Private Bank
ଘରୋଇ ବ୍ୟାଙ୍କ୍ ଉପରେ ଚଡ଼କ। ପ୍ୟାନେଲରୁ ବାଦ୍ ପଡିଲେ ୩ ଘରୋଇ ବ୍ୟାଙ୍କ୍ । ଜମା କରାଯାଇପାରିବନି ସରକାରୀ ଟଙ୍କା । ବିଗତ ୨ ବର୍ଷରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବ । ଦୁର୍ବଳ ପ୍ରଦର୍ଶନ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ଅନ୍ୟାନ୍ୟ ବ୍ୟାଙ୍କିଂ ମାନଦଣ୍ଡରେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଭଲ ରହୁନାହିଁ । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଘରୋଇ HDFC ବ୍ୟାଙ୍କ୍, ICICI ବ୍ୟାଙ୍କ ଏବଂ AXIS ବ୍ୟାଙ୍କକୁ ରାଜ୍ୟ ସରକାର ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ରହିଥିବା ପ୍ୟାନେଲରୁ ତତ୍କାଳ ହଟାଇ ଦିଆଯାଇଛି ।
ସରକାରୀ ପ୍ରତିଷ୍ଠାନଗୁଡିକ ମଧ୍ୟରେ ବିଭିନ୍ନ ବିଭାଗ, ନିର୍ଦ୍ଦେଶାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, ପ୍ରତିଷ୍ଠାନ, ଏଜେନ୍ସି, ରାଷ୍ଟ୍ରାୟାତ୍ତ ଉଦ୍ୟୋଗ, ସୋସାଇଟି ଏବଂ ବିଶ୍ବବିଦ୍ୟାଳୟ ଆଦି ରହିଛନ୍ତି । ୩ଟି ଘରୋଇ ବ୍ୟାଙ୍କରୁ ସରକାରୀ ବିଭାଗ ପ୍ରତିଷ୍ଠାନ ବା ସଂସ୍ଥାଗୁଡିକ ତୁରନ୍ତ ସଞ୍ଚୟ ଜମାଖାତା, ଚଳନ୍ତି ଖାତା ଏବଂ ଅନ୍ୟାନ୍ୟ ଆକାଉଣ୍ଟ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us