gold price today
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୪ ହଜାର ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍ର(ଜିଏଷ୍ଟି) ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୨ ହଜାର ୧୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୧, ୦୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୬,୧୦୦ ଟଙ୍କା, ୪୧,୪୦୦ ଟଙ୍କା ଓ ୩୩, ୧୦୦ ଟଙ୍କା ରହିଛି ।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୪୧୫ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୫୦(କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ଆଜି ରୂପା ଦର ମଧ୍ୟ ସାମାନ୍ୟ ଦ୍ରାସ ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୧,୧୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us