Advertisment

Gold Prices:ବଢୁଛି ସୁନା ଦର ଆଗକୁ ଆହୁରି ବଢ଼ିବ...ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ

ଟ୍ରମ୍ପଙ୍କ ଟାରିଫ୍ ମାଡ଼, ହୁ ହୁ ହୋଇ ବଢୁଛି ସୁନା ଦର... ଗରିବଠୁ ମଧ୍ୟବିତ୍ତ, ସମସ୍ତଙ୍କୁ ଛାନିଆ କରୁଛି ସୁନା । ବିଶେଷକରି ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍‌ ପରେ ରେକର୍ଡ ଭାଙ୍ଗିଛି ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୩ ହଜାର ୪୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ ସୁନା ୯୪ ହଜାର ୪୫୦ ଟଙ୍କା ରହିଛି । ମାତ୍ର ସପ୍ତାହେ ଭିତରେ ୨ ହଜାର ୬୮୯ ଟଙ୍କା ବଢିଛି ସୁନା ।

Gold Prices

Gold Prices

Advertisment

ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ହୁ ହୁ ହୋଇ ବଢୁଛି ସୁନା ଦର । ଗରିବଠୁ ମଧ୍ୟବିତ୍ତ, ସମସ୍ତଙ୍କୁ ଛାନିଆ କରୁଛି ସୁନାବିଶେଷକରି ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍‌ ପରେ ରେକର୍ଡ ଭାଙ୍ଗିଛି ସୁନା ଦର । ରବିବାର ଦିନ ଘରୋଇ ବଜାରରେ ସୁନା ଦର ନୂଆ ଶିଖର ଛୁଇଁଛି ।

Advertisment

ଦିଲ୍ଲୀରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୩ ହଜାର ୪୦ ଟଙ୍କାରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରରେ ବି ସମାନ ରହିଛି ୨୪ କ୍ୟାରେଟ ସୁନା । ୨୨ କ୍ୟାରେଟ ସୁନା ୯୪ ହଜାର ୪୫୦ ଟଙ୍କା ରହିଛି । ମାତ୍ର ସପ୍ତାହେ ଭିତରେ ୨ ହଜାର ୬୮୯ ଟଙ୍କା ବଢିଛି ସୁନା । ଆଉ ଯଦି ରୂପା କଥା କହିବା, ଏବେ ଭୁବନେଶ୍ୱରରେ କେଜି ପିଛା ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି ରୂପା ।

ଅନ୍ତର୍ଜାତୀୟ ବଜାରରେ ଉପରମୁହାଁ ରହିଛି ସୁନା ଦର । ଗତବର୍ଷ ସୁଦ୍ଧା ସୁନା ଆଉନ୍ସ ପ୍ରତି ୪୦୦୦ ଡଲାର୍ ଛୁଇଁପାରେ ବୋଲି ଅନୁମାନ କରିଛନ୍ତି ଏକ୍ସପର୍ଟ । ମାର୍କେଟ ଏକ୍ସପର୍ଟଙ୍କ ମତରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉତ୍ତେଜନା, ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ସହ ଟ୍ରମ୍ପଙ୍କ ଟାରିଫ୍ ସୁନା ଦର ବଢିବାର ମୁଖ୍ୟ କାରଣ ।

Advertisment

ଭାରତରେ ସୁନା କେବଳ ଏକ ଗହଣା ନୁହେଁ, ଏହା ଆମର ସଂସ୍କୃତି ସହ ଜଡିତ । ବିବାହ, ବ୍ରତ ହେଉ ଅବା କୌଣସି ପର୍ବପର୍ବାଣି, ସୁନା କିଣାଯାଏ । କିନ୍ତୁ ବଢୁଥିବା ସୁନା ରେଟ୍‌ ଦେଖି ଦୋକାନ ଯିବାକୁ ଡରୁଛନ୍ତି ଗ୍ରାହକ ।

Gold Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ