେଲେ ଲୋନ୍‌ ମହଙ୍ଗା ହୋଇଥାଏ। ହୋମ୍‌ ଲୋନ୍‌(Home Loan), ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହୋଇଥାଏ। ଏହାସହ ଅଧିକ EMI ମଧ୍ୟ ଦେବାକୁ ପଡ଼ିଥାଏ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ।