ଜିଓ ପରେ ଏୟାରଟେଲ୍‌ ମଧ୍ୟ ଦେଲା ବଡ଼ ଝଟ୍‌କା

ଆଗକୁ ଏହି ଟେଲିକମ୍‌ ସ୍ପେକଟ୍ରମ୍‌ କ୍ଷେତ୍ରରେ ଅଧିକ ନିବେଶ ହେବ ବୋଲି ମଧ୍ୟ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଯାହାଦ୍ୱାରା ଲୋକଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ । 

Airtel

ଜିଓ ପରେ ଏୟାରଟେଲ୍‌ ମଧ୍ୟ ଦେଲା ବଡ଼ ଝଟ୍‌କା । ଏୟାରଟେଲ୍‌ ଗ୍ରାହକଙ୍କୁ ଏବେ ୨୦ ପ୍ରତିଶତ ଅର୍ଥ ଅଧିକ ଦେବାକୁ ହେବ । ଶୁକ୍ରବାର ଏନେଇ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ଜୁଲାଇ ୩ ତାରିଖରୁ ଏହି ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ ହେବ । ଗୋଟିଏ ପଟେ ଜିଓ ୨୨ ପ୍ରତିଶତ ଦର ବୃଦ୍ଧି କରିଥିବା ବେଳେ ଏୟାରଟେଲ ୨୦ ପ୍ରତିଶତ ଦର ବୃଦ୍ଧି କରିଛି । ଏୟାରଟେଲ୍ ତାର ଉଭୟ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ଦର ବୃଦ୍ଧି କରିଛି । ଯାହାଦ୍ୱାରା ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ଭାଳେଣୀ ପଡ଼ିଛି ।

ଖାଲି କଲିଂ ପ୍ଲାନ୍‌ ନୁହେଁ ଡାଟା ପ୍ଲାନ୍‌ର ଦର ମଧ୍ୟ ବୃଦ୍ଧି କରିଛି ଏୟାରଟେଲ୍ । ସଂସ୍ଥା ପକ୍ଷରୁ କୁହାଯାଇଛି ARPU ଆଧାରରେ ଏହି ଦର ବୃଦ୍ଧି କରାଯାଇଛି । ARPU ୩୦୦ ଟଙ୍କା ଉପରକୁ ଯିବାରୁ କଲ ଏବଂ ଡାଟା ପ୍ଲାନ୍ ଦର ବୃଦ୍ଧି ଘଟିଛି । ଆଗକୁ ଏହି ଟେଲିକମ୍‌ ସ୍ପେକଟ୍ରମ୍‌ କ୍ଷେତ୍ରରେ ଅଧିକ ନିବେଶ ହେବ ବୋଲି ମଧ୍ୟ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଯାହାଦ୍ୱାରା ଲୋକଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ । 

ତେବେ ତଳେ ଦିଆଯାଇଥିବା ତାଲିକା ଉପରେ ନଜର ପକାନ୍ତୁ ଆଉ ଦେଖନ୍ତୁ କେଉଁ ପ୍ଲାନ୍‌ କେତେ ଟଙ୍କା ବୃଦ୍ଧି ପାଇଛି ।

Airtel Tariff Plan