Advertisment

ରକେଟ୍ ବେଗରେ ବଢୁଛି ସୁନା ଦର, ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା

ସୁନା ଦରରେ ଲାଗୁନି ରୋକ୍ । ଲଗାତର ବଢ଼ି ଚାଲିଛି । ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
undefined

Gold Price

Advertisment

ପାର୍ବଣରେ ସୁନା କିଣିବାକୁ ମନ କରିଥିବା ଗ୍ରାହକଙ୍କ ପାଇଁ ଏଥର ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ୨ ସପ୍ତାହ ଭିତରେ ଉଭୟ ସୁନା ଓ ରୁପା ଦର ୪ ହଜାର ଟଙ୍କା ଲେଖାଏଁ ବଢ଼ିଗଲାଣି। ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୫୬ ହଜାର ୬୦୦ ଟଙ୍କା ଛୁଇଁଥିବା ବେଳେ ରୁପା କିଲୋ ୭୪ ହଜାରରେ ପହଞ୍ଚିଛି । ବିଶେଷଜ୍ଞ ଆକଳନ କଲେଣି, ଇସ୍ରାଏଲ୍-ହମାସ ଯୁଦ୍ଧ ଲମ୍ବା ଚାଲିଲେ ଦର ଆହୁରି ବଢ଼ିବ। ଏମିତିକି ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ବି ଛୁଇଁପାରେ।

Advertisment

ସୁନା ଦରରେ ଲାଗୁନି ରୋକ୍ । ଲଗାତର ବଢ଼ି ଚାଲିଛି । ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି। ଏପଟେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ଏବେ ୬୨ ହଜାର ଟଙ୍କା ଟପିଗଲାଣି । ଇସ୍ରାଏଲ-ହମାସ୍ ଯୁଦ୍ଧ ପୂର୍ବରୁ ରାଜ୍ୟରେ ସୁନା ଦର୍ ୨ ହଜାର ଟଙ୍କା କମି ବର୍ଷର ସର୍ବନିମ୍ନ ସ୍ତର ଛୁଇଁଥିଲା । ହେଲେ ଯୁଦ୍ଧ ପରଠାରୁ ଉପରମୁହାଁ ସୁନାଦର। ଗହଣା ବ୍ୟବସାୟୀଙ୍କ ମତରେ, ସୁନା ଦର ବୃଦ୍ଧି ପଛରେ ଇସ୍ରାଏଲ-ହମାସ୍ ଯୁଦ୍ଧ ଏକମାତ୍ର କାରଣ ନୁହେଁ । ପାର୍ବଣ ଋତୁ ଚାହିଦା ବି ସୁନା ଦରବୃଦ୍ଧି ପଛର ଅନ୍ୟତମ କାରଣ।

ଏପଟେ ଅର୍ଥନୀତି ବିଶାରଦଙ୍କ ମତରେ, ବିଶ୍ୱରେ ଯୁଦ୍ଧ କିମ୍ବା ଅର୍ଥନୈତିକ ଅସ୍ଥିରତା ଦେଖାଦେଲେ, ସୁନା ଦାମ ବଢ଼ିଥାଏ । କାରଣ ନିବେଶକମାନେ ଷ୍ଟକ୍ ବଜାର ଅପେକ୍ଷା ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମନେ କରନ୍ତି । ଯେହେତୁ ଏବେ ଇସ୍ରାଏଲ-ହମାସ୍ ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ଦେଶ ସାମିଲ ହେବାରେ ଲାଗିଛନ୍ତି, ସୁନା ଦର କମିବାର ଆଶଙ୍କା କମ୍। ସୁନା ଗହଣା ବିଶେଷଜ୍ଞଙ୍କ ମତରେ, ଯୁଦ୍ଧ ସ୍ଥିତି ଏମିତି ଲାଗିରହିଲେ, ୨୪ କ୍ୟାରେଟ୍ ସୁନା ଦାମ ୭୦ ହଜାର ଟଙ୍କା ଛୁଇଁବା ଆଶଙ୍କାକୁ ବି ଏଡ଼ାଯାଇ ନପାରେ। ଖାଲି ସୁନା ନୁହେଁ, ରୁପା ଦାମ ବି ଆକାଶଛୁଆଁ ହେଲାଣି। ଗତ ଦୁଇ ସପ୍ତାହ ଭିତରେ ଏହା କିଲୋ ପିଛା ୪ ହଜାର ଟଙ୍କା ବଢ଼ି ୭୪ ହଜାର ଟଙ୍କାରେ ପହଞ୍ଚିଛି।

Advertisment

Odisha Gold Price Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ