ପ୍ରଥମ ଚାକିରି ପାଇଁ ମିଳିବ ଏତିକି ଟଙ୍କା, ସୀତାରମଣ କଲେ ବଡ଼ ଘୋଷଣା

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫ ।

Budget 2024

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

ତେବେ ଏହା ସହ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଥର କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ସମସ୍ତ ନୂତନ କର୍ମଚାରୀଙ୍କୁ ସରକାର ଏକ ମାସର ଦରମା ଦେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ପାଣ୍ଠିର ଅବଦାନ ଭାବରେ ଏହି ରାଶି ପ୍ରଦାନ କରାଯିବ।

Budget 2024 Live Updates: କେନ୍ଦ୍ର ବଜେଟ୍‌-୨୦୨୪ର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ...

ସଂସଦରେ ବଜେଟ୍ ୨୦୨୪ ଉପସ୍ଥାପନ ବେଳେ ସୀତାରମଣ କହିଛନ୍ତି, ଏହି ଯୋଜନା ସମସ୍ତ କ୍ଷେତ୍ରରେ ପ୍ରଥମ ଥର ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ । ଏହା ପ୍ରାୟ ୨୧୦ ଲକ୍ଷ ଯୁବକ ଓ ଯୁବତୀଙ୍କୁ ଉପକୃତ କରିବ । ତେବେ ବେରୋଜଗାରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ବିଜେପି ସାଧାରଣ ନିର୍ବାଚନରେ ​ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା । କେନ୍ଦ୍ର ସରକାରଙ୍କ ପାଇଁ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ।

ଏଣୁ ବଜେଟ୍‌ରେ ଏହାକୁ କିଛି କମ୍ କରିବା ପାଇଁ ସରକାର ଏହି ଯୋଜନା ଆଣିଥିବା ଅନୁମାନ କରାଯାଇପାରେ । ୨୦୨୪-୨୫ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ତିନୋଟି ନିଯୁକ୍ତି ସମ୍ବନ୍ଧୀୟ ଯୋଜନା ଘୋଷଣା କରିଛନ୍ତି । ପ୍ରଥମ ଯୋଜନାରେ ସୀତାରମଣ କହିଛନ୍ତି ଯେ ସମସ୍ତ କ୍ଷେତ୍ରରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ଲୋକଙ୍କୁ ଏକ ମାସର ମଜୁରୀ ପ୍ରଦାନ କରାଯିବ । ଏକ ମାସର ଦରମା, ତିନି କିସ୍ତିରେ ସର୍ବାଧିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ।

ଅଧିକ ପଢ଼ନ୍ତୁ: Budget 2024: ଆୟକର ସ୍ଲାବରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଆୟ ପାଇଁ ଦେବାକୁ ପଡ଼ିବ କେତେ ଟିକସ...

ଏହା ସହ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନରେ ପଞ୍ଜୀକୃତ ହୋଇଥିବା କର୍ମଚାରୀଙ୍କୁ ସିଧାସଳଖ ଲାଭ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି । ନିଯୁକ୍ତିର ପ୍ରଥମ ଚାରି ବର୍ଷରେ ଇପିଏଫଓ ଅବଦାନକୁ ନେଇ ସିଧାସଳଖ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦିଷ୍ଟ ପରିମାଣରେ ଏକ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହି ଯୋଜନାରେ ୩୦ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବରେ ପରିବର୍ତ୍ତନ କରି ଆୟକର ଦାତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଏହା ସହିତ ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଆଦାୟ କରାଯିବ ନାହିଁ ।

ଅଧିକ ପଢ଼ନ୍ତୁ: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା; ଶସ୍ତା ହେବ ମୋବାଇଲ, ଚାର୍ଜର, ବ୍ୟାଟେରୀ...