Advertisment

କାଲି ପରେ ଆଜି ବି ବଢିଲା ସୁନା ଦର

ବୁଧବାର ଅର୍ଥାତ୍‌ ସେପ୍ଟେମ୍ବର ୨୯, ୨୦୨୧ରେ ପୁଣି ବଢିଛି ସୁନା ଦର  । ଅଳ୍ପ ହେଲେ ବି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ତେବେ ରୂପା ଦରରେ ସାମାନ୍ୟ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି।

undefined

Gold, Silver Rate Today

Advertisment

ନୂଆଦିଲ୍ଲୀ: ବୁଧବାର ଅର୍ଥାତ୍‌ ସେପ୍ଟେମ୍ବର ୨୯, ୨୦୨୧ରେ ପୁଣି ବଢିଛି ସୁନା ଦର  । ଅଳ୍ପ ହେଲେ ବି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ତେବେ ରୂପା ଦରରେ ସାମାନ୍ୟ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି। ଅନ୍ତରାଷ୍ଟ୍ରୀୟ ବୁଲିୟନ ମାର୍କେଟରେ ଆଜି କାରବାରରେ ବୃଦ୍ଧି ଘଟିଥିବାବେଳେ ସୁନା ଦର ମଧ୍ୟ ଉଚ୍ଚା ଥିବା ଲକ୍ଷ୍ୟ କରାଯାଇଥିଲା। ଆଜି ସକାଳେ ମଲ୍‌ଟି-କମଡିଟି ଏକ୍ସଚେଞ୍ଜରେ ସୁନା ଦର ୦.୦୪ ପ୍ରତିଶତ ବୃଦ୍ଧି ସହ ୧୦ ଗ୍ରାମ ପିଛା ୪୫, ୮୭୦ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟପକ୍ଷେ ରୂପା ୦.୨୨ ପ୍ରତିଶତ କମ୍‌ରେ କିଲୋଗ୍ରାମ ପିଛା ୬୦, ୩୩୦ ଦରରେ ବିକ୍ରି ହେଉଛି।
GoldPrice.orgରେ ଦେଖିଲେ  ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତୀୟ ସମୟ ସକାଳ ୧୧.୫୭ରେ MCX ଅନୁସାରେ ସୁନା ଦରରେ ୦.୧୫ ପ୍ରତିଶତ ବୃଦ୍ଧି ଘଟିଛି। ଆମେରିକିରୀୟ ଦରରେ ପ୍ରତି ଆଉନ୍ସ ପିଛା ୧୭୩୭.୯୧ ଡଲାରରେ ଟ୍ରେଡ କରୁଛି।  ସେହିପରି ରୂପା ପ୍ରତି ଆଉନ୍ସ ପିଛା ୦,୯୦ ପ୍ରତିଶତ ହ୍ରାସ ସହ ୨୨.୨୯ ଡଲାରରେ  ରହିଛି। 

Advertisment

ସେହିପରି Good Returns ୱେବସାଇଟ ଉପରେ ନଜର ପକାଇଲେ ଦେଖିବାକୁ ପାଇବା,  ୨୪ କ୍ୟାରେଟ  ସୁନାର ମୂଲ୍ୟ ୧ ଗ୍ରାମ ପିଛା ୪, ୬୦୩, ୮ ଗ୍ରାମ ପିଛା ୩୬, ୮୨୪, ୧୦ ଗ୍ରାମ ପ୍ରତି ୪୬,୦୩୦ ଏବଂ ୧୦୦ ଗ୍ରାମ ପ୍ରତି ୪, ୬୦, ୩୦୦ ଟଙ୍କା  ରହିଛି। ସେହିପରି ପ୍ରତି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ଦର ୪୫, ୦୩୦ରେ ବିକ୍ରି ହେଉଛି। 

Advertisment

ପ୍ରମୁଖ ସହରରେ ସୁନାର ମୂଲ୍ୟ ଦର ଉପରେ ନଜର ପକାଇଲେ ଦେଖିବା, ଦିଲ୍ଲୀରେ ୨୨ କାରେଟ ସୁନାର ଦାମ ୪୫,୦୩୦ ଏବଂ ୨୪ କ୍ୟାରେଟ ସୁନାର ଦାମ ୪୬,୦୩୦ ରହିଛି। କୋଲକାତାରେ ୨୨ କ୍ୟାରେଟ ସୁନାର ଦାମ୍‌ ୪୫, ୫୯୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ଦାମ ୪୮,୨୯୦ ଟଙ୍କା ରହିଛି। ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦାମ୍‌ ୪୩, ୫୦୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ଦାମ ୪୭, ୪୬୦ ଟଙ୍କା ରହିଛି। 
ସେହପରି ରୂପା ଦର ଉପରେ ନଜର ପକାଇଲେ ଦେଖିବା, ପ୍ରତିକିଲୋ ଚାନ୍ଦିର ଦାମ ୬୦. ୪୫୦ ଟଙ୍କା ରହିଛି। ଦିଲ୍ଲୀରେ ରୂପା କିଲୋ ପ୍ରତି ୬୦, ୪୫୦ ଟଙ୍କା ଥିବାବେଳେ ମୁମ୍ବାଇ ଏବଂ କୋଲକାତାରେ ରୂପା ଦର ମଧ୍ୟ ସମାନ ରହିଛି। ଚେନ୍ନାଇରେ ରୂପା କିଲୋଗ୍ରାମ ପିଛା ଦର ୬୪, ୮୦୦ ରହିଛି।

Gold Price In India Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ