Advertisment

Dog Walker: ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର, MBBS ଓ MBA ଡିଗ୍ରୀଧାରୀଙ୍କ ଦରମା ଠାରୁ ବି ଅଧିକ

ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଖୁବ ଭାଇରାଲ ହେଉଛି । ଲୋକମାନେ ଏହାକୁ ଶେୟାର କରୁଛନ୍ତି, ମିମ୍ସ ବି ତିଆରି କରୁଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି,ଡିଗ୍ରୀ ଠାରୁ ଅଧିକ ଜରୁରୀ ହେଉଛି ଦକ୍ଷତା ।

ଅଦ୍ୟତନ ହୋଇଛି
Dog Walker

Dog Walker

Advertisment

ଆଜିକା ସମୟରେ ଲୋକମାନେ କିଛି ଅଲଗା କରି କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । ଏହାର ଉଦାହରଣ ବି ବହୁତ ଅଛି । ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏଭଳି କିଛି କରି ଚର୍ଚ୍ଚାରେ ରହିଛନ୍ତି । ଆଉ କାରଣ ହେଉଛି ତାଙ୍କର ଆୟ। ଯାହା ବଡ଼ ବଡ଼ ପ୍ରଫେସନାଲଙ୍କୁ ମଧ୍ୟ ପଛରେ ପକାଇଛି ।

Advertisment

ଏହି ବ୍ୟକ୍ତି ପ୍ରତି ମାସରେ ପାଖାପାଖି ୪.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତାହା ମଧ୍ୟ କେବଳ କୁକୁରମାନଙ୍କୁ ବୁଲାଇବାକୁ ନେଇ । MBBS ଓ MBA ଡିଗ୍ରୀଧାରୀଙ୍କ ଦରମା ଠାରୁ ବି ଅଧିକ ରୋଜଗାର କରୁଛନ୍ତି । ସେ ପ୍ରମାଣ କରିଛନ୍ତି କଠିନ ପରିଶ୍ରମ ଓ ଉତ୍ସାହ କୌଣସି ଡିଗ୍ରୀ ଠାରୁ କମ୍ ନୁହେଁ।

dogdog

ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଭାଇରାଲ୍ ହେଉଛି। ସମସ୍ତେ ଏହା ବିଷୟରେ କଥା ହେଉଛନ୍ତି। କିନ୍ତୁ ସେହି ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯାଇଛି । ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ପ୍ରତ୍ୟେକ କୁକୁରକୁ ଦିନକୁ ଦୁଇଥର ବୁଲାଇବା ପାଇଁ ମାସକୁ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ନିଅନ୍ତି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ ।

Advertisment

ବର୍ତ୍ତମାନ ଏହି ବ୍ୟକ୍ତି ୩୮ଟି କୁକୁରଙ୍କୁ ସମ୍ଭାଳୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ବୁଲାଇବା ସହିତ କୁକୁରମାନଙ୍କର ଫିଟ୍‌ନେସ୍ ଓ ସେମାନଙ୍କ ଖୁସିର ମଧ୍ୟ ଧ୍ୟାନ ରଖୁଛନ୍ତି । କୁକୁର ମାଲିକ ମାନେ ବି ତାଙ୍କ କାମରେ ଖୁବ ଖୁସି ଅଛନ୍ତି ।

dogdog

ସବୁଠାରୁ ମଜାଦାର କଥା ହେଉଛି ଏହି ବ୍ୟକ୍ତିଙ୍କ ଭାଇ, ଯିଏକି ଜଣେ MBA ଗ୍ରାଜୁଏଟ୍, ମାସକୁ ମାତ୍ର ୭୦,୦୦୦ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଏହି ବ୍ୟକ୍ତି ନିଜ ଭାଇଠାରୁ ୬ ଗୁଣ ଅଧିକ ରୋଜଗାର କରୁଛନ୍ତି।

Advertisment

ଯେଉଁଠାରେ ଲୋକମାନେ ଡିଗ୍ରୀ ପଛରେ ଦୌଡ଼ୁଛନ୍ତି, ସେଠାରେ ସେ ପ୍ରମାଣ କରିଛନ୍ତି ମନରେ ଯଦି ଉତ୍ସାହ ଓ କାମ କରିବାର ଆଗ୍ରହ ଥାଏ ତେବେ କିଛି ବି କରିହେବ । ଏହି କାହାଣୀ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ କିପରି ଏକ ସାଧାରଣ କାମ ଏତେ ବଡ଼ ରୋଜଗାର ଦେଇଛି ।

dogdog

ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଖୁବ ଭାଇରାଲ ହେଉଛି । ଲୋକମାନେ ଏହାକୁ ଶେୟାର କରୁଛନ୍ତି, ମିମ୍ସ ବି ତିଆରି କରୁଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି,ଡିଗ୍ରୀ ଠାରୁ ଅଧିକ ଜରୁରୀ ହେଉଛି ଦକ୍ଷତା । ଏହି କାହାଣୀ ସେହି ଲୋକଙ୍କ ପାଇଁ ଏକ ଉଦାହରଣ ଯେଉଁମାନେ ଭାବୁଛନ୍ତି ଯେ କେବଳ ପାରମ୍ପରିକ କ୍ୟାରିୟର ହିଁ ସଫଳତାର ଗ୍ୟାରେଣ୍ଟି।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଯାଉଛନ୍ତି କି ? ତେବେ କ୍ୟାସ ନେଇକି ଯାଆନ୍ତୁ

Maharashtra MBBS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ