Advertisment

New FASTag Rules:ବଦଳିଗଲା Fastag ନିୟମ, ଥରେ ଚିରାର୍ଜ କରନ୍ତୁ ବର୍ଷସାରା ଗାଡ଼ି ଚଲାନ୍ତୁ

ବଦଳିଗଲା Fastag ନିୟମ। ଜନତାଙ୍କୁ ମିଳିବ ଅନେକ ଲାଭ। ଥରେ ଚିରାର୍ଜ କରନ୍ତୁ ବର୍ଷସାରା ଗାଡ଼ି ଚଲାନ୍ତୁ ।

fastag

fastag

Advertisment

ଅଗଷ୍ଟ ୧୫ରୁ ଦେଶରେ ଲାଗୁ ହୋଇଛି Fastagର ନୂଆ ନିୟମ। ଯାହା ସାଧାରଣ ଜନତାଙ୍କୁ ଅନେକ ଲାଭ ଦେବାକୁ ଯାଉଛି। ଏଣିକି ଆଉ ବାରମ୍ୱାର କରିବାକୁ ପଡ଼ିବନି Fastag ରିଚାର୍ଜ। କାରଣ ମାତ୍ର ଥରୁଟିଏ ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ରିଚାର୍ଜ କରି ଆପଣ ଏକ ବର୍ଷ ଯାଏଁ Fastag ବ୍ୟବହାର କରିପାରିବେ। ଜାତୀୟ ରାଜପଥରେ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ପଡ଼ୁଥିବା ଟୋଲ୍ ଗେଟ୍‌କୁ ନେଇ ଲୋକମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ। ତେଣୁ ଜନସାଧାରଣଙ୍କୁ ଟୋଲ୍ ଫି’ରୁ ଆଶ୍ବସ୍ତି ଦେବାକୁ ଏହି ସ୍କିମ୍ ଆଣିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଆପଣଙ୍କୁ ଫାସଟ୍ୟାଗର ବର୍ଷିକିଆ ପାସ୍ କରିବାକୁ ପଡ଼ିବ ।

Advertisment

ତେବେ ବାର୍ଷିକ ଫାସ୍‌ଟ୍ୟାଗ୍‌ ପାଇଁ ଆପଣଙ୍କୁ ବର୍ଷକୁ ମାତ୍ର ୩ହଜାର ଟଙ୍କା ଦେବାକୁ ପଡ଼ିବ। ଯେଉଁଥିରେ ଆପଣ ଏକବର୍ଷ କିମ୍ୱା ୨୦୦ ଟୋଲ୍‌ଗେଟ୍‌ ପର୍ଯ୍ୟନ୍ତ ଆଉ ଟୋଲ୍ ଟଙ୍କା ଦେବାକୁ ପଡ଼ିବ ନାହିଁ। ଏଥିରୁ ମିଳିବାକୁ ଥିବା ଫାଇଦାକୁ ହିସାବ କଲେ, ସର୍ବନିମ୍ନ ୫୦ ଟଙ୍କା ହିସାବରେ ବି ଜଣଙ୍କୁ ୧୦ ହଜାର ଟଙ୍କା ଟୋଲ୍ ଫି’ ଦେବାକୁ ପଡ଼ିଥାନ୍ତା । କିନ୍ତୁ ଏବେ ଘରୋଇ ଗାଡ଼ି ମାଲିକଙ୍କ ପ୍ରାୟ ୭୦ ପ୍ରତିଶତ ଖର୍ଚ୍ଚ ବଞ୍ଚିଯିବ । ଫଳରେ ଲୋକଙ୍କୁ ପ୍ରତି ଟୋଲ୍ ଗେଟ୍ ପିଛା ମାତ୍ର ୧୫ ଟଙ୍କା ହିଁ ଦେବାକୁ ପଡ଼ିବ।

ତେବେ ଏହି ପାସ୍ କେବଳ NHAI ଏବଂ MoRTH ଦ୍ୱାରା ପରିଚାଳିତ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ହିଁ ବୈଧ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ରାଜପଥରେ ଥିବା ଟୋଲ ପ୍ଲାଜାରେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଆପଣଙ୍କ ଆକ୍ଟିଭ ଥିବା ପୁରୁଣା ଫାସଟ୍ୟାଗରେ ହିଁ ଆପଣ ଏ ବ୍ୟବସ୍ଥାର ଫାଇଦା ଉଠାଇ ପାରିବେ। ଅନଲାଇନ ପେମେଣ୍ଟ କରି ଏହି ବର୍ଷିକିଆ ପାସକୁ ଆପଣ ହାତେଇ ପାରିବେ ।

Advertisment

ଅନେକ ସମୟରେ ଗାଡ଼ି ମାଲିକ ଫାସ୍‌ଟ୍ୟାଗ୍ ରିଚାର୍ଜ କରିବାକୁ ଭୁଲି ଯାଇଥାନ୍ତି। ଯେଉଁଥିପାଇଁ ସେମାନଙ୍କୁ ଟୋଲ୍ ପ୍ଲାଜା ନିକଟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତୁରନ୍ତ ଫାଷ୍ଟ୍ୟାଗ୍ ରିଚାର୍ଜ ନ ହୋଇପାରିଲେ, ଦୁଇଗୁଣା ଟୋଲ୍ ଫି’ ବି ଗଣିବାକୁ ପଡ଼େ। ଏମିତିକି ଟୋଲ୍ ଗେଟ୍ ନିକଟରେ ଭିଡ଼ ଜମିବା କାରଣରୁ ଅନ୍ୟ ଗାଡ଼ିର ୱେଟିଂ ଟାଇମ୍ ବି ବଢ଼ିଯାଏ। ହେଲେ ବର୍ଷିକିଆ ପାସ୍ ଥିଲେ ଏସବୁରୁ ଆପଣଙ୍କୁ ମୁକ୍ତି ମିଳିପାରିବ ।

Fastag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ