Astrospeak
  • Live TV
  • Read In English

Petrol-Diesel Excise Duty Hike: ବଢିବ କି ପେଟ୍ରୋଲ ଓ ଡିଜେଲ ଦର ?

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି । ତେବେ ଏକ୍ସାଇଜ ଡ୍ୟୁଟି ବଢିବା ପରେ ବଢିବ କି ପେଟ୍ରୋଲ ଓ ଡିଜେଲ ଦାମ୍ ? ଜାଣନ୍ତୁ କ'ଣ ନିଷ୍ପତ୍ତି ନେଲେ ସରକାର।

Petrol-Diesel
ତୈଳ ଦର ଅପଡେଟ୍

ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ବଡ଼ ଖବର । ବଢିଲା ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ ଡ୍ୟୁଟି । ଆଜି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛନ୍ତି । ତେବେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ଏହି ତୈଳ ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା । ଆଶ୍ୱସ୍ତିକର ବିଷୟ ହେଲା, ଏକ୍ସାଇଜ ଡ୍ୟୁଟି ବଢିଥିଲେ ହେଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍‌ରେ କୌଣସି ବୃଦ୍ଧି ହେବନି । ତୈଳ ଦର ଅପରିବର୍ତ୍ତିତ ରହିବ ବୋଲି ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି ।

ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି ହେବା ସହିତ ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବନି । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବନି । ବର୍ଦ୍ଧିତ ଏକ୍ସାଇଜ ଡ୍ୟୁଟି PSU ବହନ କରିବ ।

ଅଧିକ ପଢ଼ନ୍ତୁ: ପୁଣି ଶସ୍ତା ହେଲା ସୁନା, ଆଜି ଏତିକି କମିଲା ଦର

ଏକ୍ସାଇଜ ଡ୍ୟୁଟି କ'ଣ :

ଭାରତରେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହେଉଥିବା ଏକ ଟ୍ୟାକ୍ସ । ବର୍ତ୍ତମାନ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ଲିଟର ପିଛା ୧୯.୯୦ ଟଙ୍କା ରହିଛି । ଡିଜେଲ ଏକ୍ସାଇଜ ଡ୍ୟୁଟି ପ୍ରାୟ ୧୫.୮୦ ଟଙ୍କା ରହିଛି । ୨୦୧୪ରେ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୯.୪୮ ଟଙ୍କା ଓ ଡିଜେଲର ୩.୫୬ ଟଙ୍କା ରହିଥିଲା । ଏହାପରଠୁ ଅନେକ ଥର ବୃଦ୍ଧି ପାଇଥିଲା ।

୨୦୨୧ରେ ପେଟ୍ରୋଲ ଓ ଡିଜେଲ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପାଇ ଯଥାକ୍ରମେ ୨୭.୯୦ ଟଙ୍କା ଓ ୨୧.୮୦ ଟଙ୍କା ପ୍ରତି ଲିଟର ହୋଇଥିଲା । ୨୦୨୨ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୮ ଟଙ୍କା ଓ ଡିଜେଲ ଉପରେ ୬ ଟଙ୍କା ହ୍ରାସ କରିଥିଲେ, ଯାହା ପରେ ନୂଆ ଦର ଲାଗୁ ହୋଇଥିଲା । ଭାରତରେ ବର୍ତ୍ତମାନ ପେଟ୍ରୋଲର ବେସ୍ ପ୍ରାଇସ ପାଖାପାଖି ୩୨ ଟଙ୍କା ଅଟେ । କେନ୍ଦ୍ର ସରକାର ଏହା ଉପରେ ୩୩ ଟଙ୍କା ଏକ୍ସାଇଜ ଡ୍ୟୁଟି ବସୁଲ କରୁଛନ୍ତି । ଏହା ବାଦ୍ ରାଜ୍ୟ ସରକାରଗୁଡିକ ନିଜ ନିଜ ହିସାବରେ ଭାଟ୍ ଓ ସେସ୍ ଅସୁଲ କରିଥାନ୍ତି । ଏହି କାରଣରୁ ତୈଳ ଦର ଏହାର ବେସ୍ ପ୍ରାଇସ୍ ଠାରୁ ୩ ଗୁଣା ବୃଦ୍ଧି ପାଇଥାଏ ।