Advertisment

Gold Price Hike: ସୁନା ଦର ଏବେ ଲଗାମଛଡ଼ା, ଆଗକୁ ଲକ୍ଷେ ଟପିବା ନେଇ ବିଶେଷଜ୍ଞଙ୍କ ଆକଳନ

ବିଶେଷଜ୍ଞଙ୍କ ମତରେ ୨୦୨୪ ସାଧାରଣ ବଜେଟ୍‌ରେ କେନ୍ଦ୍ର ସରକାର ସୁନା କ୍ରୟକୁ ଉତ୍ସାହିତ କରିବା ପାଇଁ ଆମଦାନୀ ଶୁଳ୍ପ ହ୍ରାସ୍‌ କରିଥିଲେ। ସୁନା ଆମଦାନୀ ଶୁଳ୍ପ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ୍‌ କରିଥିଲେ।

ଅଦ୍ୟତନ ହୋଇଛି
Gold

Gold

Advertisment

ମହଙ୍ଗା ହେଉଛି ସୁନା ଓ ରୁପା। କହିବାକୁ ଗଲେ ପ୍ରତିଦନ ରେଟ୍‌ ବଢ଼ୁଛି। ଗତ ୩ ଦିନ ହେଲା ସୁନା ରେଟ୍‌ରେ ବ୍ରେକ୍‌ ଲାଗୁନି। ଆଜି ରେକର୍ଡ ଜମ୍ପ ମାରିଛି ସୁନା। ୧୦ ଗ୍ରାମ୍‌ ସୁନା ଦର ଏକଦମ୍ ୧୨୦୦ ଟଙ୍କା ବଢ଼ିଛି। କେବଳ ସୁନା ରେଟ୍‌ ବଢ଼ିନି, ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି। ଗୁରୁବାର ରୁପା କିଲୋ ୨୦୦୦ ଟଙ୍କା ବଢ଼ିଥିବା ବେଳେ ଆଜି ୧୦୦୦ ଟଙ୍କା ଅତିକ୍ରମ କରିଛି। ଲାଗୁଛି ସବୁ ରେକର୍ଡ ଭାଙ୍ଗିବ ସୁନା ଓ ରୁପା। ସାଧାରଣ ବଜେଟ୍‌ ପରେ ସୁନା ଲକ୍ଷେ ଟଙ୍କା ଅତିକ୍ରମ କରିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

Advertisment

ବିଶେଷଜ୍ଞଙ୍କ ମତରେ ୨୦୨୪ ସାଧାରଣ ବଜେଟ୍‌ରେ କେନ୍ଦ୍ର ସରକାର ସୁନା କ୍ରୟକୁ ଉତ୍ସାହିତ କରିବା ପାଇଁ ଆମଦାନୀ ଶୁଳ୍ପ ହ୍ରାସ କରିଥିଲେ। ସୁନା ଆମଦାନୀ ଶୁଳ୍ପ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ। ଏବେ ଯଦି ସରକାର ଆମଦାନୀ ଶୁଳ୍କ ସଂଶୋଧନ କରି ପୁଣି ଥରେ ୧୪ ପ୍ରତିଶତରୁ ୧୫ ପ୍ରତିଶତ କରନ୍ତି, ତାହାହେଲେ ସୁନା ଦରର ଅହେତୁକ ବୃଦ୍ଧି ଘଟିବ। ସାଧାରଣ ଲୋକମାନେ ସୁନା କିଣିବା ପାଇଁ ଡରିବେ। ଆଜି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରଟ୍‌ ସୁନା ୧୦ ଗ୍ରାମକୁ ୮୪୩୩୦ ଟଙ୍କା ଥିବା ବେଳେ ସାଧାରଣ ବଜେଟ୍‌ ପରେ ତାହା ଲକ୍ଷେ ଟଙ୍କା ଅତିକ୍ରମ କରିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

ଅଧିକ ବଢ଼ିବ: ସୁନା-ରୂପା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ ଆଜି କେତେ ଅଛି ମୂଲ୍ୟ....

Advertisment

ମିଳିଥିବା ସୂଚନା ଅନୁସାରେ ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦର ୧୨୦୦ ଟଙ୍କା ବଢ଼ିଛି। ଗୁରୁବାର ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୭୬୧୦୦ ଟଙ୍କା ଥିବା ବେଳେ ଆଜି ୭୭୩୦୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ୍‌ ସୁନା ୧୩୧୦ ଟଙ୍କା ବଢ଼ିଛି। ଗୁରୁବାର ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ୮୩୦୨୦ ଟଙ୍କା ଥିବା ବେଳେ ଆଜି ୮୪୩୩୦ ଟଙ୍କା ରହିଛି। ଠିକ୍‌ ସେହିପରି ୧୮ କ୍ୟାରେଟ୍‌ ସୁନା ଦର ୯୮୦ ଟଙ୍କା ବଢ଼ିଛି। ଗୁରୁବାର ୧୮ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ୬୨୨୭୦ ଟଙ୍କା ଥିବା ବେଳେ ଆଜି ୬୩୨୫୦ ଟଙ୍କା ରହିଛି।

କବଳ ସୁନା ନୁହେଁ, ରୁପା ଦର ମଧ୍ୟ ବୃଦ୍ଧି ଘଟିଛି। ଗତ ଦୁଇ ଦିନ ହେଲା ରୁପା ଦର ଲମ୍ୱ ଡିଆଁ ମାରିଛି। ଗୁରୁବାର ରୁପା କିଲୋ ୨୦୦୦ ଟଙ୍କା ବଢ଼ିଥିବା ବେଳେ ଆଜି ୧୦୦୦ ଟଙ୍କା ବୃଦ୍ଧି ଘଟିଛି। ଗୁରୁବାର ରୁପା କିଲୋ ୧୦୬୦୦୦ ଟଙ୍କା ଥିବା ବେଳେ ଆଜି ୧୦୭୦୦୦ ଟଙ୍କା ରହିଛି। ଆସନ୍ତାକାଲି ବଜେଟ୍‌ ଥିବାରୁ ଆଗକୁ ଏହି ଦର ଆହୁରି ବଢ଼ିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

Advertisment
Gold Price Bhubaneswar Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ