Advertisment

Largest Producer of Onion: ବିଶ୍ୱରେ ପିଆଜ ଉତ୍ପାଦନରେ କେଉଁ ଦେଶ ନମ୍ବର ୱାନ୍ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପିଆଜ ଉତ୍ପାଦନରେ ଟପ୍‌ରେ ଭାରତ । ବାର୍ଷିକ ୨୬.୭ ମିଲିୟନ ଟନ୍ ପିଆଜ ଉତ୍ପାଦନ ହେଉଥିବା ଗବେଷଣାରୁ ଜଣାପଡ଼ିଛି । ଏହା ପଛକୁ ଆଉ କେଉଁ ଦେଶ ରହିଛି ଓ ପିଆଜ କେତେ ପ୍ରକାରର ରହିଛି ଆସନ୍ତୁ ଜାଣିବା ।

ଅଦ୍ୟତନ ହୋଇଛି
Onion Poduction

Onion Poduction

Advertisment

ଭାରତୀୟଙ୍କ ହାଣ୍ଡିଶାଳରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ପରିବା ହେଲା ପିଆଜ । ସତେ ଯେମିତି ପିଆଜ ବିନା ରୋଷେଇ ଅଧୁରା ରହିଥାଏ । ବିଶେଷ କରି ବିନା ପିଆଜରେ ଆମିଷ ରାନ୍ଧିବା ମୁସ୍କିଲ ହୋଇଯାଏ । କେବଳ ଭାରତୀୟ ନୁହଁନ୍ତି, ବିଦେଶରେ ରହିଛି ପିଆଜର ବେଶ ଚାହିଦା । ତେବେ କେଉଁ ଦେଶ ଅଧିକ ପିଆଜ ଉତ୍ପାଦନ କରେ ଆସନ୍ତୁ ଜାଣିବା । 

Advertisment

ଭାରତ:୨୦୨୩-୨୪ରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ପିଆଜ ଉତ୍ପାଦନରେ ସବୁଠୁ ଆଗରେ ରହିଛି ଭାରତ । ସୂଚନା ମୁତାବକ, ଭାରତରେ ବାର୍ଷିକ ୨୬.୭ ମିଲିୟନ ଟନ୍ ପିଆଜ ଉତ୍ପାଦନ ହେଉଛି । ୧ ମିଲିୟନରୁ ଅଧିକ ହେକ୍ଟର ଜମିରେ ପିଆଜ ଚାଷ କରାଯାଉଛି । ଭାରତର ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଅଧିକ ପରିମାଣର ପିଆଜ ଉତ୍ପାଦନ ହେଉଛି । ବିଦେଶରେ ମଧ୍ୟ ଭାରତର ପିଆଜର ଚାହିଦା ରହିଥିବାରୁ ବହୁ ପରିମାଣର ପିଆଜ ବିଦେଶକୁ ରପ୍ତାନି କରାଯାଉଛି । 

ଚୀନ: ଏହା ପଛକୁ ରହିଛି ଚୀନ । ବାର୍ଷିକ ୨୩.୫ ମିଲିୟନ ଟନ୍ ପିଆଜ ଚୀନରେ ଉତ୍ପାଦନ ହେଉଛି । ସାନ୍‌ଡଙ୍ଗ, ହେନାନ୍ ଏବଂ ମଙ୍ଗୋଲିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ପିଆଜ ଚାଷ ହେଉଛି । ଚୀନରେ ଉତ୍ପାଦିତ ପିଆଜ ମଧ୍ୟ ପାରମ୍ପରିକ ଖାଦ୍ୟରୁ ନେଇ ମଡର୍ଣ୍ଣ ରୋଷେଇରେ ବ୍ୟବହାର ହୁଏ । ବାହାର ଦେଶକୁ ମଧ୍ୟ ଚୀନରୁ ପିଆଜ ରପ୍ତାନି ହୋଇଥାଏ । 

Advertisment

ଇଜିପ୍ଟ : ପ୍ରତିବର୍ଷ ପାଖାପାଖି ୩.୩ ଟନ୍ ପିଆଜ ଇଜିପ୍ଟରେ ଉତ୍ପାଦନ ହୋଇଥାଏ । ସେଠାକାର ଶୁଖିଲା ପାଗ ପିଆଜ ଚାଷ ପାଇଁ ଅନୁକୂଳ ହୁଏ । ବିଶ୍ୱବ୍ୟାପୀ ଇଜିପ୍ଟିୟାନ ପିଆଜର ମଧ୍ୟ ବେଶ ଚାହିଦା ରହିଛି । 

ୟୁନାଇଟେଡ୍ ଷ୍ଟେଟସ୍: ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଷିକ ୩.୧ ମିଲିୟନ ପିଆଜ ଉତ୍ପାଦନ ହୋଇଥାଏ । ଏଠାରୁ ମିଠା ଓ ଷ୍ଟୋରେଜ୍ ହୋଇପାରୁଥିବା ପିଆଜ ଉତ୍ପାଦନ ହୋଇ ବଜାରରେ ମିଳେ । 

Advertisment

ତୁର୍କୀ: ବାର୍ଷିକ ୨.୫ମିଲିୟନ ଟନ୍ ପିଆଜ ତୁର୍କୀରେ ଉତ୍ପାଦନ ହୋଇଥାଏ । ତୁର୍କୀ ପିଆଜ ସେଠାକାର ଆଞ୍ଚଳିକ ଖାଦ୍ୟରେ ବିଶେଷ ଭାବେ ବ୍ୟବହୃତ ହୁଏ । ବିଭିନ୍ନ ୟୁରୋପୀୟ ଦେଶକୁ ରପ୍ତାନି ହୋଇଥାଏ ତୁର୍କୀର ପିଆଜ । 

  • ପାରମ୍ପରିକ ଖାଦ୍ୟରେ ପିଆଜର ବ୍ୟବହାର:

କୁହାଯାଏ, ୫ହଜାର ବର୍ଷ ଧରି ପିଆଜର ବ୍ୟବହାର ହୋଇଆସୁଛି । ଏହା କେବଳ ଯେ ଫ୍ଲେଭର ପାଇଁ ବ୍ୟବହାର ହୁଏ ତାହା ନୁହେଁ । ପିଆଜରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଇନଫ୍ଲେମେଟୋରୀ କେମିକାଲ୍ସ ହୃଦରୋଗୀଙ୍କୁ ଉପଶମ ଦେଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । 

  • ପିଆଜର ପ୍ରକାର:

ବିଶେଷ କରି ୩ ପ୍ରକାରର ପିଆଜ ଦେଖିବାକୁ ମିଳେ । ନାଲି, ହଳଦିଆ ଏବଂ ଧଳା ପିଆଜ । 

  • କନ୍ଦାଇଦିଏ ପିଆଜ:

ଯେତେବେଳେ ଆମେ ପିଆଜ କାଟିଥାଉ ଆଖିରୁ ଲୁହ ବାହାରିବାକୁ ଲାଗେ । କାରଣ ପିଆଜରେ ଥିବା ସଲଫରିକ ଏସିଡ୍ ଯୋଗୁ ଆଖିରୁ ଲୁହ ବାହାରିଥାଏ । 

ଅଧିକ ପଢନ୍ତୁ: କିଲୋ ୨ଟଙ୍କାରେ ମିଳୁଛି ପିଆଜ; ଚାଷୀ କଲେ ଏପରି କାଣ୍ଡ...

Onion Production
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ