Advertisment

Lost 20 kg Weight: ‍‍ ବଢ଼ିଆ କଂପାନୀ, ଓଜନ କମାଇଲେ ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା...କର୍ମଚାରୀ ହେଲେ ମାଲାମାଲ୍

ଥରେ ଭାବିଲେ, ଆପଣ ଓଜନ କମେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି। ଏହା ଏକ ଅଜବ ସ୍ୱପ୍ନ ଭଳି ଲାଗୁଥିବ। ହେଲେ ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି ଏକ ଟେକ୍ କମ୍ପାନୀ।

lost weight

lost weight

Advertisment

ଥରେ ଭାବିଲେ, ଆପଣ ଓଜନ କମେଇ ଲ‍କ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି। ଏହା ଏକ ଅଜବ ସ୍ୱପ୍ନ ଭଳି ଲାଗୁଥିବ। ହେଲେ ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି ଏକ ଟେକ୍ କମ୍ପାନୀ।ଆଜିକାଲି ମୋଟାପା ଏପରି ଏକ ସମସ୍ୟା ହୋଇଯାଇଛି ଯାହାକୁ ସାରା ବିଶ୍ୱ ଭୋଗୁଛି। ଏହା କେବଳ ବ୍ୟକ୍ତିକୁ ଅସୁବିଧାରେ ପକାଉ ନାହିଁ ବଡ ବଡ କମ୍ପାନୀଗୁଡ଼ିକର କାମ ମଧ୍ୟ ପ୍ରଭାବିତ ହେଇଛି। ଏହି କାରଣରୁ, ଅନେକ କମ୍ପାନୀ ନିଯୁକ୍ତି ଦେବା ପୂର୍ବରୁ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି।

Advertisment

ଏପରି ପରିସ୍ଥିତିରେ, ଏକ ଚୀନ୍ କମ୍ପାନୀ ତା’ର କର୍ମଚାରୀଙ୍କୁ ଓଜନ କମାଇ ପାଇଁ ଉତ୍ସାହିତ କରିବାକୁ ୧୦ ଲକ୍ଷ ୟୁଆନ, ଯାହା ଭାରତୀୟ ଟଙ୍କାରେ ପାଖାପାଖି ୧ କୋଟି ୨୩ ଲକ୍ଷର ବୋନସ୍ ଦେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ଏହି ଅଫରର ସୁଯୋଗ ନେଇଛନ୍ତି ଜଣେ କର୍ମଚାରୀ। ଆଉ ସେ ମାତ୍ର ୯୦ ଦିନରେ ୨୦ କିଲୋଗ୍ରାମରୁ ଅଧିକ ଓଜନ କମାଇ ୨ ଲକ୍ଷ ୪୬ ହଜାରରୁ ଅଧିକ ଟଙ୍କା ପାଇଛନ୍ତି।

ପୁରସ୍କାର ଜିତିଥିବା କର୍ମଚାରୀ ଜଣଙ୍କ ହେଲେ ‘ଜି ୟାକି’। ସେ କହିଛନ୍ତି ଯେ ଓଜନ କମ୍ କରିବା ପାଇଁ ସେ ଏକ ଅନୁଶାସନ ଭିତରେ ରହିଥିଲେ। ସେ ତାଙ୍କ ଖାଦ୍ୟପେୟର ଖୁବ୍ ଯତ୍ନ ନେବା ସହ ଏବଂ ପ୍ରତିଦିନ ଦେଢ଼ ଘଣ୍ଟା ବ୍ୟାୟାମ କରୁଥିଲେ। ସେ ତାଙ୍କ ଖାଦ୍ୟରେ ସୋୟା କ୍ଷୀର, ମକା, ଫଳ, ପନିପରିବା ସହିତ ପ୍ରୋଟିନ୍ ଜାତୀୟ ଖାଦ୍ୟକୁ ଯୋଡିଥିଲେ।

Advertisment

ତେବେ ଚଳିତ ବର୍ଷ ଅଗଷ୍ଟ ୧୨ରେ, ଚୀନର ଏକ ଟେକ୍ କମ୍ପାନୀ "ମିଲିୟନ ୟୁଆନ ୱେଟ୍ ଲସ୍ ଚ୍ୟାଲେଞ୍ଜ" ପାଇଁ ଚର୍ଚ୍ଚାକୁ ଆସିଥିଲା। ପ୍ରତିବର୍ଷ ହେଉଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି କମ୍ପାନୀର କର୍ମଚାରୀମାନଙ୍କୁ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ମାଧ୍ୟମରେ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଦେବା।

ତେବେ କମ୍ପାନୀର ନିୟମ ଥିଲା ଯେ ଯେଉଁ କର୍ମଚାରୀ ତାଙ୍କ ଓଜନର ୦.୫ କିଲୋଗ୍ରାମ କମାଇବେ ତାଙ୍କୁ ୫୦୦ ୟୁଆନ ବା ୬,୧୮୨ ଟଙ୍କା ନଗଦ ପୁରସ୍କାର ଦିଆଯିବ। କମ୍ପାନୀର ଏହି ଅଫର୍‌କୁ ଚ୍ୟାଲେଞ୍ଜିଂ ଭାବେ ନେଇଥିଲେ ଜଣେ ମହିଳା କର୍ମଚାରୀ ‘ଜି ୟାକି’। ସେ ମାତ୍ର ତିନି ମାସରେ ୨୦ କିଲୋଗ୍ରାମରୁ ଅଧିକ ଓଜନ କମାଇ ପାଖାପାଖି ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ପୁରସ୍କାର ପାଇବା ସହିତ ଏବଂ "ୱେଟ୍ ଲସ୍ ଚାମ୍ପିଅନ" ଉପାଧି ପାଇଛନ୍ତି।

Advertisment
Money Lost
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ