Advertisment

Gold Price Today 8th Feb 2023: ପୁଣି ବଢ଼ିଲା ସୁନା-ରୂପା ଦର, ଜାଣନ୍ତୁ ଆଜିର ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୯,୨୫୦ ଙ୍କା ରହିଛି ।

ଅଦ୍ୟତନ ହୋଇଛି
Gold Price Today 8th Feb 2023

Gold Price Today 8th Feb 2023

Advertisment

ବିବାହ ଋତୁକୁ ଆଖିରେ ରଖି ଜୋରସୋରରେ ଗହଣା କିଣା ଚାଲିଛି । ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୯,୨୫୦ ଟଙ୍କା ରହିଛି ।

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୪,୮୦୦ ଟଙ୍କା ରହିଛି। ସେହିଭଳି ୧୮ କ୍ୟାରେଟ୍ ସୁନା ଦର ୪୫,୦୦୦ ରହିଛି। ଅନ୍ୟପଟେ ୧୪ କ୍ୟାରେଟ ସୁନା ମୂଲ୍ୟ ୩୫,୪୦୦ ଟଙ୍କା ରହିଛି

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୨,୭୫୦ ଟଙ୍କା ରହିଛି। ଆଜି ଶୁଦ୍ଧ ରୂପା କିଲୋ ପିଛା ୭୦,୪୦୦ ଟଙ୍କାରେ କାରବାର ହେଉଛି।

Advertisment

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

Gold Price Today Gold Price Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ