• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆୟକର ରିଟର୍ଣ୍ଣ ଫାଇଲ୍ ଦାଖଲ କରିବାର ଶେଷ ସମୟ ସୀମା ଗତକାଲି ଅର୍ଥାତ୍ ଜୁଲାଇ ୩୧ ତାରିଖ ଥିଲା । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଚର୍ଣ୍ଣ ଦାଖଲ କରିବାର ଶେଷ ଦିନ ଗତକାଲି ଥିଲା । ଫଳରେ ଯେଉଁମାନେ ଏହି ସମୟ ସୀମା ମଧ୍ୟରେ ଆୟକର ରିଟର୍ଣ୍ଣ କରି ଦେଇଛନ୍ତି, ସେମାନେ ନିହାତି ଭାବେ ଲାଭରେ ରହିଛନ୍ତି ।

ତେବେ ଯେଉଁମାନେ ଏହା କରିପାରିନାହାନ୍ତି, ସେମାନଙ୍କ ପାଇଁ ଏକ ବଡ଼ ଆର୍ଥିକ କ୍ଷତି ହେବାକୁ ଯାଉଛି । ଆସନ୍ତୁ ଜାଣିବା ଆୟକର ଦାଖଲ କରିନଥିବା ବ୍ୟକ୍ତିଙ୍କ ପାଇଁ କ’ଣ ରହିଛି ପଦକ୍ଷେପ … ପ୍ରଥମତଃ ସେମାନେ ଜୋରିମାନା ଭରିବାକୁ ବାଧ୍ୟ । ଯଦି ଆପଣ ଜୁଲାଇ ୩୧ ପରେ ଆର୍ଥାତ୍ ଡିସେମ୍ବର ୩୧ ପୂର୍ବରୁ ITR ଫାଇଲ୍ କରନ୍ତି, ତେବେ ଆପଣ ୫୦୦୦ ଟଙ୍କା ବିଳମ୍ବ ଫାଇନ ଦେବେ । ଅନ୍ୟପଟେ ଯଦି ଡିସେମ୍ବର ୩୧ ପରେ ITR ଫାଇଲ କରନ୍ତି ଜରିମାନା ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇବ ।

ତେବେ ମୋଟ ଆୟ ୫ ଲକ୍ଷରୁ କମ୍ ଟିକସଦାତାଙ୍କ ପାଇଁ ସର୍ବାଧିକ ଦଣ୍ଡ ୧୦୦୦ ଟଙ୍କା ମଧ୍ୟରେ ସୀମିତ ରହିଛି । ଆୟକର ଆଇନର ଧାରା ୨୪୩ (F) ଅନୁଯାୟୀ ଏହି ଜରିମାନା ଆଦାୟ କରାଯାଇଥାଏ । ଧାର୍ଯ୍ୟ ତାରିଖ ପରେ ରିଟର୍ଣ୍ଣ ଦାଖଲ କଲେ କୌଣସି ଲାଭ ଆପଣଙ୍କୁ ମିଳିବ ନାହିଁ । ଏହା ବ୍ୟବସାୟ ଏବଂ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ପରବର୍ତ୍ତୀ ବର୍ଷମାନଙ୍କରେ ଟିକସ ଦେବାରେ ଏହା ଅସୁବିଧା ସୃଷ୍ଟି କରିପାରେ ।

ଧାରା ୨୩୪A ଅନୁଯାୟୀ, ମାସିକ ୧% କିମ୍ବା ମାସର କିଛି ଅଂଶ ସୁଧ ହାର ମୂଳ ଧାର୍ଯ୍ୟ ତାରିଖ ଠାରୁ ଦେୟ ତାରିଖ ପର୍ଯ୍ୟନ୍ତ ବକେୟା ଟିକସ ରାଶି ଉପରେ ଚାର୍ଜ କରାଯାଏ । ଟିକସଦାତା ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଆୟକର ଦେଇପାରିନାହାନ୍ତି, ସେମାନେ ମଧ୍ୟ ଜାଣିରଖିବା ଉଚିତ୍ ଯେ, କିଛି ରିହାତି ଏବଂ ଛାଡ ପାଇଁ ସେମାନେ ଯୋଗ୍ୟ ନହୋଇପାରନ୍ତି ।

ଅଧିକନ୍ତୁ, ITR ବିଳମ୍ବରେ ଦାଖଲ କଲେ ଫେରସ୍ତ ମଧ୍ୟ ବିଳମ୍ବ ହୋଇପାରେ । ଫଳରେ ଏହା ନିଜର ଆର୍ଥିକ ଯୋଜନା ଉପରେ ପ୍ରଭାବ ପକାଇପାରେ । ଆଇ-ଟି ବିଭାଗ ଜୋର ଦେଇ କହିଛି ଯେ, ଟିକସଦାତାଙ୍କୁ ITR ଦାଖଲ, ଟିକସ ଦେୟ ଏବଂ କଲ, ଲାଇଭ ଚାଟ୍, ୱେବ ଏକ୍ସ ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଟିକସଦାତାଙ୍କୁ ସହାୟତା କରିବା ପାଇଁ ଏହାର ହେଲ୍ପଡେସ୍କ ୨୪ ଘଣ୍ଟା ଉପଲବ୍ଧ ।

OTV is now on Whatsapp

Join and get latest news update delivered to you via whatsapp

Join Now