Budget 2024: ଆୟକର ସ୍ଲାବରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଆୟ ପାଇଁ ଦେବାକୁ ପଡ଼ିବ କେତେ ଟିକସ...

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Budget 2024

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବରେ ପରିବର୍ତ୍ତନ କରି ଆୟକର ଦାତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହିତ ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ ।

ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଆଦାୟ କରାଯିବ ନାହିଁ। ଏହାପୂର୍ବରୁ ୬ ଲକ୍ଷ ଯାଏ ଆୟ ଉପରେ ୫% ଟ୍ୟାକ୍ସ ଦେବାକୁ ପଡୁଥିଲା। ସେହିପରି ୬ ଲକ୍ଷରୁ ୯ ଲକ୍ଷ ଯାଏ ଆୟ ଉପରେ ୧୦ % ଟ୍ୟାକ୍ସ ଦେବାକୁ ପଡୁଥିଲା।

Budget 2024 Live Updates: କେନ୍ଦ୍ର ବଜେଟ୍‌-୨୦୨୪ର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ...

ସେହିପରି ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%, ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% କରାଯାଇଛି।

-ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ
-ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ
-୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫%
-୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%
-୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%

ଅଧିକ ପଢ଼ନ୍ତୁ: ଖୋଲିଲା ନିର୍ମଳାଙ୍କ ବଜେଟ୍‌ ପେଡ଼ି; ୫ ବର୍ଷରେ ମିଳିବ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି...