Advertisment

Gold Price Today, 16th November 2024: ସୁନା ଦରରେ ପରିବର୍ତ୍ତନ; ଜାଣନ୍ତୁ କେତେ ରହିଛି ଦାମ୍

ନଭେମ୍ବର ପହିଲାରୁ ସୁନା ଦର ପ୍ରାୟ ୬୦୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ଅର୍ଥାତ୍ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସୁନା ଦରରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଆସନ୍ତୁ ଜାଣିବା ଆଜି କେଉଁଠି ସୁନାର ଦର କେତେ ରହିଛି...

ଅଦ୍ୟତନ ହୋଇଛି
undefined

Gold Rate

Advertisment

ଗତ କିଛି ଦିନ ମଧ୍ୟରେ ସୁନା ଦର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ନଭେମ୍ବର ପହିଲାରୁ ସୁନା ଦର ପ୍ରାୟ ୬୦୦୦ଟଙ୍କାରୁ ଅଧିକ ହ୍ରାସ ପାଇ ସାରିଲାଣି । ଅର୍ଥାତ୍ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସୁନା ଦରରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି । ଆସନ୍ତୁ ଜାଣିବା ଆଜି କେଉଁଠି ସୁନାର ଦର କେତେ ରହିଛି...

Advertisment

ଟୁଇନସିଟିରେ କେତେ ରହିଛି ସୁନା ଦର ?

ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଘଟିଛି । ଗତକାଲି ଅପେକ୍ଷା ସାମାନ୍ୟ କମ୍ ରହିଛି ସୁନାର ଦାମ୍ । ଆଜି ଟୁଇନସିଟିରେ ୧ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୧୧ ଟଙ୍କା କମିଛି । ବର୍ତ୍ତମାନ ଦର ଏକ ଗ୍ରାମ୍‌କୁ ୭୫୬୫ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ଗ୍ରାମ ପିଛା ୧୦ ଟଙ୍କା କମିକି ୬୯୩୫ ଟଙ୍କା ରହିଛି । ଏହାଛଡା ରୁପା ଦରରେ ମଧ୍ୟ ହ୍ରାସ ପାଇଛି । ବିଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୯ ଟଙ୍କା ରହିଥିବା ବେଳେ କେଜି ୯୯ହଜାର ଟଙ୍କା ରହିଛି ।

କ୍ରମାଗତ ଭାବେ ଶସ୍ତା ହେଉଛି ସୁନା

ଚଳିତ ବର୍ଷ ସୁନା ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି । ଗୋଟିଏ ପଟେ ମୋଦି ସରକାର ୩.୦ର (ୟୁନିଅନ୍ ବଜେଟ୍ ୨୦୨୪) ପ୍ରଥମ ବଜେଟ୍ ଉପସ୍ଥାପନା ସମୟରେ ଏହା ସୁନା ଓ ରୁପା ଉପରେ କଷ୍ଟମ୍ ଡ୍ୟୁଟି ହଟାଇବାକୁ ଘୋଷଣା କରିବା ପରେ ଏହା ହ୍ରାସ ପାଇଛି । କିନ୍ତୁ ଗତ ଦୁଇ ସପ୍ତାହ ଧରି ସୁନା ଦର ଲଗାତାର ହ୍ରାସ ପାଉଛି। ଗତକାଲି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ୧୦ଗ୍ରାମ ୨୪ କ୍ୟାରେଟ ସୁନା ଦର ୭୦୦ଟଙ୍କାରୁ ଅଧିକ ଟଙ୍କା ହ୍ରାସ ପାଇଛି । ସେହିପରି ଆମେରିକାରେ ଟ୍ରମ୍ପ ସରକାର ଆସିବା ପରେ ମଧ୍ୟ କ୍ରମାଗତ ଭାବେ କମୁଛି ସୁନା ଦର । ଗତ ଦୁଇରୁ ତିନି ସପ୍ତାହ ମଧ୍ୟରେ ସୁନା ଦର ପାଖାପାଖି ୬୦୦୦ ଟଙ୍କା କମିଛି ।

Advertisment

ଦୁଇ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୬୦୦୦ରୁ ଅଧିକ ଟଙ୍କା ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ୩ ପ୍ରତିଶତ GST ବିନା ଘରୋଇ ବଜାରରେ ସୁନାର ଏହି ମୂଲ୍ୟ ରହିଛି । GST ପରେ ଏହି ଦରରେ ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ ଦେଶର ବିଭିନ୍ନ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଯାଏ ।

କାହିଁକି କମୁଛି ସୁନା ଦର ?

ସୁନା ଦର ଖସିବାର ଅନେକ କାରଣ ରହିଛି । ୩ ମାସ ଧରି ଦର ବଢ଼ିବା ଫଳରେ ଲୋକେ ଏବେ ଲାଭ ଅସୁଲି କରୁଛନ୍ତି । ଫଳରେ ଚାହିଦା ଖସିଛି । ଏହା ଦର ହ୍ରାସର ଅନ୍ୟତମ କାରଣ । ସେହିଭଳି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏଯାବତ୍‌ ଡଲାର ସୂଚକାଙ୍କ ୨.୩୬% ବୃଦ୍ଧି ପାଇଛି । ଆମେରିକୀୟ ବଣ୍ଡ ଦର ବଢ଼ିଛି । ଉଭୟ କାରଣ ଯୋଗୁ ସୁନା ଚାହିଦା ହ୍ରାସ ପାଇଛି । ମଧ୍ୟପ୍ରାଚ୍ୟ, ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ, ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ସୁନା ଦର ବଢୁଥିଲା । ଏବେ ସେଭଳି କିଛି ହଲଚଲ ଦେଖିବାକୁ ମିଳୁନାହିଁ । ତେଣୁ ସୁନା ଦର କ୍ରମାଗତ ଖସୁଥିବା ଦେଖିବାକୁ ମିଳୁଛି ।

Advertisment
Gold Price Gold Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ