Advertisment

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଧୂପକାଠି, ପ୍ରତ୍ୟେକଙ୍କ ମାସିକ ରୋଜଗାର ୧୦ ହଜାର

ସ୍ୱାବଲମ୍ବୀ ଗାଁର ମହିଳା...ଧୂପକାଠି ତିଆରି କରି ସଫଳତାର ସିଡ଼ି ଚଢୁଛନ୍ତି ମହିଳା

ଅଦ୍ୟତନ ହୋଇଛି
Incense sticks

Incense sticks

Advertisment

ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରିଛି ଧୂପକାଠି ତିଆରି କଳା । ଏଥିରୁ ବୌଦ୍ଧ ମନମୁଣ୍ଡା ବାସୁଦେବପାଲି ଗାଁରେ ମାସିକ ୧୦ ହଜାର ଟଙ୍କା କମାଉଛନ୍ତି ପ୍ରତି ମହିଳା।ପ୍ରସ୍ତୁତିରୁ ବିକ୍ରିବଟା ଯାଏଁ ବ୍ୟବସ୍ଥିତ ଉପାୟରେ ଚାଲିଛି ବ୍ୟବସାୟ।

Advertisment

ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଂଚାୟତ ବାସୁଦେବପାଲି ଗାଁର । ଏଠାରେ ଗାଁର ଏକ SHG ଗୃପର ସଦସ୍ୟାମାନେ ଏକାଠି ବସି ଧୂପକାଠି ତିଆରି କରୁଛନ୍ତି । କିଏ ଧୂପକାଠିରେ ଧୂପ ଲଗାଉଛନ୍ତି ତ, ଆଉ କିଏ ତାକୁ ମେସିନରେ ଲଗାଇ ପ୍ରସ୍ତୁତ କରୁଛନ୍ତି । ଗୋଷ୍ଠୀର ସମସ୍ତ ସଦସ୍ୟ ଏବେ ଧୂପକାଠି ପ୍ରସ୍ତୁତ କରିବାରେ ବ୍ୟସ୍ତ ।

ଅଧିକ ପଢ଼ନ୍ତୁ: ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ, ଦେଶବିଦେଶରେ ବଢ଼ୁଛି ଚାହିଦା

୨୦୧୬ ରେ ଗ୍ରାମ କିଛି ମହିଳା ମିଶି ଗଢିଥିଲେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ । ଆଉ ସ୍ୱାବଲମ୍ବୀ ହେବାର ଦୃଢଇଚ୍ଛା ଯୋଗୁଁ ଗାଁର ଏହି ମହିଳାମାନେ ଖୋଲିଥିଲେ ଧୂପକାଠି ତିଆରି ୟୁନିଟ । ଯାହାକି ସେମାନଙ୍କୁ ଦେଖାଇଛି ରୋଜଗାରର ବାଟ । ପ୍ରଥମେ ଧୂପକାଠି ପ୍ରସ୍ତୁତ ପାଇଁ ତାଲିମ ନେଲେ । ଆଉ ଏବେ ସଫଳତାର ସହ ତିଆରି କରୁଛନ୍ତି ଧୂପକାଠି । କେବଳ ସେତିକି ନୁହେଁ ଉପଯୁକ୍ତ ମାର୍କେଟିଂ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଜଣପିଛା ମାସକୁ ୮ ରୁ ୧୦ ହଜାର ରୋଜଗାର କରୁଥିବା କହିଛନ୍ତି ।

Advertisment

ଗାଁର ଏହି ମହିଳାମାନେ ଏବେ ସ୍ୱାବଲମ୍ବୀ । ଏବେ ଏମାନେ ଅନ୍ୟ ଉପରେ ନିର୍ଭରଶୀଳ ନୁହଁନ୍ତି । ନିଜେ ପରିଶ୍ରମ କରି ରୋଜଗାର କରୁଛନ୍ତି ଓ ସମ୍ମାନର ସହ ବଞ୍ଚୁଛନ୍ତି ।

Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ