Advertisment

ମାର୍କେଟ୍‌ ନେଲା ଅନଲାଇନ୍‌ ବେପାର !

ଅନଲାଇନ୍ ବଜାର ମୁହାଁ ଗ୍ରାହକ, ତ ପାର୍ବଣ ସମୟରେ ବି ଦୋକାନ ବଜାର ଖାଁ ଖାଁ। ଭୁବନେଶ୍ୱରର ସବୁଠୁ ବଡ଼ ମାର୍କେଟ୍ ମାର୍କେଟ୍ ବିଲ୍ଡିଂ ବି ଖାଁ ଖାଁ। ପ୍ରଥମତଃ କୋଭିଡ୍ ମାଡ଼, ଆଉ ଦ୍ୱିତୀୟରେ ଅନଲାଇନ୍ ବେପାର ପାଇଁ ସୋ ରୁମକୁ ନେଇ ଫୁଟ୍ ପାଥ୍, ସବୁଠି ଗ୍ରାହକ ମରୁଡ଼ି ଚିନ୍ତାରେ ବ୍ୟବସାୟୀ।

ଅଦ୍ୟତନ ହୋଇଛି
ମଲ୍‌ ଖାଁ ଖାଁ

ମଲ୍‌ ଖାଁ ଖାଁ

Advertisment

ଭୁବନେଶ୍ୱର: ସପିଂ ହେଉ ଅବା ସର୍ଫିଂ ଡିଜିଟାଲ୍ ମାର୍କେଟ ମୁହାଁ ଗ୍ରାହକ। କୋଭିଡ୍ ବେଳେ ବଜାରକୁ ବେଶି ଯିବାର ନାହିଁ, କି ଅଯଥା ସଂକ୍ରମଣକୁ ଡାକିବାର ନାହିଁ। ଭଲ ସାଇଟ୍ ଖୋଜି ମୋବାଇଲ୍‌ରେ ଗୋଟିଏ କ୍ଲିକ କଲେ ହାତ ପାହାନ୍ତାରେ ଆସି ଜିନିଷ ହାଜର ଯାହା ଚାହିଁବ ତାହା ଏମିତି ନୁହେଁ ଯେ କୋଭିଡ୍ ପୂର୍ବରୁ ଏ ସ୍ଥିତି ନଥିଲା। ହେଲେ ଏବେ ବି କରୋନା ଡର ଛାଡ଼ି ନଥିବାରୁ ବଢ଼ିଚାଲିଛି ଅନଲାଇନ୍ ସପିଂ ଉପରେ ନିର୍ଭରଶୀଳତା। ସେଥିରେ ପୁଣି ଦୁର୍ଗା ପୂଜା ପାଇଁ ଅନଲାଇନ୍ କମ୍ପାନିଙ୍କ ପକ୍ଷରୁ ଦିଆଯାଉଥିବା ଆକର୍ଷଣୀୟ ଅଫର, ଡିସକାଉଣ୍ଟ କୁପନ୍ ଆଦି ଗ୍ରାହକଙ୍କୁ ଅନଲାଇନ୍ ସପିଂ ଆଡ଼କୁ ବେଶି ଟାଣୁଛି।

Advertisment

ଅନଲାଇନ୍ ବଜାର ମୁହାଁ ଗ୍ରାହକ, ତ ପାର୍ବଣ ସମୟରେ ବି ଦୋକାନ ବଜାର ଖାଁ ଖାଁ। ଭୁବନେଶ୍ୱରର ସବୁଠୁ ବଡ଼ ମାର୍କେଟ୍ ମାର୍କେଟ୍ ବିଲ୍ଡିଂ ବି ଖାଁ ଖାଁ। ପ୍ରଥମତଃ କୋଭିଡ୍ ମାଡ଼, ଆଉ ଦ୍ୱିତୀୟରେ ଅନଲାଇନ୍ ବେପାର ପାଇଁ ସୋ ରୁମକୁ ନେଇ ଫୁଟ୍ ପାଥ୍, ସବୁଠି ଗ୍ରାହକ ମରୁଡ଼ି ଚିନ୍ତାରେ ବ୍ୟବସାୟୀ।

ମହାମାରୀ ଆସିବା ପରଠୁ ଟୁଇନ୍ ସିଟିରେ ଅନଲାଇନ୍ ସପିଂର ଚାହିଦା ଅଧିକ ବଢ଼ିଛି। ପୂର୍ବରୁ ଯେଉଁଠି ଦିନକୁ ଡେଲିଭରୀ ବୟଙ୍କୁ ୪୦ରୁ ୫୦ ଅର୍ଡର ମିଳୁଥିଲା, ସେଠି ଏବେ ଶହେରୁ ଅଧିକ ଡେଲିଭରୀ ଦେବାକୁ ପଡୁଛି। ବଢ଼ୁଥିବା ଅନଲାଇନ୍ ଚାହିଦା ସହ ତଥ୍ୟ ବି କହୁଛି। ଦେଶରେ ଡିଜିଟାଲ୍ ବ୍ୟବସାୟ ଦ୍ରୁତ ଗତିରେ ବଢୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୨୦୧୪ରେ ଦେଶରେ ୧୪ ବିଲିୟନ ଆମେରିକୀୟ ଡଲାରର ଡିଜିଟାଲ ବ୍ୟବସାୟ ହୋଇଥିବା ବେଳେ ୨୦୨୧ ଅକ୍ଟୋବର ସୁଦ୍ଧା ଏହା ପାଖାପାଖି ୮୦ ବିଲିୟନ ଆମେରିକୀୟ ଡଲାରକୁ ବଢିଗଲାଣି।

Advertisment

ତେବେ ଅଫଲାଇନ୍ ହେଉ ଅବା ଅନଲାଇନ୍, କରୋନା ପ୍ରାୟ ସବୁ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ବିଗାଡ଼ି ଦେଇଥିବାରୁ ଗତ ଥର ଭଳି ଏଥର ବି ପୂଜାବଜାରରେ ସେତେଟା ଉତ୍ସାହ ନାହିଁ।

ରିପୋର୍ଟ: ପ୍ରଭାତ ବିଷୋୟୀ ଓ ବିବର୍ତ୍ତନ ପଣ୍ଡା

Odisha Online Shopping Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ