Advertisment

ଚଳିତ ବର୍ଷ ସରିବ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କାମ, ଅଧିକ କାରିଗରଙ୍କୁ କରାଯିବ ନିୟୋଜିତ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ।

ଅଦ୍ୟତନ ହୋଇଛି
Ram Mandir

Ram Mandir

Advertisment

ପୁଣି ତ୍ବରାନ୍ବିତ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ । ଜୋରସୋରରେ କାମ ଆଗେଇବ । ଡିସେମ୍ବର ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଧିକ କାରିଗର ଓ ଶ୍ରମିକଙ୍କୁ ନିୟୋଜିତ କରାଯିବ । ପଥର କାମରେ ଅଭିଜ୍ଞତା ରଖିଥିବା ରାଜସ୍ଥାନର କଣ୍ଟ୍ରାକ୍ଟର ଓ ଶ୍ରମିକଙ୍କୁ ଯୋଗାଯୋଗ କରାଯାଉଛି । ଏହି ସୂଚନା ଦେଇଛନ୍ତି ରାମ ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ।

Advertisment

ସେ କହିଛନ୍ତି, ରାଜସ୍ଥାନର କଣ୍ଟ୍ରାକ୍ଟର ଓ ଶ୍ରମିକମାନେ ଦୂରତା ଯୋଗୁ ଆସିବାକୁ ଅମଙ୍ଗ ହେଉଛନ୍ତି । ସେମାନଙ୍କୁ ଘର ଭଳି ପରିବେଶ ଦେବାକୁ ଉଦ୍ୟମ କରାଯାଉଛି । ସପ୍ତ ମନ୍ଦିର ନିର୍ମାଣ କାମ ସାରି ଅକ୍ଟୋବର ସୁଦ୍ଧା ପ୍ରତିମାଙ୍କୁ ସେଠାକୁ ଅଣାଯିବ । ବର୍ତ୍ତମାନ ସୁଦ୍ଧା ରାମ ମନ୍ଦିରର ପ୍ରଥମ ମହଲା ନିର୍ମାଣ କାମ ୯୦ ପ୍ରତିଶତ ଶେଷ ହୋଇଛି।

ଏବେ ଫୋକସରେ ରହିଛି ଦ୍ବିତୀୟ ମହଲା ଓ ଶିଖର କାମ ସାରିବା । ଡିସେମ୍ବର ୨୪ ତାରିଖ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ହାତରେ ଆଉ ରହିଲା ମାତ୍ର ୪ ମାସ । ଏହି ସମୟ ଭିତରେ କିଭଳି ନିର୍ମାଣ କାମକୁ କିଭଳି ଶେଷ କରାଯିବ ତା ଉପରେ ଗୁରୁତ୍ବ ଦିଆଯାଉଛି ।

Advertisment

Ayodhya Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ