Advertisment

Share Market Down: ୫ ଦିନରେ ୨୩ ଲକ୍ଷ କୋଟି କ୍ଷତି !

ବିଭିନ୍ନ କମ୍ପାନିଗୁଡ଼ିକର ଦ୍ୱିତୀୟ ତ୍ରୈମାସିକ କାରବାର ଦୁର୍ବଳ ରହିଛି । ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ପଡ଼ିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Share Market

ଭାରତୀୟ ସେୟାର ବଜାରରେ ଭୂକମ୍ପ

ଭାରତୀୟ ସେୟାର ବଜାରରେ ଭୂକମ୍ପ। ଧରାଶାୟୀ ହେଲା ସେୟାର ବଜାର । ଦୁଇ ଦିନରେ ନିବେଶକଙ୍କ ବୁଡିଲାଣି ୧୩ ଲକ୍ଷ କୋଟି ଟଙ୍କା। ଗତ ୫ ଦିନରେ ୨୩ ଲକ୍ଷ କୋଟି ଟଙ୍କା ହରାଇସାରିଲେଣି ନିବେଶକ। ଆଜି ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୯୮୪ ପଏଣ୍ଟ ହ୍ରାସ ପାଇଛି। ଫଳରେ ସେନସେକ୍ସ ଆଜି ୭୭ ହଜାର ୬୯୦ ପଏଣ୍ଟରେ କାରବାର ଶେଷ କରିଛି। ବିଗତ ୪ ମାସରେ ଏହା ସର୍ବନିମ୍ନ। ଗତ କିଛି ଦିନ ଧରି ଷ୍ଟକ୍ ମାର୍କେଟରେ ଅସ୍ଥିରତା ଦେଖାଦେଇଛି।

Advertisment

ଗତକାଲି ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ସେନସେକ୍ସ ୮୨୧ ପଏଣ୍ଟ ତଳକୁ ଖସିଥିଲା। ଗତକାଲି ନିବେଶକମାନଙ୍କ ୫.୭୬ ଲକ୍ଷ କୋଟି ଟଙ୍କା ଡୁବିଯାଇଥିଲା। ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ କ୍ରମାଗତ ଭାବେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ବିଭିନ୍ନ କମ୍ପାନିଗୁଡ଼ିକର ଦ୍ୱିତୀୟ ତ୍ରୈମାସିକ କାରବାର ଦୁର୍ବଳ ରହିଛି। ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ଭାରତୀୟ ଷ୍ଟକ ଉପରେ ପଡିଛି। ଏହି ସବୁ କାରଣ ନିବେଶକମାନଙ୍କ ଚିନ୍ତା ବଢାଇଛି।

ଅନ୍ୟପଟେଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ଡଲାର ତୁଳନାରେ ରେକର୍ଡ ନିମ୍ନସ୍ତର ୮୪.୩୯ରେ ପହଞ୍ଚିଲାଣି ଟଙ୍କା । ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଓ ଏଫପିଆଇ (ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ) ପ୍ରଭାବିତ ହୋଇଥିବା କାରଣରୁ ଏପରି ହୋଇଥିବାର ଚର୍ଚ୍ଚା ହେଉଛି । ଗତ ସୋମବାର ଦିନ ଟଙ୍କାର ମୂଲ୍ୟ ରେକର୍ଡ ନିମ୍ନରେ ପହଞ୍ଚିଛି । ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ବିଜୟ ଲାଭ କରିବା ଓ ନିବେଶକମାନଙ୍କ ଦ୍ୱାରା ବିକ୍ରି ବଢୁଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି । ଇଣ୍ଟର ବ୍ୟାଙ୍କ ଫୋରେକ୍ସ ମାର୍କେଟରେ ଟଙ୍କା ସୋମବାର ଦିନ ୮୪.୩୯ରେ ବନ୍ଦ ହୋଇଥିଲା । ଗତ ଶୁକ୍ରବାର ତୁଳନାରେ ଏହା ସାମାନ୍ୟ ଦୁର୍ବଳ ଥିଲା । ଶୁକ୍ରବାର ଦିନ ଏହା ଥିଲା ୮୪.୩୮ ।

Advertisment

ଫୋରେକ୍ସ ମାର୍କେଟରେ ସ୍ଥିରତା ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶା ପ୍ରକାଶ କରୁଛନ୍ତି । ଏହା ଦ୍ୱାରା ଟଙ୍କାର ହ୍ରାସରେ ରୋକ୍ ଲାଗିପାରିବ । ରିଜର୍ଭ ବ୍ୟାଙ୍କର ଆଭିମୁଖ୍ୟ ସଂପର୍କରେ କିଛି ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ ମାର୍କେଟରେ ଅନ୍ୟ ମୁଦ୍ରା ତୁଳନାରେ ଟଙ୍କାକୁ କିଛି ସପୋର୍ଟ ଦେଇପାରେ । ସାମଗ୍ରୀକ ଭାବେ ଡଲାରର ଶକ୍ତି ବୃଦ୍ଧି ଡଲାର ଇଣ୍ଡେକ୍ସରେ ସ୍ପଷ୍ଟ ଭାବେ ଜଣାପଡୁଛି । ଏହି ଡଲାର ଇଣ୍ଡେକ୍ସ ହିଁ ଅନ୍ୟ ୬ଟି ମୁଦ୍ରା ତୁଳନାରେ ଡଲାରର ମୂଲ୍ୟାୟନ କରିଥାଏ । ଏହି ଡଲାର ଇଣ୍ଡେକ୍ସ ଗତ ସୋମବାର ଦିନ .୫୬ ପ୍ରତିଶତ ବଢି ୧୦୫.୫୮ରେ ପହଞ୍ଚିଛି । ଏ ବର୍ଷ ଏହା ୪.୨୦ ପ୍ରତିଶତ ବଢିଛି ।

ଅନ୍ୟ ଏକ ବଡ କାରଣ ହେଲା ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ବିକ୍ରି ଜାରି ରହିଛି । ଗତ ସୋମବାର ୨୩୦୬ କୋଟି ଟଙ୍କାର ଫରେନ୍ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ହୋଇଛି । ନଭେମ୍ୱର ସୁଦ୍ଧା ମୋଟ ବିକ୍ରି ପାଖାପାଖି ୨.୮୦ ବିଲିଅନ୍ ରେ ପହଞ୍ଚିଛି । ଗତ ଅକ୍ଟୋବର ମାସରେ ଏହି ଏଫପିଆଇ ଶେୟାର୍ ବିକ୍ରି ୧୧.୧୯ ବିଲିଅନ୍ ଥିଲା । ଯଦି ଏଫପିଆଇ ବିକ୍ରି ମନ୍ଥର ହେବ, ତେବେ ଟଙ୍କା ଉପରୁ ଚାପ କମିଯିବ । ଏବେ ଟ୍ରେଡର୍ସମାନେ ଉଭୟ ଆମେରିକା ଓ ଭାରତର ମୁଦ୍ରାସ୍ଫୀତି ତଥ୍ୟ ଉପରେ ନଜର ରଖିଛନ୍ତି ।

ଅର୍ଥନୀତି ବିଶାରଦମାନେ ଆଶା କରୁଛନ୍ତି ଯେ, କିଛି ଦିନ ପାଇଁ ଟଙ୍କା ଦୁର୍ବଳ ରହିବ । ରିଜର୍ଭ ବ୍ୟାଙ୍କର ପଦକ୍ଷେପ ପୁଣି ଟଙ୍କାକୁ ଶକ୍ତିଶାଳୀ କରାଇବ । ସରକାରୀ ବ୍ୟାଙ୍କ ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡଲାର୍ ବିକ୍ରି କରୁଛି । କିନ୍ତୁ ଏହା କେତେ ପରିମାଣର ବିକ୍ରି ହେଉଛି ତାହା ସଠିକ ଭାବେ ଜଣାପଡିନି । କିନ୍ତୁ ମାର୍କେଟରେ ଟଙ୍କା ଭଲ ପ୍ରଦର୍ଶନ କରିବା ପାଇଁ ଏହା ସହାୟକ ହେଉଛି । ଏହା ସତ୍ତ୍ୱେ ଏହି ପନ୍ଥା ଭାରତର ଫରେନ୍ ଏକ୍ସଚେଞ୍ଜ୍ ରିଜର୍ଭକୁ କମାଉଛି ।

Equity Loss Share Market
Advertisment
Advertisment