Advertisment

Year Ender 2023: ୨୦୨୩ରେ RBI ର ଏହି ୪ ନିଷ୍ପତ୍ତି ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଦିଗ ବଦଳାଇ ଦେଇଛି

୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ ୨୦୨୪ ପାଇଁ ଏକ ଭଲ ସଙ୍କେତ ଛାଡିଛି।

ଅଦ୍ୟତନ ହୋଇଛି
Know 4 rbi decisions in 2023 that changed your life

Know 4 rbi decisions in 2023 that changed your life

Advertisment

୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ ୨୦୨୪ ପାଇଁ ଏକ ଭଲ ସଙ୍କେତ ଛାଡିଛି।

Advertisment

ଏହି ସମୟ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (RBI) ମଧ୍ୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଅନେକ ନିଷ୍ପତ୍ତି ନେଇଥିଲା। ସେଥିମଧ୍ୟରୁ ୪ଟି ପ୍ରସଙ୍ଗଙ୍କୁ ଖୁବ ଚର୍ଚ୍ଚା ହୋଇଥିଲା, ଯାହା ବ୍ୟାଙ୍କିଙ୍ଗ କ୍ଷେତ୍ରର ଦିଗ ବଦଳାଇ ଦେଇଥିଲା। ତେବେ ଆସନ୍ତୁ ଏହି ବଡ଼ ନିଷ୍ପତ୍ତିଗୁଡ଼ିକ ଉପରେ ନଜର ପକାଇବା।

୨୦୦୦ ଟଙ୍କା ନୋଟର ଅନ୍ତ:

ବିମୁଦ୍ରୀକରଣ ସମୟରେ ଆସିଥିବା ୨୦୦୦ ଟଙ୍କିଆ ନୋଟ୍‌କୁ RBI ଚଳିତ ବର୍ଷ ସିଷ୍ଟମ୍‌ରୁ ବାହାର କରିଦେଇଛି। ମେ ୧୯ରେ କେନ୍ଦ୍ରୀୟ ବ୍ୟାଙ୍କ୍‌ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ତେବେ ବିମୁଦ୍ରୀକରଣ ପରି, ଏହାକୁ ହଠାତ୍ ବନ୍ଦ କରାଯାଇ ନ ଥିଲା। ବ୍ୟାଙ୍କ୍‌ରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ଲୋକଙ୍କୁ ୪ ମାସ ସମୟ ଦିଆଯାଇଥିଲା।

Advertisment

ବ୍ୟକ୍ତିଗତ ଲୋନ୍ ପରି ଅସୁରକ୍ଷିତ ଋଣ ଉପରେ ଚୋଟ:

ବ୍ୟକ୍ତିଗତ ଲୋନ୍ ବୃଦ୍ଧି ବିଷୟରେ ଆରବିଆଇ ପ୍ରଥମେ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀଗୁଡିକୁ(NBFC) ଚେତାବନୀ ଦେଇଥିଲା। ତା’ପରେ ଅସୁରକ୍ଷିତ ଋଣ ଉପରେ ରିସ୍କ ୱେଟ୍ ବୃଦ୍ଧି କରିଥିଲା। NBFCs ପାଇଁ ରିସ୍କ ୱେଟ୍ ୧୦୦ରୁ ୧୨୫କୁ ବୃଦ୍ଧି କରାଯାଇଥିଲା। ଏହି କାରଣରୁ, NBFC ର ବ୍ୟବସାୟ ଉପରେ ଖରାପ ପ୍ରଭାବ ପକେଇଥିଲା।

UPI କାରବାର ସୀମା ବୃଦ୍ଧି:

ଆର୍ଥିକ ସେବାରେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ UPI (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ର କାରବାର ସୀମା ବୃଦ୍ଧି କରିଛି। ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନା ପାଇଁ UPI କାରବାର ସୀମା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି।

Advertisment

ରେପୋ ହାରରେ କୌଣସି ପରିବର୍ତ୍ତନ ନାହିଁ:

ଏହା ବ୍ୟତୀତ, ଡିସେମ୍ବରରେ ମୁଦ୍ରା ନୀତିର ସମୀକ୍ଷା କରୁଥିବାବେଳେ ଆର୍‌ବିଆଇ ରେପୋ ହାରକୁ ୬.୫ ପ୍ରତିଶତରେ ଅକ୍ଷୁଣ୍ଣ ରଖିଛି। ଆର୍‌ବିଆଇ କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ହାରକୁ ସ୍ଥିର ରଖିଛି। ୨୦୨୩ ମସିହାରେ, ରେପୋ ହାର କେବଳ ଫେବୃଆରୀରେ ବୃଦ୍ଧି କରାଯାଇଥିଲା। ଏହି କାରଣରୁ ଅର୍ଥନୈତିକ କ୍ଷେତ୍ରରେ ଅଧିକ ଅସ୍ଥିରତା ଦେଖାଦେଇଥିଲା।

Year Ender 2023 Year Enders Banking Services RBI Banking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ