Advertisment

ବଢୁଛି ଏସିର ଚାହିଦା; ଚଳିତ ବର୍ଷ ବିକ୍ରିରେ ହୋଇପାରେ ନୂଆ ରେକର୍ଡ...

ଚଳିତ ବର୍ଷ ରେକର୍ଡ ପରେ ରେକର୍ଡ ଛୁଇଁଛି ତାପମାତ୍ରା । ଯାହାଫଳରେ ଏସିର ବିକ୍ରି ମଧ୍ୟ ବଢିବାରେ ଲାଗିଛି। ଏହି କାରଣରୁ ଚଳିତ ବର୍ଷ ଏସି ବିକ୍ରିରେ ମଧ୍ୟ ରେକର୍ଡ ହୋଇପାରେ।

ଅଦ୍ୟତନ ହୋଇଛି
AC sales May Touch Record  Of 14 mn Units

AC sales

Advertisment

ଆକାଶରୁ ବର୍ଷା ହେଉଛି ଅଗ୍ନି । ଚଳିତ ବର୍ଷ ରେକର୍ଡ ପରେ ରେକର୍ଡ ଛୁଇଁଛି ତାପମାତ୍ରା । ଯାହାଫଳରେ ଏସିର ବିକ୍ରି ମଧ୍ୟ ବଢିବାରେ ଲାଗିଛି । ଏହି କାରଣରୁ ଚଳିତ ବର୍ଷ ଏସି ବିକ୍ରିରେ ମଧ୍ୟ ରେକର୍ଡ ହୋଇପାରେ । ଏହି ବର୍ଷ ୧.୪ କୋଟି ଏସି ୟୁନିଟ୍ ବିକ୍ରି ହେବାରେ ମଧ୍ୟ ସମ୍ଭାବନା ରହିଛି ।

Advertisment

ଗ୍ରାହକ ଇଲେକ୍ଟ୍ରୋନିକ୍ସ ଏବଂ ଆପ୍ଲାଏନ୍ସ ଉତ୍ପାଦକ ସଂଘ (CEAMA) ସଭାପତି ସୁନୀଲ ଭାଚାନି କହିଛନ୍ତି ଯେ ଏସି ବିକ୍ରିରେ ମେ ମାସରେ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଖରା ସିଜିନ୍‌ରେ ଏସି ବିକ୍ରିରେ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ଗରମକୁ ବାଏ ବାଏ, ଏବେ ଦେହରେ ଲାଗିବ ଏସି

ଭାଚାନି କହିଛନ୍ତି ଯେ ବଢୁଥିବା ତାପମାତ୍ରା ଏବଂ ଗରମ ପାଇଁ ବର୍ତ୍ତମାନ ସହରାଞ୍ଚଳରେ ଏସିଗୁଡ଼ିକୁ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି । ଭାରତୀୟ ଶକ୍ତି ବଜାର ମଧ୍ୟ ସ୍ୱଳ୍ପ ଶକ୍ତି ବ୍ୟବହାର ମଡେଲ ସାହାଯ୍ୟରେ ବଢୁଛି, ଯାହା ସମସ୍ତ ଆୟ ବର୍ଗ ପାଇଁ ଉପଯୁକ୍ତ ହୋଇପାରିଛି । ଭାଚାନି କହିଛନ୍ତି ଯେ ବଜାରର ଚାହିଦା ହେତୁ ଆମେ ବାର୍ଷିକ ବିକ୍ରୟ ପରିମାଣ ପ୍ରାୟ ୧୪ ନିୟୁତ ୟୁନିଟ୍ ହେବ ବୋଲି ଆଶା କରୁଛୁ ।

Advertisment

ଭାରତୀୟ ଆବାସିକ ଏସି ବଜାର ବିକ୍ରି ପାଖାପାଖି ୧.୦ ରୁ ୧.୧୧ କୋଟି ୟୁନିଟ୍ ହେବ ବୋଲି ଆଶା କରାଯାଉଛି । ଏଥିରେ ଭୋଲ୍ଟାସ୍, ଏଲଜି, ହିଟାଚି ଜନ୍‌ସନ୍‌,  ପାନାସୋନିକ୍, ଡାଏକିନ୍ ଏବଂ ଗୋଡ୍ରେଜ୍ ଭଳି ବ୍ରାଣ୍ଡ ଅନ୍ତର୍ଭୁକ୍ତ ରହିଛି । ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁ ଥିଲା । ଯାହାକି ସାରା ଦେଶରେ ସର୍ବାଧିକ ତାପମାତ୍ର ଭାବେ ରେକର୍ଡ ସୃଷ୍ଟି କରିଥିଲା । ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରେର୍ଡ ଆଲର୍ଟ ଜାରି ମଧ୍ୟ କରାଯାଇଥିଲା । 

Business
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ