Advertisment

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ଡାକରା; ଦିଲ୍ଲୀ ଯିବେ ଓଡ଼ିଆ ଚାଷୀ

ବର୍ଷକ ବାରମାସ ତାଙ୍କ କ୍ଷେତରେ କିଛି ନା କିଛି ଚାଷ ହେଉଥାଏ । ସନ୍ତୋଷିନୀ ଏହି ଚାଷ ଜମିରୁ ନିଜର ପରିବାର ସହ ଆହୁରୀ ୬ ପରିବାରଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ ।

ଅଦ୍ୟତନ ହୋଇଛି
Meet Odia farmers who will be taking part in Independence day celebrations in Delhi

Meet Odia farmers who will be taking part in Independence day celebrations in Delhi

Advertisment

ଦିଲ୍ଲୀ ଯିବେ, ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ପାଖରୁ ଦେଖିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିପାଇଁ ଡାକରା ଆସିଛି । ଚାଷୀ, ଏସଏଚଜି ସଦସ୍ୟ, ମହିଳା ବ୍ୟବସାୟୀ ଏମିତି ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଓ ଦକ୍ଷତା ସମ୍ପନ୍ନ ବ୍ୟକ୍ତିଙ୍କୁ ମିଳିଛି ନିମନ୍ତ୍ରଣ । ଏହି ଖବର ଗାଁରେ ପହଞ୍ଚିବା ପରେ ଖେଳି ଯାଇଛି ଖୁସିର ସମ୍ଭାର ।

Advertisment

ସେ ଚାଷୀ, ଚାଷ ତାଙ୍କ ବେଉସା, ଚାଷ ତାଙ୍କ ଭରସା । ଆଉ ଏହି ଚାଷ ହିଁ ତାଙ୍କୁ ଆଜି ପରିଚୟ ଦେଇଛି । ଦିଲ୍ଲୀ ଯିବେ ସୁବର୍ଣ୍ଣପୁର ଖଇରଟିକ୍ରା ଗାଁର ସନ୍ତୋଷିନୀ ମିଶ୍ର । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଡକରା ହୋଇଛି, ସ୍ୱାଧୀନତା ଦିବସରେ ସେ ଲାଲକିଲ୍ଲାରେ ଯୋଗଦେବେ । ଆଉ ଏହି ଖବର ପହଞ୍ଚିବା ପରେ ଖୁସି କାହିଁକିରେ କଣ । ଖଇରଟିକ୍ରା ଗାଁରେ ପ୍ରାୟ ୬ ଏକର ଜମିରେ ଜୈବିକ ପ୍ରଦ୍ଧତିରେ ଚାଷ କରନ୍ତି ସନ୍ତୋଷିନୀ ।

ବର୍ଷକ ବାରମାସ ତାଙ୍କ କ୍ଷେତରେ କିଛି ନା କିଛି ଚାଷ ହେଉଥାଏ । ସନ୍ତୋଷିନୀ ଏହି ଚାଷ ଜମିରୁ ନିଜର ପରିବାର ସହ ଆହୁରୀ ୬ ପରିବାରଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ । ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମିଲେଟ୍ ଚାଷ କରିଛନ୍ତି । ନିଜର ଦକ୍ଷ ଚାଷ ପ୍ରଦ୍ଧତି ପାଇଁ ବେଶ୍ ଜଣାଶୁଣା ଯୁବରାଜଙ୍କୁ ବି ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ହୋଇଛି ।

Advertisment

ଏଇ ଟାଇଲ୍ ଘରେ ଚାଲେ ଜୀବନ ଜୀବିକା । ମହିଳା ଏଠୁ ସ୍ୱାବଲମ୍ବୀ ହୁଅନ୍ତି, ବଲାଙ୍ଗିର ଟିଟିଲାଗଡ଼ ବ୍ଲକ ଖୋଲାନ ଗାଁର ଯାଜ୍ଞସିନି ପୁଟେଲା ସେ ବି ଯିବେ ଦିଲ୍ଳୀ, ତାଙ୍କୁ ହୋଇଛି ଡକରା । ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିଛନ୍ତି । ସେହିପରି ତୁରେକେଲା କୃଷକ ଉତ୍ପାଦନ କମ୍ପାନିର ଏମଡି ସ୍ନିଗ୍ଧା ମେହେର । ମାତ୍ର ୬ ମାସରେ ଆଖପାଖ ଅଞ୍ଚଳର ଚାଷୀଙ୍କଠୁ ୭୭ ଲକ୍ଷ ଟଙ୍କାର କପା ସଂଗ୍ରହ କରି ମହାରାଷ୍ଟ୍ରରେ ବିକ୍ରି କରିଥିଲୋ ଯାହା ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ସାଜିଥିଲା । ସେ ବି ସ୍ୱାଧୀନତାଦିବସରେ ଦିଲ୍ଲୀ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଚାଷଠୁ ବ୍ୟବସାୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଦକ୍ଷତା ପାଇଁ ରାଜ୍ୟର ଅନେକ ବ୍ୟକ୍ତିବିଶେଷ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଦିଲ୍ଲୀ ଲାଲକିଲ୍ଲା ଯିବେ ।

Advertisment

Delhi Independence Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ