Advertisment

Dry Fish Business: ଉନ୍ନତ ମାନର ଶୁଖୁଆ ବିକ୍ରି କରି ସ୍ବାବଲମ୍ବୀ ହେଉଛନ୍ତି ମହିଳା

ବିନା କେମିକାଲରେ ଶୁଖୁଆ ପ୍ରସ୍ତୁତ କରାଯାଉଥିବାରୁ ଵଜାରରେ ଏହାର ଚାହିଦା ଅଧିକ ରହିଛି। ମାଛକୁ ଭଲ ଭାବରେ ଧୋଇ ଖରାର ଶୁଖାଇ ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ଶୁଭଦ୍ରା ଶକ୍ତି ମେଳାରେ ଶୁଖୁଆ ବିକୁଛନ୍ତି ମହିଳା। ଦାମ କିଲୋପ୍ରତି ୪୦୦ ଟଙ୍କାରୁ ଅଧିକ ରହିଛି।

ଅଦ୍ୟତନ ହୋଇଛି
ଶୁଖୁଆ ବେପାର

ଶୁଖୁଆ ବେପାର

Advertisment

ଶୁଖୁଆ ବେପାର,ଆୟ ଲକ୍ଷେ ପାର। ଓଡ଼ିଆଙ୍କ ପାଇଁଁ ପଖାଳ ସାଙ୍ଗକୁ ଶୁଖୁଆର ମଜା ଟିକେ ଅଲଗା। ଦିନେ ଗରିବ ଲୋକଙ୍କ ଖାଦ୍ୟ ଭାବେ ଗଣା ଯାଉଥିବା ଶୁଖୁଆ ଏବେ ବଡ ବଡିଆଙ୍କ ମଧ୍ୟ ବଡ଼ ବ୍ୟଞ୍ଜନ ପାଲଟିଛି। ବଡ଼ ବଡ଼ ହୋଟେଲ ଆଉ ରେଷ୍ଟୁରାଣ୍ଟରେ ସ୍ଵତନ୍ତ୍ର ମେନୁ ରହିଛି। ତେବେ ଅନ୍ୟ ସ୍ଥାନରେ ମିଳୁଥିବା ଶୁଖୁଆ ଅପେକ୍ଷା ଧାମରା ଶୁଖୁଆ ବେଶ ନିଆରା।

Advertisment

ଗ୍ରାହକଙ୍କ ଚାହିଦା ମୁତାବକ ଶୁଖୁଆ ପ୍ରସ୍ତୁତ କରୁଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା। ଉତ୍ପାଦକ ଗୋଷ୍ଠୀ ଗଠନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଧିନସ୍ଥ ମା ଧାମରାଇ ଶୁଖୁଆ ପ୍ରଡ୍ଯୁସରଙ୍କ ପକ୍ଷରୁ ଉନ୍ନତ ମାନର ଶୁଖୁଆ ପ୍ରସ୍ତୁତ କରା ଯାଉଛି।

ବିନା କେମିକାଲରେ ଶୁଖୁଆ ପ୍ରସ୍ତୁତ କରାଯାଉଥିବାରୁ ଵଜାରରେ ଏହାର ଚାହିଦା ଅଧିକ ରହିଛି। ମାଛକୁ ଭଲ ଭାବରେ ଧୋଇ ଖରାର ଶୁଖାଇ ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ଶୁଭଦ୍ରା ଶକ୍ତି ମେଳାରେ ଶୁଖୁଆ ବିକୁଛନ୍ତି ମହିଳା। ଦାମ କିଲୋପ୍ରତି ୪୦୦ ଟଙ୍କାରୁ ଅଧିକ ରହିଛି। ସ୍ଥାନୀୟ ଅଞ୍ଚଳରେ ମାଛ କିଣି ଶୁଖୁଆ ପ୍ରସ୍ତୁତ କରୁଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା।

Advertisment

ଶୁଭଦ୍ରା ମେଳାର ଭୁବନେଶ୍ବର କୁହନ୍ତି କିମ୍ବା ଭଦ୍ରକ,ଧାମ ନଗର, ବଲାଙ୍ଗୀର, ସମ୍ବଲପୁର, ବରମୁଣ୍ଡା ଆଦି ବିଭିନ୍ନ ମେଳାରେ ଶୁଖୁଆ ବିକ୍ରି କରି ରୋଜଗାର କ୍ଷମ ହୋଇଛନ୍ତି ମହିଳା। ଧାମରା ବନ୍ଦରରେ ଚନ୍ଦିନିପାଳରୁ ମାଛ ସଂଗ୍ରହ କରି ଥାଆନ୍ତି। ଏପରିକି ଶିଳା, ମୁସୁରା,ନାଞ୍ଜି,ପତିରି, ଖଇଙ୍ଗା,ତୁଆଡି,ତେଲ ପାମ୍ପୁଡି, ମୋତି, ଡକରା,କୋକିଳ,ଗୋଗୁଆ, ମନୋହରୀ,ଚାଉଳି, ଇଲିସି,ପଥର ମୁଣ୍ଡି,ଓଳେଇ ଏବଂ ଚିଙ୍ଗୁଡ଼ି ମାଛକୁ ଶୁଖୁଆ କରି ବେଶ୍ ଲାଭବାନ ହେଉଛନ୍ତି। ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବା ଜଣାପଡ଼ିଛି।

ଏହି ଶୁଖୁଆ ବିକ୍ରି କରି ମହିଳାମାନେ ସ୍ବାବଲମ୍ବୀ ହେବା ପରେ ଘରର ବିଭିନ୍ନ ପ୍ରକାର ସୁବିଧା ସହିତ ପିଲାମାନଙ୍କର ପାଠପଢାରେ ମଧ୍ୟ ସହାୟକ ହେଉଛନ୍ତି। ମୁଖ୍ୟତଃ ଏମାନଙ୍କର ସମସ୍ୟା ହେଉଛି ଚନ୍ଦିନିପାଳରୁ ମାଛ ଗୁଡ଼ିକ ଆଣିବା ପରେ ଶୁଖୁଆ ପ୍ରସ୍ତୁତ ପାଇଁଁ ଶୁଖୁଆ ଖଳା ନାହିଁ। ଶୁଖୁଆ ପ୍ରସ୍ତୁତ ପରେ ରଖିବା ପାଇଁଁ କୋୖଣସି ଘର ମଧ୍ୟ ନାହିଁ। ବିଭିନ୍ନ ମେଳାରେ ଶୁଖୁଆ ବିକ୍ରି ପରେ କେମିତି ଅନ ଲାଇନ ମାଧ୍ୟମରେ ଶୁଖୁଆ ବିକ୍ରି ହୋଇପାରିଵ। ଯେମିତି କି ଓଡ଼ିଶାର ନୁହେଁ ସାରା ଭାରତରେ ଅନ ଲାଇନ ମାଧ୍ୟମରେ ଶୁଖୁଆ ବିକ୍ରି ହୋଇପାରିବ, ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

Advertisment

ଏଥିସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି, ଶୁଖୁଆ ରଖିବା ପାଇଁଁ ଘରଟିଏ ନାହିଁ, ଛାତ ଘରର ଆବଶ୍ୟକତା ରହିଛି । ଏବେ ଅନ୍ୟ କାହାର ଛାତ ଉପରେ ଶୁଖୁଆ ରଖୁଛନ୍ତି। ଆଗକୁ କେମିତି ରାଜ୍ୟ ତଥା ଦେଶ ଏବଂ ଆନ୍ତର୍ଜାତିକ ସ୍ତରରେ ଶୁଖୁଆ ବିକ୍ରି ପାଇଁଁ ଅନ ଲାଇନ ସେବାର ଉପଯୋଗ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଅନଲାଇନ ମାଧ୍ୟମରେ ଶୁଖୁଆ ବିକ୍ରି ପାଇଁଁ ମୂଳ ଲକ୍ଷ୍ୟ ରହିଛି। ଯଦି ଏଦିଗରେ ସରକାରୀ ସୁବିଧା ମିଳିବ ଆଗକୁ ମହିଳାମାନେ ଅଧିକ ଲାଭବାନ ହୋଇପାରିବେ।

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

Woman Bhadrak Business Dry Fish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ