Advertisment

ଆଜି ବଜେଟ: ସବୁ ବର୍ଗଙ୍କୁ ଖୁସି କରିବା ପାଇଁ ହୋଇପାରେ ବଡ଼ ଘୋଷଣା

ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି।

ଅଦ୍ୟତନ ହୋଇଛି
Interim Budget 2024

Budget

Advertisment

ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନ ଆସୁଥିବାରୁ ନିର୍ମଳାଙ୍କ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ।

Advertisment

Budget 2024 LIVE Updates: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କାହା ପାଇଁ କେତେ ?

ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ବି ହୋଇପାରେ । ୭ ପ୍ରତିଶତ ହାରରେ ଅଭିବୃଦ୍ଧି ଜାରି ରଖିବାକୁ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ ସହ MSME ଓ ଷ୍ଟାର୍ଟଅପ୍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛି ପଦକ୍ଷେପ ନିଆଯାଇପାରେ।

Advertisment

ରେଳ ଯାତାୟାତକୁ ଅଧିକ ସୁଗମ କରିବାକୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ସହ ରେଳପଥର ସୁରକ୍ଷା ଓ ବିଭିନ୍ନ ସ୍ଥାନକୁ ନୂଆ ରେଳଲାଇନ ନେଇ ଘୋଷଣା ହୋଇପାରେ। ଏହା କାମଚଳା ବଜେଟ୍ ହୋଇଥିବାରୁ କୌଣସି ବଡ଼ ନୀତିଗତ ନିଷ୍ପତ୍ତି ମୋଦି ସରକାର ନେବେ ନାହିଁ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ।

ଅଧିକ ପଢ଼ନ୍ତୁ: ଭାରତର ପ୍ରଥମ ଆର୍ଥିକ ବଜେଟ୍‌ର ପ୍ରସ୍ତୁତ କରିଥିଲେ ଜଣେ ଟୋପି ନିର୍ମାତା

Advertisment
Interim Budget Budget 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ