Advertisment

ପାର୍ବଣ ପୂର୍ବରୁ ବଢିଲା ସୁନା, ରୂପା ଦର

ଆଜି ଅର୍ଥାତ ମଙ୍ଗଳବାର ସୁନା ଦର ବୃଦ୍ଧି ପାଇଛି। ଆଜି ୨୪ କାରେଟ ୧୦ଗ୍ରାମ ଓଜନର ସୁନା ଦର ୪୬, ୨୮୦ ରହିଛି। ପୂର୍ବ ଦର ତୁଳନାରେ ୪୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
gold price today

gold price today

Advertisment

ନୂଆଦିଲ୍ଲୀ: ଆଜି ଅର୍ଥାତ ମଙ୍ଗଳବାର ସୁନା ଦର ବୃଦ୍ଧି ପାଇଛି। ଆଜି ୨୪ କାରେଟ ୧୦ଗ୍ରାମ ଓଜନର ସୁନା ଦର ୪୬, ୨୮୦ ରହିଛି। ପୂର୍ବ ଦର ତୁଳନାରେ ୪୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ରୂପା କିଲୋଗ୍ରାମ ପିଛା ୬୦, ୨୫୦ ଟଙ୍କାରେ ବିକ୍ରି ହେଉଛି। ଯାହା କି ଗତକାଲିର ଟ୍ରେଣ୍ଡିଂ ପ୍ରାଇସ୍‌ଠାରୁ ୩୫୦ ଟଙ୍କା ଅଧିକ ରହିଛି।  

Advertisment

ଏକ୍ସସାଇଜ ଡ୍ୟୁଟି, ଷ୍ଟେଟ ଟାକ୍ସ ଏବଂ ପ୍ରଡକ୍ସନ କଷ୍ଟକୁ ଅନୁସାରେ, ସୁନାଗହଣାର ଦର ସାରା ଭାରତରେ ଭିନ୍ନ ଭିନ୍ନ ରହିଥାଏ।  ୧୦ ଗ୍ରାମ ୨୨ କାରେଟ ସୁନା ୪୫, ୫୦୦ ଟଙ୍କାରେ ନୂଆଦିଲ୍ଲୀରେ ବିକ୍ରି ହେଉଥିବାବେଳେ ମୁମ୍ବାଇରେ ଏହାର ଦାମ ରହିଛି ୪୫, ୨୮୦ ରହିଛି। ସେହିପରି ଚେନ୍ନାଇରେ ୨୨ କାରେଟ ୟେଲୋ ମେଟାଲ ବା ସୁନାର ଦର ୪୩ ହଜାର ୫୧୦ ରହିଛି। 

ସେହିପରି ୧୦ ଗ୍ରାମ ୨୪ କାରେଟ ସୁନାର ଦାମ ଦିଲ୍ଲୀରେ ୪୯, ୬୪୦ ଥିବାବେଳେ ମୁମ୍ବାଇରେ ଏହାର ଦାମ ୪୬, ୨୮୦ ରହିଛି। ସେହିପରି ୨୪ କାରେଟ ସୁନା  ଚେନ୍ନାଇରେ ଆଜି ସକାଳେ ୪୭, ୪୭୦ରେ ବିକ୍ରି ହେଉଥିବାବେଳେ କୋଲକାତାରେ ୪୮, ୪୫୦ରେ ବିକ୍ରି ହେଉଛି।

Advertisment

ରଏଟର ତଥ୍ୟ ଅନୁଯାୟୀ, ରଏଟର୍ସ ଅନୁଯାୟୀ, ହଳଦିଆ ଧାତୁର ମୂଲ୍ୟ ସର୍ବଭାରତୀୟ ସ୍ତରରେ ହ୍ରାସ ପାଇଛି। ଯୁକ୍ତରାଷ୍ଟ୍ରରେ ସୁନା ଦର ପ୍ରତି ଆଉନ୍‌ସ ପିଛା ୦.୩ ପ୍ରତିଶତ ହ୍ରାସ ପାଇ ୧, ୭୪୭.୫୦ ଡଲାରରେ ପହଞ୍ଚିଥିବାବେଳେ ସ୍ପଟ ସୁନା୦.୧ ପ୍ରତିଶତ ହ୍ରାସ ହୋଇ ୧, ୭୪୮.୦୧ ଡଲାରରେ ପହଞ୍ଚିଛି।

Advertisment

ସୂଚନାଥାଉ କି, ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୧୯୧ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର Multi Commodity Exchange(MCX) ପ୍ରତି ୧୦ ଗ୍ରାମକୁ ୪୬,୧୬୨ ଟଙ୍କା ରହିଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି। ହେଲେ ଖୁବ୍‌ ଶୀଘ୍ର ସୁନା ଦର ବୃଦ୍ଧି ପାଇପାରେ ବୋଲି ଗତକାଲି ଆକଳନ କରାଯାଉଥିଲା। ଏହାର ୨୪ ଘଣ୍ଟା ପରେ ସୁନା ଦର ବୃଦ୍ଧି ପାଇଛି। 

Gold Price In India Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ