Advertisment

Gold Price Today: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ବଢି ୧୦ ଗ୍ରାମ ପିଛା ୯୭,୫୮୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ୮୯,୪୫୦ ଟଙ୍କା ରହିଛି ।

ଅଦ୍ୟତନ ହୋଇଛି
undefined

Gold Price Today

Advertisment

କନ୍ଦାଇଲାଣି ସୁନା ଦର । ପ୍ରତିଦିନ ମହଙ୍ଗା ହେଉଛି ସୁନା । ଆଗକୁ ବିବାହ ଋତୁ । ବଢୁଥିବା ସୁନାର ଦାମ୍ ଦେଖି ଛାନିଆ ହେଲେଣି ଗ୍ରାହକ । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା । ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି । ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ୨୫୦ ଟଙ୍କା ବଢିଛି ।

Advertisment

ଭୁବନେଶ୍ୱରରେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୯୭,୩୧୦ ଟଙ୍କା ଥିବାବେଳେ ଆଜି ବୃଦ୍ଧି ପାଇ ୯୭,୫୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ୮୯,୨୦୦ରୁ ବଢି ୮୯,୪୫୦ ଟଙ୍କା ହୋଇଯାଇଛି । ୧୮ କ୍ୟାରେଟ୍ ସୁନା ୨୧୦ ଟଙ୍କା ବଢି ୭୨,୯୮୦ ଟଙ୍କାରୁ ୭୩,୧୯୦ ଟଙ୍କା ରହିଛି । ଏମିତି ଯଦି ଦାମ୍ ବଢିଚାଲେ, ତାହେଲେ ସୁନା ଲକ୍ଷେ ଡେଇଁବା ବେଶୀ ଦୂର ନୁହେଁ ।

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

Advertisment

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Advertisment
Gold Price Gold Rate Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ