Advertisment

AIRTEL-BSNL-JIO; ଓଡ଼ିଶାରେ କାହାର ଗ୍ରାହକ କେତେ ?

୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସରକୁ ସର୍ବଭାରତୀୟ ସ୍ତରର ଘରୋଇ ମନୋରଞ୍ଜନ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ।

ଅଦ୍ୟତନ ହୋଇଛି
Telecom News

Telecom News

Advertisment

ଓଡ଼ିଶାରେ କାହାର ପଲ୍ଲା ଭାରି ? କେଉଁ ନେଟ୍‌ୱର୍କକୁ ଲୋକେ କରୁଛନ୍ତି ଅଧିକ ପସନ୍ଦ ? ଏୟାରଟେଲ, ଜିଓ ନା ବିଏସ୍‌ଏନ୍‌ଲ ନା ଭୋଡ଼ାଫୋନ୍‌ ଆଇଡିଆ ? ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ । ଏନେଇ ଟ୍ରାଇ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଓଡ଼ିଶାରେ ଜିଓ ନେଟ୍‌ୱର୍କର ସବୁଠାରୁ ଅଧିକ ଗ୍ରାହକ । ଟ୍ରାଇ ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୪ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ମୋବାଇଲ୍ ଗ୍ରାହକ ଯୋଡିଛି। ଏହା ସହିତ, ୨୦୨୪ ଜୁନ ୩୦ ସୁଦ୍ଧା ଓଡିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୫୭ କୋଟି ଅତିକ୍ରମ କରିଛି।

Advertisment

ଟ୍ରାଇ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ଜୁନ୍ ମାସରେ ରାଜ୍ୟରେ ଟେଲିକମ ଶିଳ୍ପରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୨.୯୭ ଲକ୍ଷ ବୃଦ୍ଧି ସହିତ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩.୪୨ କୋଟିରେ ପହଂଚିଛି। ଏହି ସମୟରେ ଉଭୟ ବିଏସଏନଏଲ ଏବଂ ଭୋଡାଫୋନ ଆଇଡ଼ିଆ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୱାୟାରଲାଇନ୍ ସେଗମେଣ୍ଟରେ ମଧ୍ୟ ଜିଓ ଓଡିଶାରେ ଏକ ନମ୍ବର । ୩ ଲକ୍ଷ ୱାୟାରଲାଇନ୍ ଗ୍ରାହକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିବାରେ ରାଜ୍ୟର ପ୍ରଥମ ତଥା ଏକମାତ୍ର ସେବା ପ୍ରଦାନକାରୀ ସଂସ୍ଥା ଜିଓ । ଓଡିଶାରେ ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ଏହାର ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସେବା ମାଧ୍ୟମରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱ ସ୍ତରୀୟ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସହିତ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଓ ପରିସରକୁ ସଂଯୋଗ କରିଛି।

Advertisment

ଓଡିଶା ଟେଲିକମ ବଜାରରେ ୪୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨ ପ୍ରତିଶତ ରାଜସ୍ୱ ବଜାର ଅଂଶ ସହିତ ରିଲାଏନ୍ସ ଜିଓ ରାଜ୍ୟର ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇପାରିଛି। ରାଜ୍ୟରେ ଜିଓ ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ଏବଂ କ୍ରମାଗତ ବୃଦ୍ଧି ପଛରେ ରହିଛି ଏହାର ବ୍ୟାପକ ଏବଂ ସର୍ବବୃହତ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି।

Reliance Jio
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ