Advertisment

Gold Rate Bhubaneswar Today: ସୁନା କିଣିବା ପୂର୍ବରୁ ଜାଣନ୍ତୁ, ଆଜି କେତେ ଅଛି ଦର ?

ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ଏବେ ବି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...

ଅଦ୍ୟତନ ହୋଇଛି
Gold Rate

Gold Rate

Advertisment

ଆକାଶ ଛୁଆଁ ସୁନା ଦର । ଗହଣା ଦୋକାନ ଯିବାକୁ ଡରୁଛନ୍ତି ଗ୍ରାହକ । ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁ କାରଣରୁ ଗତକାଲି ଦାମ୍ ସାମାନ୍ୟ ହ୍ରାସ ପରେ ଯାହା ଥିଲା ସେଇୟା ରହିଛି । ଅର୍ଥାତ୍ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୫୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୫୦ ଟଙ୍କାରେ ବିକ୍ରୟ ହେଉଛି । 

Advertisment

ଗତକାଲି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିଲା । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଥିଲା । କିନ୍ତୁ ଯେଉଁ ହାରରେ ସୁନା ଦାମ୍ ବଢୁଛି, ସେହି ହାରରେ କମୁ ନଥିବାରୁ ସୁନା କିଣିବା କଷ୍ଟକର ହେଉଛି ।

ଏବେ ଚାଲିଛି ବିବାହ ଋତୁ । ଏହି ସମୟରେ ୨୨ କ୍ୟାରେଟ୍ ସୁନା ପାଖାପାଖି ୯୦ ହଜାର ରହିବା କାରଣରୁ ମଧ୍ୟବିତ୍ତ ପରିବାରକୁ ଭାରି ବାଧୁଛି । ଗରିବଙ୍କ କଥା ତ ନକହିବା ଭଲ । ବାହାଘରରେ ସୁନା କିଣିବା ଜୀବନଯାକର ସଞ୍ଚିତ ପୁଞ୍ଜି ଲଗାଇବା କରିବା ଭଳି ହେଉଛି । ଖାସ୍ ଏଥିପାଇଁ ବିବାହ, ଜନ୍ମଦିନ ଆଦିରେ ସମ୍ପର୍କୀୟଙ୍କୁ ସୁନା ଗହଣା ଉପହାର ଦେବାକୁ ପଛାଉଛନ୍ତି ଲୋକେ ।

Advertisment

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା...

ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ଲାଗି ରହିଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ । ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ । ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

Advertisment

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Bhubaneswar Gold Price Gold Rate Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ