Advertisment

Gold Price Today: କାଲି କମିଥିଲା, ଆଜି ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ କେତେ ?

ଆଜି ବି ବଢ଼ିଲା ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୬୦ ଟଙ୍କା ବୃଦ୍ଧି ପାଇ ୯୫,୬୨୦ ଟଙ୍କା ହୋଇଛି ।

ଅଦ୍ୟତନ ହୋଇଛି
Gold Price

Gold Price

Advertisment

କାଲି କମିଥିଲା, ଆଜି ପୁଣି ବଢ଼ିଲା । ପୁଣିଥରେ ମହଙ୍ଗା ହୋଇଛି ସୁନା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୬୦ ଟଙ୍କା ବୃଦ୍ଧି ପାଇ ୯୫,୬୨୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୫୦ ଟଙ୍କା ବୃଦ୍ଧି ସହ ୧୦ ଗ୍ରାମ ପ୍ରତି ୮୭,୬୫୦ ଟଙ୍କାରେ ବିକ୍ରୟ ହେଉଛି ।

Advertisment

ଦେଶରେ ସୁନା ଦରରେ ହ୍ରାସ ବୃଦ୍ଧି ଲାଗି ରହିଛି । କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୮୦୦ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ ଟଙ୍କା ହ୍ରାସ ପାଇଥିଲା । ତଥାପି ଆକାଶ ଛୁଆଁ ରହିଛି ଦର । ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ୯୦ ହଜାରରୁ ଅଧିକ ଥିବାରୁ ଦୋକାନକୁ ଯିବାକୁ ଡରୁଛନ୍ତି ଗ୍ରାହକ । 

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା...

ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ଲାଗି ରହିଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ । ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ । ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।

Advertisment

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

Advertisment

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Gold Price Hike Gold Rate Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ