Advertisment

ଆଜିଠୁ ମହଙ୍ଗା ପାହାଳ ମିଠା, ଛେନାପୋଡ କେଜି ୨୫୦ ବଦଳରେ ୨୮୦ ଟଙ୍କା

କ୍ଷୀର ଓ ଛେନା ଦର ବଢ଼ିବାରୁ ବ୍ୟବସାୟୀ ସଂଘର ନିଷ୍ପତ୍ତି

ଅଦ୍ୟତନ ହୋଇଛି
Pahala Sweet Price Hike

Pahala sweets to get costlier

Advertisment

ଆଜିଠୁ ମହଙ୍ଗା ହେବ ପାହାଳ ରସଗୋଲା । କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡ଼ିଛି । ଫଳରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି । ଛେନା ଦର ବୃଦ୍ଧିକୁ ପ୍ରଥମେ ପାହାଳ ମିଠା ଦୋକାନୀ ବିରୋଧ କରି ଗଲା ୩ ଦିନ ଧରି ଦୋକାନ ବନ୍ଦ ରଖିଥିବା ବେଳେ ଆଜିଠାରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ତେବେ ଦୋକାନ ଖୋଲିବା ସହିତ ନୂତନ ବର୍ଦ୍ଧିତ ଦର ଅନୁସାରେ ମିଠା ବିକ୍ରି କରାଯିବ ବୋଲି ସଂଘ କହିଛି। ନୂତନ ଧାର୍ଯ୍ୟ ଦର ଅନୁସାରେ ଆଉ ଏଣିକି ୫ ଟଙ୍କିଆ ମିଠା ମିଳିବ ନାହିଁ। ଯେଉଁ ରସଗୋଲା ଗୋଟାକୁ ୫ ଟଙ୍କାରେ ମିଳୁଥିଲା ତାହା ଏବେ ୬ଟଙ୍କାରେ ବିକ୍ରି ହେବ। ସେହିପରି ୧୦ ଟଙ୍କିଆ ମିଠା ୧୨ ଟଙ୍କା ଓ ୨୦ ଟଙ୍କିଆ ରସୋଗଲା ୨୫ ଟଙ୍କାରେ ବିକ୍ରିହେବ।

Advertisment

ଅନ୍ୟପଟେ ଛେନାଗଜା କିଲୋ ୨ ଶହ ବଦଳରେ ୨୨୦ ଓ ଛେନାପୋଡ ୨୫୦ ପରିବର୍ତ୍ତେ୨୮୦ ଟଙ୍କାରେ ବିକ୍ରି ହେବ। କ୍ଷୀର, ଛେନା ସହ ଅନ୍ୟାନ୍ୟ କଞ୍ଚାମାଲର ଦର ବୃଦ୍ଧି ପରେ ମିଠା ଦର ବଢାଇବା ଅପରିହାର୍ଯ୍ୟ ବୋଲି ଯୁକ୍ତି ରଖିଛି ମିଠା ବ୍ୟବସାୟୀ ସଂଘ।

ସେହିପରି ବଜାରରେ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ପରେ ମିଠା ଦର ବୃଦ୍ଧିକୁ ଖାଉଟି ସ୍ୱାଭାବିକ ବୋଲି କହିଥିଲେ ବି ଏହା ସେମାନଙ୍କ ପକେଟକୁ ବାଧିବ ବୋଲି ମତ ରଖିଛନ୍ତି। ତେଣୁ ମିଠା କିଣାର ପରିମାଣକୁ ହିଁ କାଣ୍ଟଛାଣ୍ଟ କରିବାକୁ ପଡ଼ିବ ବୋଲି ଅନେକ ଗ୍ରାହକଙ୍କ ମତ ।

Advertisment

ଅନ୍ୟପଟେ ମିଠା ଦର ବଢ଼ିଲେ, ବାଧ୍ୟ ହୋଇ ମିଠା ପ୍ରତି ରୁଚି କମାଇବାକୁ ପଡ଼ିବ ବୋଲି ମତ ରଖିଛନ୍ତି ଆଉ କିଛି ଗ୍ରାହକ । ରାଜ୍ୟର ଅନ୍ୟତମ ପ୍ରମୁଖ ମିଠା ବଜାର ପାହାଳରେ ମିଠା ଦର ବୃଦ୍ଧିକୁ ଗ୍ରାହକ ସହଯୋଗ କରିବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ ।

Sweets Sweets Shop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ