Advertisment

ଆକାଶ ଛୁଆଁ ସୁନା ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କେତେ ରହିଛି ଆଜିର ଦର...

୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି ।

ଅଦ୍ୟତନ ହୋଇଛି
Gold Rate

Gold Rate

Advertisment

ହୁ ହୁ ହୋଇ ବଢୁଛି ସୁନା ଦର । ଗତ କିଛି ଦିନ ଧରି ଲଗାତର ସୁନାଦର ବଢିବାରେ ଲାଗିଛି । ଦୈନିକ ପ୍ରାୟ ଦୁଇଶହ ଟଙ୍କା ସୁନା ଦର ବଢୁଥିବାରୁ ଗ୍ରାହକଙ୍କ ଚିନ୍ତା ବଢିଛି । ୧୦ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୯ ହଜାର ୭୮୩ ଟଙ୍କା ରହିଛି । ଅନ୍ୟ ପକ୍ଷରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି । ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ଏମିତିକି ବିବାହ ଉତ୍ସବରେ ବନ୍ଧୁ ପ୍ରିୟଜନଙ୍କୁ ଉପହାର ଦେବାକୁ ଅଥବା ନିଜ ପାଇଁ ସୁନା ଗହଣା କିଣିବାକୁ ଇଚ୍ଛା ଥିଲେ ବି ପଛଘୁଞ୍ଚା ଦେଲେଣି ଲୋକେ ।

Advertisment

ସୁନାର ଏଭଳି ଦରବୃଦ୍ଧି ପାଇଁ ବିଶ୍ୱ ବଜାରରେ ବ୍ୟାଙ୍କିଙ୍ଗ୍ ସଙ୍କଟକୁ ଦାୟୀ କରିଛନ୍ତି ବିଶେଷଜ୍ଞ । କହିଛନ୍ତି, ଆମେରିକାରୁ ଆରମ୍ଭ ହୋଇ ୟୁରୋପରେ ପହଞ୍ଚିଥିବା ବ୍ୟାଙ୍କିଙ୍ଗ୍ ସଙ୍କଟ ଯୋଗୁ ବ୍ୟାଙ୍କ ଷ୍ଟକ୍ ଉପରୁ ଭରସା ତୁଟାଇ ସାରିଲେଣି ନିବେଶକ । ସେମାନେ ବ୍ୟାଙ୍କ ଷ୍ଟକ୍‌ରୁ ପୁଞ୍ଜି ପ୍ରତ୍ୟାହାର କରି ଓ ନିରାପଦ ଭାବୁଥିବା ସୁନାରେ ପୁଞ୍ଜିନିବେଶ କରୁଛନ୍ତି । ବିଶ୍ୱ ବଜାରରେ ବ୍ୟାଙ୍କିଙ୍ଗ୍ କ୍ରାଇସିସ୍‌ରେ ସୁଧାର ନ ଆସିବା ଯାଏଁ ସୁନା ଦର ଏମିତି ବଢ଼ିଚାଲିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। ଏପଟେ ସୁନା ବ୍ୟବସାୟୀ ଆଶଙ୍କା କଲେଣି, ସୁନା ଦର ଯେଉଁଭଳି ବଢ଼ିଚାଲିଛି, ଖୁବ୍‌ଶୀଘ୍ର ଏହା ୭୦ ହଜାର ଛୁଇଁପାରେ।

ଖାଲି ସୁନା ନୁହେଁ, ଗତ ସପ୍ତାହକ ମଧ୍ୟରେ ରୁପା ଦର କିଲୋଗ୍ରାମ ପିଛା ୫ ହଜାର ଟଙ୍କା ବଢ଼ିଯାଇଛି । ମାର୍ଚ୍ଚ ୧୨ରେ ରୁପା କିଲୋ ୬୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୭୦ ହଜାରରୁ ଅଧିକ ଟଙ୍କାରେ ପହଞ୍ଚିଛି ।

Advertisment
Gold Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ