Advertisment

No GST On UPI Transactions: ୨୦୦୦ରୁ ଊର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନରେ ଲାଗିବନି ଜିଏସଟି

୨ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ଲାଗିବନି ଜିଏସଟି । ଏ ସମ୍ପର୍କିତ ଖବର ସମ୍ପୂର୍ଣ୍ଣ ମିଛ ଓ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ।

ଅଦ୍ୟତନ ହୋଇଛି
No GST On UPI

No GST On UPI

Advertisment

୨ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ କୌଣସି ଟିକସ ଲାଗିବନି । ୟୁପିଆଇ ନେଣଦେଣରେ ଜିଏସ୍‌ଟି (GST) ଲାଗିବା ଖବର ସମ୍ପୂର୍ଣ୍ଣ ମିଛ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ସରକାରଙ୍କର ଏଭଳି କୌଣସି ପ୍ରସ୍ତାବ ନଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୟୁପିଆଇର ମାଗଣା ସେବା ସମାପ୍ତ ହେବ ଏବଂ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ସରକାର ଜିଏସଟି ଲଗାଇବା ନେଇ ଚର୍ଚ୍ଚା ହେଉଥିଲା । 

Advertisment

ଅଧିକ ପଢ଼ନ୍ତୁ: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

ଏ ଚର୍ଚ୍ଚାର କୌଣସି ଆଧାର ନଥିବା ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି । ଏପରିକି ସରକାରଙ୍କ ନିକଟରେ ଏଭଳି କୌଣସି ପ୍ରସ୍ତାବ ମଧ୍ୟ ନଥିବା ସ୍ପଷ୍ଟୀକରଣ ରଖିଛି ଅର୍ଥ ବିଭାଗ । ଆଗରୁ କେବଳ କିଛି କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍ ବା ଏମଡିଆର ଉପରେ ଜିଏସଟି ଲାଗୁ ହେଉଥିଲା । ତେବେ ୨୦୨୦ ଜାନୁଆରୀରୁ ଏହି ମର୍ଚ୍ଚାଣ୍ଟ କାରବାର ଉପରେ ଏମଡିଆର ବ୍ୟବସ୍ଥାକୁ ହଟାଇ ନେଇଥିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ ବା ସିବିଡିଟି ।

ଏ ସମ୍ପର୍କରେ ୨୦୧୯ ଡିସେମ୍ବର ୩୦ ଗେଜେ୍ଟ ନୋଟିଫିକେସନ୍ ଜରିଆରେ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ସରକାର ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୨୦ ହଜାର କୋଟି ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।

Advertisment

ବର୍ତ୍ତମାନ ଭାରତରେ ଟଙ୍କା ନେଣଦେଣର ମୁଖ୍ୟ ମାଧ୍ୟମ ସାଜିଛି UPI । ଛୋଟ ପରିବା ଦୋକାନୀଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ସମସ୍ତେ ୟୁପିଆଇ ବ୍ୟବହାର କରୁଛନ୍ତି । ଘର ଭଡ଼ାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍ ପୈଠ ପାଇଁ ସାଧାରଣ ଲୋକେ ୟୁପିଆଇ ବ୍ୟବହାର କରୁଛନ୍ତି । ଏପରି ସ୍ଥଳେ ୟୁପିଆଇରେ ୨୦୦୦ରୁ ଅଧିକ ଟଙ୍କା ନେଣଦେଣ ଉପରେ ଜିଏସଟି ଲାଗିବା ଖବର ପ୍ରଚାରିତ ପରେ ସାଧାରଣରେ ଚିନ୍ତା ପ୍ରକାଶ ପାଇଥିଲା ।

GST Finance Ministry UPI Transactions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ