Advertisment

ରିଲାଏନ୍ସରେ କିଏ ପାଉଛନ୍ତି ସର୍ବାଧିକ ଦରମା ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌...

ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛି। କିଏ ପାଉଛନ୍ତି ସର୍ବାଧିକ ଦରମା ? ଜାଣନ୍ତୁ...

ଅଦ୍ୟତନ ହୋଇଛି
Reliance Highest Paid Employees

Reliance Highest Paid Employees

Advertisment

ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛି । କମ୍ପାନୀ ଏହାର ଲାଭ ଓ କ୍ଷତି ଏବଂ ଏହାର ଆକାଉଣ୍ଟ ବୁକ୍ ବିଷୟରେ ସୂଚନା ଦିଆଯାଇଛି । ଏହି ରିପୋର୍ଟରେ କିଛି ମଜାଦାର ସୂଚନା ମଧ୍ୟ ମିଳିଛି ​​। ରିଲାଏନ୍ସର ବାର୍ଷିକ ରିପୋର୍ଟରୁ ଜଣାପଡିଛି ଯେ ମୁକେଶ ଅମ୍ବାନୀ ଚଳିତ ବର୍ଷ ମଧ୍ୟ କୌଣସି ଦରମା ନେଇ ନାହାଁନ୍ତି। କୋଭିଡ ଅବଧି ପରଠାରୁ ସେ ଗୋଟିଏ ଟଙ୍କା ମଧ୍ୟ ଦରମା ଭାବରେ ଗ୍ରହଣ କରିନାହାଁନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ହିଟାଲ ମେସୱାନି ସର୍ବାଧିକ ବେତନ ପାଉଛନ୍ତି। ଚଳିତ ବର୍ଷ ତାଙ୍କୁ ୪୨ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି।

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ରିପୋର୍ଟ ଅନୁଯାୟୀ, ନିଖିଲ୍‌ ଓ ହିଟାଲ୍‌ ମେସ୍‌ୱାନି କମ୍ପାନୀରେ ସର୍ବାଧିକ ଦରମା  ପାଉଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ରିପୋର୍ଟ ଅନୁଯାୟୀ, ହିଟାଲ୍ ମେଜୱାନୀ FY24ରେ ବାର୍ଷିକ ୨୫.୪୨ କୋଟି ଟଙ୍କା ପାଉଛନ୍ତି, ଯାହା କମ୍ପାନୀରେ ସର୍ବାଧିକ ରହିଛି। ତାଙ୍କର ଦରମା ଚଳିତ ବର୍ଷ ୨୫ କୋଟିରୁ ୨୫.୪୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। 

ଦ୍ୱିତୀୟ ସ୍ଥାନରେ ଅଛନ୍ତି ନିଖିଲ ମେସୱାନି, ଯିଏ ଚଳିତ ବର୍ଷ ବେତନ ହିସାବରେ ୨୫.୩୧ କୋଟି ଟଙ୍କା ପାଉଛନ୍ତି । ତାଙ୍କ ଦରମାରେ ୧୭.୨୮ କୋଟି ଟଙ୍କା କମିଶନ ମଧ୍ୟ ରହିଛି। ଏହି ପ୍ୟାକେଜ୍ ସହିତ ହିଟାଲ୍ ମେସ୍‌ୱାନି ରିଲାଏନ୍ସରେ ସର୍ବାଧିକ ବେତନ ପ୍ରାପ୍ତ କର୍ମଚାରୀ ହୋଇପାରିଛନ୍ତି ।

Advertisment

ରିଲାଏନ୍ସରେ ହିଟାଲ୍ ମେସୱାନୀଙ୍କର ଅନେକ ବଡ଼ ଦାୟିତ୍ବ ରହିଛି । ସେ ରିଲାଏନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି । ୧୯୯୦ରେ ରିଲାଏନ୍ସରେ ଯୋଗ ଦେଇଥିବା ହିଟାଲଙ୍କୁ ୧୯୯୫ରୁ କମ୍ପାନୀ ବୋର୍ଡରେ ସାମିଲ ହୋଇଥିଲେ । ତାଙ୍କ ନେତୃତ୍ୱରେ କମ୍ପାନୀର ଅନେକ ବଡ ବଡ଼ ପ୍ରକଳ୍ପ କାମ ମଧ୍ୟ ସମାପ୍ତ ହୋଇଛି । ବର୍ତ୍ତମାନ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଫାଇନାରୀ ‌ଓ ଅନ୍ୟାନ୍ୟ ଉତ୍ପାଦନ ସୁବିଧା ଦାୟିତ୍ୱ ତୁଲାଉଛନ୍ତି । ରିଲାଏନ୍ସ ପେଟ୍ରୋଲିୟମ, ରିଲାଏନ୍ସ କମର୍ସିଆଲ୍ ଡିଲର, ରିଲାଏନ୍ସ ଇଣ୍ଡଷ୍ଟ୍ରିଆଲ୍ ଇନଭେଷ୍ଟମେଣ୍ଟ୍ ଏବଂ ହୋଲ୍ଡିଂ କମ୍ପାନୀର କାର୍ଯ୍ୟକାରିତାକୁ ହିଟାଲ୍ ଦେଖନ୍ତି । ତାଙ୍କୁ ମୁକେଶ ଅମ୍ବାନୀଙ୍କ ରାଇଟ୍‌ ହ୍ୟାଣ୍ଡ ମଧ୍ୟ କୁହାଯାଏ ।

Mukesh Ambani Reliance Industries
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ