Advertisment

Rapido:ଲୋକଙ୍କୁ ପଇସା ଫେରାଇବ ରାପିଡୋ ! ପଡିଲା ୧୦ ଲକ୍ଷର ଫାଇନ

ଲୋକଙ୍କୁ ଭୂଆଁ ବୁଲାଉଥିଲା ରାପିଡୋ, ପଡିଲା ୧୦ ଲକ୍ଷର ଫାଇନ । ପୂରା ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ ।ଲୋକଙ୍କ ପଇସା ବି ଫେରାଇବ । ଯଦି ଆପଣ ବି ଯିବାଆସିବା ପାଇଁ ରାପିଡୋ ବୁକ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଖବର । ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି (CCPA) ରାଇଡ୍ ହେଲିଂ ପ୍ଲାଟଫର୍ମ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।

rapido

rapido

Advertisment

ଲୋକଙ୍କୁ ଭୂଆଁ ବୁଲାଉଥିଲା ରାପିଡୋ, ପଡିଲା ୧୦ ଲକ୍ଷର ଫାଇନ...ପୂରା ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ, ଲୋକଙ୍କ ପଇସା ବି ଫେରାଇବ...ଯଦି ଆପଣ ବି ଯିବାଆସିବା ପାଇଁ ରାପିଡୋ ବୁକ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଖବର ।

Advertisment

ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି (CCPA) ରାଇଡ୍ ହେଲିଂ ପ୍ଲାଟଫର୍ମ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ବିଭ୍ରାନ୍ତିକର ଓ ଅନୁଚିତ୍ ବିଜ୍ଞାପନ ପାଇଁ ‌ଏହି ଫାଇନ୍ ପଡିଛି ରାପିଡୋ ଉପରେ ।

'ଗ୍ୟାରେଣ୍ଟେଡ୍ ଅଟୋ' ଏବଂ 'ଅଟୋ ଇନ ୫ ମିନିଟ୍ ଅର୍ ଗେଟ୍ ରୁପିଜ ୫୦' ଭଳି ବିଭ୍ରାନ୍ତିକାରୀ ବିଜ୍ଞାପନ ଚଲାଇଥିଲା ରାପିଡୋ । ଅର୍ଥାତ୍ ୫ ମିନିଟ୍‌ରେ ଅଟୋ ପହଞ୍ଚିବ ନହେଲେ ୫୦ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା । ଉପଭୋକ୍ତାଙ୍କୁ ଏପରି ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଇଥିଲା ରାପିଡୋ । ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ବିଭ୍ରାନ୍ତକାରୀ ଥିଲା ବୋଲି କହିଛି CCPA ।

Advertisment

ତେଣୁ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି । ଏହାସହ ଯେଉଁ ଉପଭୋକ୍ତା ୫୦ ଟଙ୍କା ପାଇବାକୁ ଯୋଗ୍ୟ, ତାଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛି ।

ତେବେ ରାପିଡୋର ଏହି ବିଭ୍ରାନ୍ତକାରୀ ବିଜ୍ଞାପନ ୧୨୦ରୁ ଅଧିକ ସହରରେ ବିଭିନ୍ନ ଭାଷାରେ ୫୪୮ ଦିନ ଯାଏ ଚାଲିଥିବା କହିଛି CCPA ।

Advertisment
Fine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ