iPhone 16 ଲଞ୍ଚ: ଶୁକ୍ରବାର ପରିବର୍ତ୍ତେ ସୋମବାରକୁ କାହିଁକି ବାଛିଲା କମ୍ପାନୀ ?

ଭାରତରେ ଲଞ୍ଚ ହେଲା iPhone 16 ଓ iPhone 16 Plus। ପ୍ରଥମ ଥର ପାଇଁ ଶୁକ୍ରବାର ପରିବର୍ତ୍ତେ ଆପଲ୍‌ ସୋମବାର ଲଞ୍ଚିଂ ଇଭେଣ୍ଚ ରଖିଛି। ଏହି ଐତିହାସିକ ପରିବର୍ତ୍ତନ ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା।

iPhone 16

ଭାରତରେ ଲଞ୍ଚ ହେଲା iPhone 16 ଓ iPhone 16 Plus। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ୍‌ ୱାଚ୍‌ ସିରିଜ୍ ୧୦ବି ଲଞ୍ଚ କରିଛି।  ନୂଆ iPhone 16 ମଡେଲ୍ ସଂପୂର୍ଣ୍ଣ ନୂଆ A18 ଚିପ୍‌ ସେଟ୍ ଭଳି କାମ କରିବ। ଏଥିରେ ନୂଆ ଫିଚର ବଟନ୍‌ ବି ସାମିଲ୍ କରାଯାଇଛି। ତେବେ ଶୁକ୍ରବାର ପରିବର୍ତ୍ତେ ପ୍ରଥମ ଥର ପାଇଁ ଆପଲ୍‌ ସୋମବାର ଲଞ୍ଚିଂ ଇଭେଣ୍ଚ ରଖିଛି। ଏହି ଐତିହାସିକ ପରିବର୍ତ୍ତନ ପଛରେ କଣ ରହିଛି କାଣ ଆସନ୍ତୁ ଜାଣିବା।

iPhone 16 ଓ iPhone 16 Plusର ଦାମ୍‌ କେତେ ?

ଆପଲ୍‌ iPhone 16ର ୧୨୮ ଜିବି ବେସ୍‌ର ଦାମ୍‌ ପ୍ରାୟ ୬୭ହଜାର ଟଙ୍କା ରହିଛି। ସେହିପରି ୨୫୬ ଜିବି ଓ ୫୧୨ ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟ ବି ପ୍ରଦର୍ଶିତ କରିଛି। iPhone 16 Plusର ବେସ୍‌ ୧୨୮ଜିବି ଭାରିଆଣ୍ଟର ଦାମ୍ ୭୫୫୦୦ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ଭି ବେନିଲା ମଡେଲ୍‌ ସହ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଉପଲବ୍ଧ ରହିଛି। ଏହି ନୂଆ ମଡେଲ୍‌କୁ ଆସନ୍ତା ୧୩ ସେପ୍ଟେମ୍ୱରରୁ ଆଗୁଆ ଅର୍ଡର କରିପାରିବେ ଯାହାର ସେଲ୍ ୨୦ ସେପେମ୍ୱରରୁ ଆରମ୍ଭ ହେବ।

iPhone 16 ଓ iPhone 16 Plusର ନୂଆ ଫିଚରର୍ସ

iPhone 16 ଓ iPhone 16 Plus ଉଭୟ iOS 18 ରେ ଚାଲିଥାଏ। ଏଥିରେ A18 ଚିପ୍‌ ରହିଛି। ଏହା iPhone 15 ତୁଳନାରେ ୩୦ପ୍ରତିଶତ ଅଧିକ ଚାଲିବ। iPhone 15ରେ ବାୟୋନିକ୍ ଚିପ୍‌ର ବ୍ୟବହାର କରାଯାଇଥିଲା। ତେବେ ଏହି ନୂଆ ଚିପ୍‌କୁ 3nm ପ୍ରକ୍ରିୟାକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି।

ଡିସପ୍ଲେ ଓ ପରଫରମାନ୍ସ

iPhone 16 ରେ 6.1ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ଯାହାକି ଆପଲର ସିରେମିକ୍ ସିଲ୍ଡ ପ୍ରୋଟେକ୍ସନ, ଡାଏନାମିକ୍ ଆଇଲ୍ୟାଣ୍ଡ ଓ ୨୦୦୦ ନିଟ୍‌ସ୍‌ ପର୍ଯ୍ୟନ୍ତ ପିକ୍‌ ବ୍ରାଇଟେନ୍ସ ଲେବଲର ସପୋର୍ଟ କରିପାରେ। ସେହିପରି ଓ iPhone 16 Plusରେ ବଡ଼ 6.7ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ଯାହା ବେନିଲା ମଡେଲ୍‌ର ସମାନ ଡିସପ୍ଲେ ଫିଚର୍ସ ସହ ଆସୁଛି।

କେବଳ ସେତିକି ନୁହେଁ, ଡିସପ୍ଲେ ଛଡ଼ା ପ୍ଲସ ମଡେଲର ଅନ୍ୟ ସହୁ ସ୍ପେସିଫିକେସନ୍‌ ବେନିଲା ମଡେଲ୍‌ ସହ ସମାନ ରହିଛି। ଏଥିରେ କମ୍ପାନୀ ଦ୍ୱାରା ଏଆଇ ସିଷ୍ଟମକୁ ସାମିଲ କରାଯାଇଛି। iPhone 16 ମଡେଲ୍ AAA ଗେମ୍ସକୁ ସପୋର୍ଟ କରିଥାଏ। ଯାହା ପୂର୍ବରୁ କେବଳ iPhone 15 Pro ରେ ହିଁ ଉପଲବ୍ଧ ଥିଲା।

କ୍ୟାମେରା

iPhone 16 Plus ରେ iPhone 16 ଭଳି କ୍ୟାମେରା ରହିଛି। ପ୍ରାଇମେରି ସେନସର 2x ଇନ୍‌-ସେନସର୍ ଜୁମ ସହ ୪୮ ମେଗାପିକ୍ସେଲ ଓ ସେକେଣ୍ଡାରି କ୍ୟାମେରାରେ ୧୨ମେଗାପିକ୍ସେଲର ଅଲ୍ଟ୍ରା ୱାଇଡ୍ ଲେନ୍ସ ସହ ଯୋଡା ଯାଇଛି।

ବ୍ୟାଟେରି କ୍ଷମତା କଣ ରହିଛି ?

ଆପଲ୍ iPhone 16 Plus ର ବ୍ୟାଟେରି ପରଫରମାନ୍ସ ନେଇ ସଠିକ ସୂଚନ ଦେଇନି। ମାତ୍ର iPhone 16 Plus ୨୭ଘଣ୍ଟାର ଭିଡିଓ ପ୍ଲେବ୍ୟାକ୍ ଓ ୧୦୦ଘଣ୍ଟା ଯାଏ ଅଡିଓ ପ୍ଲେବ୍ୟାକ୍ ରହିବା ନେଇ କମ୍ପାନୀ ଦାବି କରିଛି। iPhone 16 ୩୫୬୧mAh ବ୍ୟାଟେରି ସହ ଉପଲବ୍ଧ ହୋଇଛି।

iPhone 16 କେଉଁ ରଂଗରେ ଆସୁଛି ?

iPhone 16 ପ୍ରୋମାକ୍ସ ୪ଟି ରଂଗରେ ଉପଲବ୍ଧ। ବ୍ଲାକ୍ ଟାଇଟାନିୟମ, ଡିଜର୍ଟ ଟାଇଟାନିୟମ, ନାଚୁରାଲ୍ ଟାଇଟାନିୟମ ଓ ହ୍ୱାଇଟ୍ ଟାଇଟାନିୟମରେ ଗ୍ରାହକ ଏହାକୁ ପାଇବେ।

ଶୁକ୍ରବାର ପରିବର୍ତ୍ତେ ସୋମବାର କାହିଁକି ?

ଏହି ଐତିହାସିକ ପରିବର୍ତ୍ତନ ପଛର ମୁଖ୍ୟ କାରଣ ହେଉଛି ଏକ କୋର୍ଟ ମାମଲା । ଆପଲ୍ ଏବଂ ଆୟର୍ଲାଣ୍ଡ ମିଳିତ ଭାବେ ୨୦୦୪ ଏବଂ ୨୦୧୪ ମଧ୍ୟରେ ୧୦୦ ବିଲିୟନ ଡଲାରରୁ ଅଧିକ ଟିକସ ଫାଙ୍କିବା ପାଇଁ ଏକାଠି କାମ କରିଥିଲେ।ଏହି ମାମଲା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ଏହା ପରେ ଜରିମାନା ଲାଗୁ କରାଯାଇଥିଲା । ମାତ୍ର ଏହାର ଶୁଣାଣି ସେପ୍ଟେମ୍ୱର ୧୦ରେ ଅଛି । ଯଦି ଏହା ଆପଲ୍‌ ବିପକ୍ଷରେ ଯାଏ ତେବେ ଏହା ବିକ୍ରି ଉପରେ ପ୍ରଭାବ ପକାଇପାରେ। ତେଣୁ କମ୍ପାନୀ ପକ୍ଷରୁ ସୋମବାର କାର୍ୟ୍ୟକ୍ରମ ରଖାଯାଇଥିଲା।

ଆପଲ୍ iPhone 16 ସିରିଜର ଲଞ୍ଚ ତାରିଖ ପରିବର୍ତ୍ତନ କରିବାର ଆଉ ଏକ କାରଣ ଅଛି । ବାସ୍ତବରେ, ଆମେରିକାର ପ୍ରଥମ ରାଷ୍ଟ୍ରପତି ବିତର୍କ ସେପ୍ଟେମ୍ବର ୧୦ରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା କମଲା ହାରିସ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବ । ଏଭଳି ପରିସ୍ଥିତିରେ ଆପଲ୍ ଲଞ୍ଚ ଇଭେଣ୍ଟ କମ୍ ମିଡିଆ କଭରେଜ୍ ପାଇଥାନ୍ତା । ତେଣୁ କମ୍ପାନୀ ସେପ୍ଟେମ୍ବର ୯କୁ ଲଞ୍ଚ ତାରିଖ ଭାବରେ ବାଛିଲା ।