Advertisment

Gold Price Record High: ସର୍ବକାଳୀନ ରେକର୍ଡ: ପ୍ରଥମ ଥର ୧ ଲକ୍ଷ ଟଙ୍କା ଟପିଲା ସୁନା ଦର

ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ୯୨ ହଜାର ୯୦୦ ଟଙ୍କା ହେଲା ୨୨ କ୍ୟାରେଟ ସୁନା । ୨୪ କ୍ୟାରେଟ ସୁନା ୧ ଲକ୍ଷ ୧ ହଜାର ୩୫୦ ଟଙ୍କାରେ ପହଞ୍ଚିଲା ।

ଅଦ୍ୟତନ ହୋଇଛି
Gold Price Record High

Gold Price Record High

Advertisment

ସର୍ବକାଳୀନ ରେକର୍ଡ କଲା ସୁନା । ପ୍ରତିଦିନ ମହଙ୍ଗା ହେଉଛି ସୁନା । ଆଗକୁ ବିବାହ ଥିବାରୁ ସୁନାର ଦାମ୍ ଦେଖି ଛାନିଆ ହେଲେଣି ଗ୍ରାହକ । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ୧ ଲକ୍ଷ ଟଙ୍କା ଟପିଲା ସୁନା ଦର । ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ୯୨ ହଜାର ୯୦୦ ଟଙ୍କା ହେଲା ୨୨ କ୍ୟାରେଟ ସୁନା । ୨୪ କ୍ୟାରେଟ ସୁନା ୧ ଲକ୍ଷ ୧ ହଜାର ୩୫୦ ଟଙ୍କାରେ ପହଞ୍ଚିଲା । 

Advertisment

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୧ ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୨ ହଜାର ୯୦୦ ଟଙ୍କା ହୋଇଛି।

ଅଧିକ ପଢ଼ନ୍ତୁ: କେଉଁ ଦେଶ ପାଖରେ ରହିଛି ସର୍ବାଧିକ ସୁନା ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌...

Advertisment

ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୨୯୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୪,୩୨୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୧୦,୧୩୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୮୧,୦୮୦ ଟଙ୍କା ରହିଛି ।

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

Advertisment

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।

ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ।

ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।

Bhubaneswar Gold Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ