Advertisment

Ayodhya Ram Navami: କେମିତି ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ‘ସୂର୍ଯ୍ୟ ତିଳକ’; ଜାଣନ୍ତୁ ସମୟ...

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରି ସାରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍‌ । ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ହେବ ସୂର୍ଯ୍ୟ ତିଳକ । ଜାଣନ୍ତୁ କେମିତି...

ଅଦ୍ୟତନ ହୋଇଛି
Ayodhya Ram Navami 2024

Ayodhya Ram Navami:

Advertisment

ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଳକ । ଅପେକ୍ଷା.. ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ । ଏପ୍ରିଲ ୧୭ରେ ସାରା ଦେଶରେ ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯିବ । ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଏହି ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଥମ ଥର ପ୍ରଭୁ ରାମଙ୍କର ୫ ବର୍ଷର ବାଳକ ସ୍ୱରୂପଙ୍କର ସୂର୍ଯ୍ୟ ତିଳକ ହେବ। ସୂର୍ଯ୍ୟୋଭିଷେକ ପାଇଁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ହେବ ସୂର୍ଯ୍ୟ ତିଳକ । ଆସନ୍ତୁ ଜାଣିବା କେମିତି ହେବ...

Advertisment

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରି ସାରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍‌ । ବିଗ୍ରହକୁ ଚାଦର ଘୋଡ଼ାଇ ନିର୍ଭୁଲ୍ ମାପଚୁପ କରି ଯନ୍ତ୍ରପାତି ଖଞ୍ଜାଯାଇଛି ।

ଅଧିକ ପଢ଼ନ୍ତୁ: VIP ଙ୍କୁ ରାମନବମୀରେ ନୋ ଏଣ୍ଟ୍ରି ! ଏହି ତାରିଖ ପରେ କରିବେ ରାମଲାଲାଙ୍କ ଦର୍ଶନ..ନଚେତ୍‌..

Advertisment

ସୂଚନା ଅନୁସାରେ, ଏହି ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି । ପ୍ରତି ସେକେଣ୍ଡରେ ପୃଥିବୀର ଚଳନ ଅନୁସାରେ ଦର୍ପଣ ଓ ଲେନ୍ସର ଦିଗ ବଦଳାଇବାକୁ ୧୯ଟି ଗିୟର ଲାଗିଛି । ଏହା ବିନା ବିଜୁଳିରେ କାମ କରିପାରିବ । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ । ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ । ଏହି ଅଲୌକିକ ଦୃଶ୍ୟ ପୂରା ଅଯୋଧ୍ୟା ନଗରୀରେ ଶହେ ଏଲଇଡି ସ୍କ୍ରିନ ଦ୍ୱାରା ପ୍ରଦର୍ଶିତ ହେବ ।

ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ। ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ। ଅପେକ୍ଷା.. ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ। ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ- ରାମ ନବମୀ। ୧୭ ତାରିଖ ଠିକ୍ ଦିନ ୧୨ଟାରେ ପ୍ରକଟ ହେବେ ରାମଲାଲା।

Advertisment

ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିବ, ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଝଲସି ଉଠିବ ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇବ। ତେବେ ଓଡ଼ିଶା ପାଇଁ ଗୌରବର କଥା ହେଉଛି, ଏହି ଜଟିଳ ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ ପାଣିଗ୍ରାହୀ ।

Ayodhya Ram Mandir Ayodhya Ram Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ