Advertisment

VIP ଙ୍କୁ ରାମନବମୀରେ ନୋ ଏଣ୍ଟ୍ରି ! ଏହି ତାରିଖ ପରେ କରିବେ ରାମଲାଲାଙ୍କ ଦର୍ଶନ..ନଚେତ୍‌..

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍‌ ଲଗାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Ayodhya Ram Mandir VIP entry Closed

Ayodhya Ram Mandir

ରାମନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ। ଆଲୋକମାଳାରେ ସୁସଜ୍ଜିତ ରାମ ମନ୍ଦିର। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍‌ ଲଗାଯାଇଛି। VIP ବ୍ୟକ୍ତି ବିଶେଷଙ୍କୁ ରାମନବମୀ ପରେ ଅର୍ଥାତ ଏପ୍ରିଲ ୧୯ ପରେ ଆସିବାକୁ ଅନୁରୋଧ କରାଯାଇଛି। ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ଚମ୍ପତ ରାଏ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Advertisment

ଶ୍ରୀ ଚମ୍ପତ ରାଏ କହିଛନ୍ତି, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି ଭିଡ଼ରୁ ଦୂରରେ ରହିବା ପାଇଁ ଏପ୍ରିଲ ୧୯ ପରେ ଆସନ୍ତୁ। ଯଦି ସେମାନେ ରାମନବମୀରେ ଆସିବାକୁ ଇଚ୍ଛୁକ, ତେବେ ତାଙ୍କୁ ସାଧାରଣ ଲୋକଙ୍କ ଭଳି ପ୍ରୋଟୋକଲ୍‌ ମାନି ଲାଇନ୍‌ରେ ଆସିବାକୁ ପଡ଼ିବ। ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ, ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ

Advertisment

ରାମନବମୀ ଦିନ ମନ୍ଦିର ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଭୋର୍‌ ୩.୩୦ ରୁ ଦ୍ୱାର ଖୋଲା ହେବ। ଦିନ ସାରା ସମସ୍ତ ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲା ରହିବ। କେବଳ ପ୍ରଭୁଙ୍କ ଭୋଗ ଓ ବସ୍ତ୍ର ପରିଧାନ ସମୟରେ ପହଡ଼ ପଡ଼ିବ। ରାତି ୧୧ଟା ପରେ ମନ୍ଦିର ଦର୍ଶନ ବନ୍ଦ କରାଯିବ। ଶେଷ ଆଳତୀ ପରେ ପ୍ରଭୁଙ୍କ ପହଡ଼ ପଡ଼ିବ।

ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ। ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ। ଅପେକ୍ଷା.. ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ। ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ- ରାମ ନବମୀ। ୧୭ ତାରିଖ ଠିକ୍ ଦିନ ୧୨ଟାରେ ପ୍ରକଟ ହେବେ ରାମଲାଲା।

ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିବ ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଝଲସି ଉଠିବ ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇବ।

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ। ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଦଳ। ବିଗ୍ରହକୁ ଚାଦର ଘୋଡ଼ାଇ ନିର୍ଭୁଲ୍ ମାପଚୁପ କରି ଯନ୍ତ୍ରପାତି ଖଞ୍ଜାଯାଇଛି। ତେବେ ଓଡ଼ିଶା ପାଇଁ ଗୌରବର କଥା ହେଉଛି, ଏହି ଜଟିଳ ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ ପାଣିଗ୍ରାହୀ। ସୂଚନା ଅନୁସାରେ, ଏହି ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି।

Ayodhya Ram Mandir Ram Navami
Advertisment
Advertisment